ETV Bharat / science-and-technology

5G ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତୁତ: ଟେଲି ଯୋଗାଯୋଗ ବିଶେଷଜ୍ଞ

5G ଟେକ୍ନୋଲୋଜି ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷିଠୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ଏହାର ସୁବିଧା ଦେଖିବାକୁ ମିଳିବ । ଏହା ଦ୍ବାରା ଅନେକ କ୍ଷେତ୍ରରେ ଲୋକଙ୍କ ବଦଳରେ ରୋବଟ୍‌ର ବ୍ୟବହାର ହେବ । ଭିଡ଼ିଓ ଗେମ୍‌ ଆଦିରେ ବାସ୍ତବତାର ଅନୁଭବ ଆସିବ । ଏହି ଟେକ୍ନୋଲୋଜି ଆଗକୁ ବିଶ୍ବକୁ ପରିବର୍ତ୍ତନ କରିବାକୁ ଯାଉଛି ବୋଲି ETV BHARATର ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଟେଲି ଯୋଗାଯୋଗ ବିଶେଷଜ୍ଞ କଲ୍ୟାଣୀ ବୋଗିନେନି । ଅଧିକ ପଢନ୍ତୁ

5G ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତୁତ: ଟେଲି ଯୋଗାଯୋଗ ବିଶେଷଜ୍ଞ
5G ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତୁତ: ଟେଲି ଯୋଗାଯୋଗ ବିଶେଷଜ୍ଞ
author img

By

Published : Jan 21, 2022, 7:42 AM IST

ହାଇଦ୍ରାବାଦ: ସମଗ୍ର ବିଶ୍ବରେ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ 5G ଟେକ୍ନୋଲୋଜି ପ୍ରସ୍ତୁତ ବୋଲି କହିଛନ୍ତି ଟେଲି ଯୋଗାଯୋଗ ବିଶେଷଜ୍ଞ କଲ୍ୟାଣୀ ବୋଗିନେନି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଏବଂ ଡାଟା ଆନାଲିଟିକ୍ସ ଭଳି ବୈଷୟିକ ଉଦ୍ଭାବନ ଯୋଗୁଁ ବିଶ୍ବ ଏବେ ଆମ ଆଙ୍ଗୁଠି ଟିପରେ ରହିଛି । ଯାହାକି ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ କୃଷି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇପାରିଛି ।

5G ଟେକ୍ନୋଲୋଜି ସହିତ ହାଇ ସ୍ପିଡ୍ ଇଣ୍ଟରନେଟ୍ ଏବଂ ନାଗରିକ ସେବା ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ । ଏହାସହିତ ସୁଦୂର ଅଞ୍ଚଳରେ ଯେଉଁଠାରେ ନେଟୱର୍କ ସଂଯୋଗ ସମସ୍ୟା ଅଛି, ସେଠାରେ ବେତାର ବ୍ଲାକ୍-ହୋଲ୍ ଟେକ୍ନୋଲୋଜି ମାଧ୍ୟମରେ ନିରବଚ୍ଛିନ୍ନ ଅନଲାଇନ୍ ଶିକ୍ଷା ପ୍ରଦାନ କରାଯାଇପାରିବ । ଡକ୍ଟର କଲ୍ୟାଣୀ ଗତ ୩ ଦଶନ୍ଧି ଧରି ଆମେରିକାରେ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ସେ ବର୍ତ୍ତମାନ ଭେରିଜନ୍ କମ୍ୟୁନିକେସନ୍(Verizon Communication) ସହିତ ଜଡିତ ଏବଂ 5G ଟେକ୍ନୋଲୋଜିର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ଟେଲି ଯୋଗାଯୋଗ ବିଶେଷଜ୍ଞ କଲ୍ୟାଣୀ ବୋଗିନେନି
ଟେଲି ଯୋଗାଯୋଗ ବିଶେଷଜ୍ଞ କଲ୍ୟାଣୀ ବୋଗିନେନି

ସେ ଆନ୍ଧ୍ରପ୍ରଦେଶର ବିଜୟୱାଡାର ଅଧିବାସୀ ହୋଇଥିବା ବେଳେ 1977 ମସିହାରେ SVU ଇଞ୍ଜିନିୟରିଂ କଲେଜରୁ ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ IISc ବେଙ୍ଗାଲୁରୁରୁ ସ୍ନାତକତ୍ତୋର ହାସଲ କରିଥିଲେ । PhD ପାଇଁ ସେ ନ୍ୟୁୟର୍କର ବଫାଲୋ ୟୁନିଭର୍ସିଟିରେ ଅଧ୍ୟୟନ କରିଥିଲେ । ତେବେ ସେ ବିଶ୍ବରେ 5Gର ଭବିଷ୍ୟତକୁ ନେଇ ETV Bharatର ସ୍ବତନ୍ତ୍ର ସାକ୍ଷାତକାରରେ ଆଲୋଚନା କରିଛନ୍ତି ।

  • ନୂତନ ଟେକ୍ନୋଲୋଜି ସ୍ବୟଂଚାଳିତ ଏବଂ ଚାକିରିର ସୁଯୋଗକୁ କିପରି ପ୍ରଭାବିତ କରିବ ?

5G ଶିଳ୍ପ ବିପ୍ଳବରେ ପାଦ ଥାପିବା ପରେ ଏଥିରେ ଉନ୍ନତି ଆସିବ । ଶିଳ୍ପଗୁଡ଼ିକର ଅବସ୍ଥା ବଦଳିଯିବ । ରୋବଟଗୁଡିକ ଅନେକ କାର୍ଯ୍ୟରେ ମଣିଷଙ୍କ ସ୍ଥାନ ନେବେ । କୃଷି କ୍ଷେତ୍ରରେ AI ଏବଂ IoT ଗୁରୁତ୍ବପୂର୍ଣ୍ଣ ହେବ । ଟେକ୍ନୋଲୋଜି ବ୍ୟବହାର କରି କୃଷକମାନେ ଜଳସେଚନ ଏବଂ କୀଟନାଶକ ଢାଞ୍ଚା ଉପରେ ନଜର ରଖିପାରିବେ। ଏହି ବ୍ୟବସ୍ଥାକୁ କିଛି ସ୍ଥାନରେ ଆରମ୍ଭ ହୋଇସାରିଲାଣି । ରୋବୋଟିକ୍ସ ଏବଂ ସେନ୍ସର କୃଷି କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରିବ । ଏହି ସମସ୍ତ ବିକାଶ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିରେ ସହାୟକ ହେବ ।

  • ଭାରତ କେବେ 5G ସେବା ଆରମ୍ଭ କରିବ ?

ପ୍ରଥମେ ଟେଲିକମ ବାହକ(telecom carrier)ମାନଙ୍କୁ 5G ସ୍ପେକ୍ଟ୍ରମ୍ ବଣ୍ଟନ କରାଯିବା ଜରୁରୀ । ତା’ପରେ, ସେହି ଅନୁଯାୟୀ 5G ଟାୱାର ସେଟ୍ ଅପ୍ କରାଯିବ । ଡାଟା କେନ୍ଦ୍ରଗୁଡିକ ଅପଗ୍ରେଡ ହେବା ସହିତ ମୋବାଇଲ୍ ଫୋନରେ ଚିପସେଟ ଏବଂ ଆପ୍ 5G ପାଇଁ ସକ୍ଷମ ହେବା ଉଚିତ । ମୋବିଲିଟି ନେଟୱାର୍କ ପ୍ରତିଷ୍ଠା ହେବା ଆବଶ୍ୟକ । ଏହି ପ୍ରକ୍ରିୟା ଗୁଡ଼ିକ କିଛି ସମୟ ନେବ । ୫G ଲଞ୍ଚ ପରେ ଭାରତର ଉପଭୋକ୍ତାଙ୍କ ନିକଟରେ ଏହା ପହଞ୍ଚିବାକୁ ଅତିକମରେ ୧୦ ବର୍ଷ ଲାଗିବ ।

  • 5G କେଉଁ ପରିବର୍ତ୍ତନ ଆଣିବ ?

ଅର୍ଥନୈତିକ ଏବଂ ସାମାଜିକ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିବ । 2G ୱାୟାରଲାଇନ୍ ଠାରୁ 3Gରେ ୱାୟାରଲେସ୍‌ ଭଏସ୍‌, ଇଣ୍ଟରନେଟ୍ ଡିମାଣ୍ଡଠାରୁ 4G ଇଣ୍ଟରନେଟ୍ ପର୍ଯ୍ୟନ୍ତ ଟେଲିକମ୍ ସେକ୍ଟର ଗତ 30 ବର୍ଷ ମଧ୍ୟରେ ଅହେତୁକ ଅଭିବୃଦ୍ଧି ରେକର୍ଡ କରିଛି । ଟେକ୍ନୋଲୋଜି ବଦଳାଇବା ସହିତ, ଆମେ ଶୀଘ୍ର ବ୍ୟାଣ୍ଡୱିଡଥ୍ ଆବଶ୍ୟକ କରୁଛୁ । 5G ହେଉଛି ଏହି ସମସ୍ତ ସମସ୍ୟାର ଉତ୍ତର । 5G ଆସିଲେ ଭର୍ଚ୍ଚୁଆଲ୍ ରିଅଲିଟି ଟେକ୍ନୋଲୋଜି ବିସ୍ତାର ହେବ । ଆମର ପୂର୍ବରୁ ଅନେକ ଭର୍ଚ୍ଚୁଆଲ୍ ରିଅଲିଟି ଗେମ୍ ଏବଂ ଆପ୍ ଅଛି ।

VR ଗେମଗୁଡିକ ବାସ୍ତବତାର ଧାରଣା ପ୍ରଦାନ କରିବ । ଏହା ଗେମ ଖେଳୁଥିବା ବ୍ୟକ୍ତି ଉକ୍ତ ସ୍ଥାନରେ ବାସ୍ତବରେ ଉପସ୍ଥିତ ଥିବା ଭଳି ଅନୁଭବ ପ୍ରଦାନ କରିବ । VR ଖେଳ ପାଇଁ ହେଡସେଟ୍ ଏବଂ ନିୟନ୍ତ୍ରକ ଆବଶ୍ୟକ ପଡିବ । ବ୍ରଡବ୍ୟାଣ୍ଡ କ୍ଷମତା ବୃଦ୍ଧି ବ୍ୟତୀତ, 5G ଶୀଘ୍ର ଅପଲୋଡ୍ ଏବଂ ଡାଉନଲୋଡକୁ ସକ୍ଷମ କରିବ ।

  • ଭବିଷ୍ୟତରେ 5G କେଉଁ ସେବା ଯୋଗାଇବ ?

ବର୍ତ୍ତମାନ AI, ଡାଟା ଆନାଲିଟିକ୍ସ ଏବଂ ରୋବୋଟିକ୍ସ ଭଳି ଟେକ୍ନୋଲୋଜି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ସମସ୍ତ କ୍ଷେତ୍ର ଉପରେ ସେମାନଙ୍କର ପ୍ରଭାବ ରହିଛି । ଉଦାହରଣ ସ୍ବରୂପ, ଏକ ଅଞ୍ଚଳରେ ଟ୍ରାଫିକ୍ ଜାମ୍ ହେଲେ, SMS ଦ୍ବାରା ଯୋଗାଯୋଗ ମାଧ୍ୟମରେ ଏହାର ସମାଧାନ ଶୀଘ୍ର ହୋଇପାରୁଛି । 5G ସାହାଯ୍ୟରେ ଘରେ ବୈଦ୍ୟୁତିକ ଉପକରଣଗୁଡିକ ରିମୋଟ କଣ୍ଟ୍ରୋଲ ସହିତ ପରିଚାଳିତ ହୋଇପାରିବ । ସେନ୍ସରଗୁଡିକ ପାନୀୟ ଜଳ ଏବଂ ଡ୍ରେନେଜ୍ ପାଇପଲାଇନ ସହିତ ସଂଯୁକ୍ତ ହୋଇପାରିବ, ଯାହାଦ୍ବାରା ଏହି ସମସ୍ୟାର ତୁରନ୍ତ ଚିହ୍ନଟ ହୋଇପାରିବ ।

ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସଚେତନ କରିବା, ଜରୁରୀକାଳୀନ ସହାୟତା ଯୋଗାଇବା ଏବଂ ବିପର୍ଯ୍ୟୟର ପରିମାଣ ଆକଳନ କରିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରାଯାଇପାରିବ । ସେଲ୍ ଟାୱାରରେ ଯାନ୍ତ୍ରିକ ସମସ୍ୟାଗୁଡିକ ରୋବଟ୍ ଏବଂ ଡ୍ରୋନ୍ ବ୍ୟବହାର କରି ସମାଧାନ ହୋଇପାରିବ । ଅନଲାଇନ୍ ଶିକ୍ଷା, ଟେଲି ମେଡିସିନ୍ ଏବଂ ଡିଜିଟାଲ୍ ପରାମର୍ଶ ଏକ ସାଧାରଣ କଥା ହେବ । 4G ଅପେକ୍ଷା ଆମେ 5G ସହିତ ସୂଚନାକୁ ବହୁତ ଶୀଘ୍ର ଆକସେସ୍ କରିପାରିବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.