ETV Bharat / science-and-technology

ମେଟାଭର୍ସ ଗେମରେ ନାବାଳିକାକୁ ଭର୍ଚୁଆଲ ଗଣଦୁଷ୍କର୍ମ ! - ମେଟାଭର୍ସ ଗେମରେ ଗଣଦୁଷ୍କର୍ମ

UK Girl Virtually Gang-Raped In Metaverse: ବ୍ରିଟେନରେ ମେଟାଭର୍ସ ଗେମ ଦ୍ବାରା ନାବାଳିକାକୁ ଭର୍ଚୁଆଲ ଗଣଦୁଷ୍କର୍ମ । ଅଧିକ ପଢନ୍ତୁ

UK Girl Virtually Gang-Raped In Metaverse

author img

By ETV Bharat Odisha Team

Published : Jan 3, 2024, 1:56 PM IST

ହାଇଦ୍ରାବାଦ: ବ୍ରିଟେନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ମେଟାଭର୍ସ ଗେମରେ ଜଣେ 16 ବର୍ଷୀୟ ନାବାଳିକାକୁ ଭର୍ଚୁଆଲ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ବ୍ରିଟେନ ପୋଲିସ ତଦନ୍ତ ଆରମ୍ଭ କରିଥିବା ନେଇ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ତେବେ ମେଟାଭର୍ସ ଗେମରେ ଏଭଳି ଘଟଣା ବର୍ତ୍ତମାନ ସମସ୍ତଙ୍କୁ ଚକିତ କରିଛି ।

ମେଟାଭର୍ସ, କୋରୋନା ମହାମାରୀ ସମୟରେ ବେଶ ଚର୍ଚ୍ଚାକୁ ଆସିଥିଲା ଏହି ଶବ୍ଦ । ଅନେକ ଲୋକ ମେଟାଭର୍ସରେ ବିବାହ କରିଥିବା ବେଳେ ଅନେକ ଜମି ଏବଂ ଦୋକାନ ମଧ୍ୟ କିଣିଥିଲେ । ଏହାରି ଭିତରେ ଭେଟାଭର୍ସ ଗେମ ମାଧ୍ୟମରେ 16 ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା ବର୍ତ୍ତମାନ ଚର୍ଚ୍ଚାର ପରିସରକୁ ଆସିଛି ।

ପୁରା ଘଟଣା କଣ: ଖବର ଅନୁସାରେ, ପୀଡିତା ଜଣକ VR(ଭର୍ଚୁଆଲ୍ ରିଆଲିଟି) ହେଡସେଟ୍ ପିନ୍ଧି ଅନଲାଇନରେ ଗେମ ଖେଳୁଥିଲେ । ଏହି ସମୟରେ ଡିଜିଟାଲ ଅବତାର ଦ୍ବାରା କେତେକ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିଲେ । ତେବେ ଏହାଦ୍ବାରା ନାବାଳିକାଙ୍କ କୌଣସି କ୍ଷତି ହୋଇନଥିବା ବେଳେ ମାନସିକ ସ୍ତରରେ ଆଘାତ ପାଇଥିବା ନେଇ ଅନୁସନ୍ଧାନକାରୀମାନେ କହିଛନ୍ତି । ଦୁଷ୍କର୍ମ ଦ୍ବାରା ଯେଉଁଭଳି ଭାବେ ଜଣେ ପୀଡିତାର ହୃଦୟ ଏବଂ ମସ୍ତିଷ୍କ ଉପରେ ପ୍ରଭାବ ପଡେ ସେଭଳି ଭାବେ ଭର୍ଚୁଆଲରେ ମଧ୍ୟ ନାବାଳିକା ଜଣକ ସେହିଭଳି ଆଘାତ ପାଇଛନ୍ତି ।

ତେବେ କହିରଖୁଛୁ କି, ପୂର୍ବରୁ ମଧ୍ୟ ମେଟାଭର୍ସ ନାମରେ ଅନେକ ମାମଲା ସାମ୍ନାକୁ ଆସିଛି । କିନ୍ତୁ ଗଣଦୁଷ୍କର୍ମରେ ଏହା ପ୍ରଥମ ମାମଲା ଅଟେ । ଏହାଦ୍ବାରା ପୀଡିତାଙ୍କ ଭାବପ୍ରବଣତା ତଥା ମାନସିକ ସ୍ତରରେ ଗଭୀର ପ୍ରଭାବ ପଡିଛି । ଯାହାକି ଶାରୀରିକ ଆଘାତ ଅପେକ୍ଷା ଅଧିକ ଦିନ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: ଜୀବନ ନେଲା ଅନଲାଇନ ଗେମ ! ଲକ୍ଷାଧିକ ଟଙ୍କା ହରାଇବା ପରେ ଚରମ ନିଷ୍ପତ୍ତି ନେଲେ କଲେଜ ଛାତ୍ର

ପୋଲିସ ସାମ୍ନାରେ ବଡ ଆହ୍ବାନ: ଏହି ଘଟଣାରେ ପୋଲିସ ଅଧିକାରୀ କହିଛନ୍ତି ଯେ, ଆଇନ ଶୃଙ୍ଖଳାକାରୀ ସଂସ୍ଥା ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କାରଣ ଏଭଳି ମାମଲାକୁ ଧ୍ୟାନରେ ରଖି କୌଣସି ଆଇନ ପ୍ରସ୍ତୁତ କରାଯାଇ ନାହିଁ । ନାବାଳିକାର ବିବରଣୀ ବା ପରିଚୟକୁ ଗୁପ୍ତ ରଖିବା ପାଇଁ ସମସ୍ତ ପ୍ରକାର ତଥ୍ୟକୁ ସାର୍ବଜନୀନ କରାଯାଇ ନାହିଁ । ପୀଡିତା ଜଣକ କେଉଁ ଖେଳ ଖେଳୁଥିଲେ ତାହା ମଧ୍ୟ ନିଶ୍ଚିତ ହୋଇନାହିଁ । ବାସ୍ତବ ଦୁନିଆରେ ହେଉଥିବା କେତେକ ଗଣଦୁଷ୍କର୍ମ ଉପରୁ ପୋଲିସ ପରଦା ଉଠାଇବାରେ ଅସଫଳ ହେଉଥିବା ବେଳେ ଭର୍ଚୁଆଲରେ ହୋଇଥିବା ଗଣଦୁଷ୍କର୍ମର କିଭଳି ସାମ୍ନା କରିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହି ଘଟଣାକୁ ନେଇ ବ୍ରିଟେନର ଗୃହ ସଚିବ ଜେମ୍ସ କ୍ଲିଭର୍ଲି ଏହାର ତଦନ୍ତକୁ ସମର୍ଥନ କରିଛନ୍ତି ।

ମେଟାର ପ୍ରତିକ୍ରିୟା: ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା VR ଗେମ ପରିଚାଳନା କରୁଛି । ଏହାର ନାମ Horizon Worlds ଅଟେ । ତେବେ ଏହି ଖେଳ ଦ୍ବାରା ଭର୍ଚୁଆଲରେ ଅନେକ ଅପରାଧିକ ମାମଲା ସାମ୍ନାକୁ ଆସିଛି । ଏହି ମାମଲାରେ ମେଟାର ମୁଖପାତ୍ର କହିଛନ୍ତି, "ଆମର ପ୍ଲାଟଫର୍ମରେ ଏହି ପ୍ରକାର ଆଚରଣର କୌଣସି ସ୍ଥାନ ନାହିଁ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.