ETV Bharat / science-and-technology

ସ୍ମାର୍ଟଫୋନ ବ୍ୟବହାରକୁ ଅଚଳ କରିପାରେ 6G ନେଟୱାର୍କ: NOKIA ସିଇଓ - ସ୍ମାର୍ଟଫୋନ ବ୍ୟବହାରକୁ ଅଚଳ କରିପାରେ ୬ଜି ନେଟୱାର୍କ

ଦିନକୁ ଦିନ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଘଟି ଆଧୁନିକ କୌଶଳରେ ନିର୍ମିତ ଡିଭାଇସ ପ୍ରସ୍ତୁତ ହେଉଛି । ତେବେ ଆସନ୍ତା ୨୦୩୦ ସୁଦ୍ଧା ୬ଜି ନେଟୱର୍କ ଉପଲବ୍ଧ ହେବା ପରେ ଆଉ କେହି ସ୍ମାର୍ଟଫୋନ ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତି NOKIA CEO । ଅଧିକ ପଢନ୍ତୁ

ସ୍ମାର୍ଟଫୋନ ବ୍ୟବହାରକୁ ଅଚଳ କରିପାରେ 6G ନେଟୱାର୍କ: ନୋକିଆ ସିଇଓ

author img

By

Published : Jun 2, 2022, 12:48 PM IST

ବର୍ଣ୍ଣ: ସାରା ବିଶ୍ବରେ ଏବେ ୫ଜି ନେଟୱାର୍କ ଉପଲବ୍ଧ ହେବା ପାଇଁ ପ୍ରସ୍ତୁତ ହେଉଛି । ହେଲେ ଆଗାମୀ ଭବିଷ୍ୟତ ଦେଖିଲେଣି ନୋକିଆ ସିଇଓ ପେକ୍କା ଲୁଣ୍ଡମାର୍କ(Nokia CEO Pekka Lundberg) । ୨୦୩୦ ସୁଦ୍ଧା ବିଶ୍ବରେ ୬ଜି ନେଟୱର୍କ ଉପଲବ୍ଧ ହେବା ପରେ ସ୍ମାର୍ଟଫୋନ ବ୍ୟବହାର ଅଚଳ ହୋଇଯାଇପାରେ ଅର୍ଥାତ ଆଉ କେହି ସ୍ମାର୍ଟଫୋନ ବ୍ୟବହାର କରିବେ ନାହିଁ(6G can make smartphones obsolete) ବୋଲି ସେ କହିଛନ୍ତି ।

ଆସନ୍ତା ୨୦୩୦ ସୁଦ୍ଧା ବ୍ୟବସାୟିକ ରୂପରେ ୬ଜି ନେଟୱର୍କ ଉପଲବ୍ଧ ହେବ ବୋଲି ସେ ଦାବି କରିଛନ୍ତି । ସେ ବିଶ୍ବ ଅର୍ଥନୀତି ଫୋରମରେ(World Economic Forum) ଯୋଗଦେବା ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି । ଏବେ ବିଶ୍ବରେ ସ୍ମାର୍ଟଫୋନ, କମନ୍‌ ଇଣ୍ଟରଫେସ ଭାବେ ବ୍ୟବହାର ହେଉଛି ବୋଲି ସେ ବିଶ୍ବାସ କରିପାରୁନଥିବା କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ସ୍ମାର୍ଟଫୋନକୁ ଏବେ ଆମେ ଯୋଗାଯୋଗର ମାଧ୍ୟମ ବୋଲି ବିବେଚନା କରୁଛୁ । ହେଲେ ଆଗକୁ ସ୍ମାର୍ଟଫୋନ ଯୋଗାଯୋଗର ମାଧ୍ୟମ ରହିନାହିଁ । ତାର ସ୍ଥାନ ଆଉ କିଏ ନେବାକୁ ଯାଉଛି । ତେବେ ଏହା କେଉଁ ଡିଭାଇସ ହେବ ସେ ଜାଣିନଥିବା କହିଛନ୍ତି । କମ୍ପାନୀ ୬ଜି ଉପରେ କାମ କରିବା ଆରମ୍ଭ କରିସାରିଥିବା ସେ କହିଛନ୍ତି । କିଛି କମ୍ପାନୀ ଶରୀରରେ ସଂଯୋଗ ହୋଇପାରୁଥିବା ଚିପ୍ସ ମଧ୍ୟ ପ୍ରସ୍ତୁତ କରିବା ଉପରେ କାର୍ଯ୍ୟ କରୁଛନ୍ତି ।

ଇଅରବଡ଼, ଘଣ୍ଟା, ଚଷମା ଭଳି ଏକ ଡିଭାଇସ ନିର୍ମାଣ ହେବ ଯାହାକୁ ଆମେ ଶରୀରରେ ପିନ୍ଧିପାରିବା(Wearable) । ଏଥିରେ ସେନ୍ସର, ମାଇକ୍ରୋଫୋନ ଏବଂ କ୍ୟାମେରା ମଧ୍ୟ ଲାଗିଥିବ । ଯାହାକି ସମସ୍ତ କାର୍ଯ୍ୟକଳାପ ଉପରେ ପ୍ରତିକ୍ରିୟା ରଖିପାରିବ । ଏଯାବତ ଭାରତରେ ପହଞ୍ଚିନି ୫ଜି ନେଟୱାର୍କ । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ସୁବିଧା ପାଇପାରିବେ ଦେଶବାସୀ । ହେଲେ ଭାରତରେ ସ୍ବଦେଶୀ ପ୍ରଣାଳୀରେ ୬ଜି ନେଟୱର୍କକୁ ବିକଶିତ କରିବା ଲାଗି ଉଦ୍ୟମ ହେଉଥିବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.