ETV Bharat / science-and-technology

2023 ସୁଦ୍ଧା 80 ପ୍ରତିଶତ ସ୍ମାର୍ଟଫୋନ୍ ହୋଇ ସାରିଥିବ 5G ସଂଯୋଗ: ICEA

author img

By

Published : Dec 27, 2022, 7:51 AM IST

ଇଣ୍ଡିଆ ସେଲୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍(ICEA) ଅନୁଯାୟୀ, 2023 ସୁଦ୍ଧା 80 ପ୍ରତିଶତ ସ୍ମାର୍ଟଫୋନ୍ ହୋଇ ସାରିଥିବ 5G ସଂଯୋଗ(80% of new smartphones will be 5G-enabled in India by 2023) । ଅଧିକ ପଢନ୍ତୁ

5G
5G

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଶେଷ ସୁଦ୍ଧା ଦେଶରେ 75ରୁ 80 ଭାଗ ନୂଆ କରି ଲଞ୍ଚ ହେଉଥିବା ସ୍ମାର୍ଟଫୋନରେ 5G ସକ୍ଷମ ହେବ(80% of new smartphones will be 5G-enabled in India by 2023) । ଏନେଇ ଆଜି(ଡିସେମ୍ବର 26)ରେ ସୂଚନା ଦେଇଛନ୍ତି ଇଣ୍ଡିଆ ସେଲୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍(ICEA)ର ଅଧ୍ୟକ୍ଷ ପଙ୍କଜ ମହିନ୍ଦ୍ରୋ । ବର୍ତ୍ତମାନ 50ରୁ ଅଧିକ ସହରରେ 5G ଟେକ୍ନୋଲୋଜି ସେବା ପାଉଛନ୍ତି ଉପଭୋକ୍ତା।

ଚଳିତ ବର୍ଷ ଅକ୍ଟୋବର 1ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5G ସେବା ଆରମ୍ଭ କରିଥିଲେ । ଟେଲିକମ୍ ସେବା ପ୍ରଦାନକାରୀମାନେ କେତେକ ନିର୍ଦ୍ଦିଷ୍ଟ ମେଟ୍ରୋ ସହରରେ ଏହି ସେବା ଆରମ୍ଭ କରିଛନ୍ତି ଏବଂ 2023 ଶେଷ କିମ୍ବା 2024 ଆରମ୍ଭ ସୁଦ୍ଧା ସମଗ୍ର ଦେଶରେ ସେବା ପହଞ୍ଚି ସାରିଥିବ ବୋଲି ପଙ୍କଜ ମହିନ୍ଦ୍ରୋ କହିଛନ୍ତି ।

ସେ କହିଛନ୍ତି ଯେ, "ଶୀଘ୍ର 5G ଟେକ୍ନୋଲୋଜି ସେବା ଆପଣାଇବାରେ ଭାରତ ପ୍ରଥମ ଦେଶ । ଏହି 5G ଟେକ୍ନୋଲୋଜି ଏକ ନୂତନ ପିଢିର ଟେଲିକମ୍ ଉପକରଣ ଉତ୍ପାଦନକାରୀ, ପ୍ରୟୋଗ ପ୍ରଦାନକାରୀ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍(IoT), ମେସିନ୍-୨-ମେସିନ୍(M2M) ଏବଂ ଏକ ନୂତନ ପିଢି ପାଇଁ ସ୍ବାସ୍ଥ୍ୟ ସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି ।"

ଭାରତର ମୋବାଇଲ୍ ଡିଭାଇସ୍ ଇକୋସିଷ୍ଟମ୍ ଯଥାଶୀଘ୍ର 5G ମୋବାଇଲ ପ୍ରଡକ୍ସନ କରିବାରେ ସକ୍ଷମ ହୋଇଛି । ଏପରିକି 5G ସେବା ଆରମ୍ଭ ହେବା ପୂର୍ବରୁ ମଧ୍ୟ ପ୍ରାୟ 80ରୁ 100 ନିୟୁତ 5G ସୁସଙ୍ଗତ ଫୋନ୍ ବଜାରରେ ଉପଲବ୍ଧ ହୋଇସାରି ଥିଲା । 'ଏରିକ୍ସନ୍ ମୋବିଲିଟି ରିପୋର୍ଟ' ଅନୁଯାୟୀ 5G 2028 ସୁଦ୍ଧା ଭାରତରେ 690 ନିୟୁତ ଉପଭୋକ୍ତାଙ୍କ ସମେତ ପ୍ରାୟ 53 ପ୍ରତିଶତ ମୋବାଇଲ୍ ସବସ୍କ୍ରିପସନ୍ ପ୍ରତିନିଧିତ୍ୱ କରିବ । 2022 ଶେଷ ସୁଦ୍ଧା ଭାରତରେ 5G ସବସ୍କ୍ରିପସନ୍ ପ୍ରାୟ 31 ନିୟୁତରେ ପହଞ୍ଚିବ ବୋଲି ଆଶା କରାଯାଉଥିଲା ।

ସେମିକଣ୍ଡକ୍ଟର ଶିଳ୍ପ ଉପରେ ମହିନ୍ଦ୍ରୋ କହିଛନ୍ତି ଯେ, 2020ରେ ଭାରତୀୟ ସେମିକଣ୍ଡକ୍ଟର ବଜାର 15 ବିଲିୟନ ଡ଼ଲାର ଥିଲା ଏବଂ 2023 ସୁଦ୍ଧା 30 ପ୍ରତିଶତ CAGRରେ 63 ବିଲିୟନ ଡ଼ଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି । "ଏହା ଦେଶ ପାଇଁ ଏକ ବିରାଟ ସୁଯୋଗ । ସେମିକଣ୍ଡକ୍ଟର ଫାବ୍‌, କମ୍ପାଉଣ୍ଡ ସେମିକଣ୍ଡକ୍ଟର, ଡିସ୍‌କ୍ରିଟ୍ ସେମିକଣ୍ଡକ୍ଟର, ଆସେମ୍ବ୍ଲି, ଟେଷ୍ଟିଂ, ମାର୍କିଂ ଏବଂ ପ୍ୟାକେଜିଂ (ATMP) ୟୁନିଟ୍ ଇତ୍ୟାଦି ଦେଶରେ ସମଗ୍ର ସେମିକଣ୍ଡକ୍ଟର ଇକୋସିଷ୍ଟମ ପ୍ରତିଷ୍ଠା ଉପରେ ସରକାର ଧ୍ୟାନ ଦେଇଛନ୍ତି ।

ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଭାରତରେ ସେମିକଣ୍ଡକ୍ଟର ଇକୋସିଷ୍ଟମର ବିକାଶ ପାଇଁ 76,000 କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଥାଏ ଏବଂ ପ୍ରକଳ୍ପ ମୂଲ୍ୟର 50 ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରିଥାଏ । ସେ କହିଛନ୍ତି ଯେ, ଆମେ ଅନୁଭବ କରୁଛୁ, ଶ୍ରମିକଙ୍କ ଦକ୍ଷତା ନିଶ୍ଚିତ କରିବା ଏବଂ ସେମିକଣ୍ଡକ୍ଟର ଉତ୍ପାଦନରେ ଡାଉନ୍ ଷ୍ଟ୍ରିମ୍ ମୂଲ୍ୟକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.