ହାଇଦ୍ରାବାଦ: ସାଉଦି ଓ ଇରାନ ମଧ୍ୟରେ ହୋଇଥିବା ସଦ୍ୟ ସଦ୍ୟ ଚୁକ୍ତି ବିଶ୍ବରେ ପରିବର୍ତ୍ତନ ଆଣିବା ନେଇ ଚର୍ଚ୍ଚା ହେଉଛି । ଯେବେଠୁ ସାଉଦି ଆରବ ଓ ଇରାନ ପରସ୍ପର ସହ ହାତ ମିଳାଇଛନ୍ତି ସେବେଠୁ ମିଡିଲ ଇଷ୍ଟରେ ହଲଚଲ ସୃଷ୍ଟି ହୋଇଛି । ଦୁଇ ଦେଶ ମଧ୍ୟରେ ଦୀର୍ଘ ବର୍ଷ ଧରି ତିକ୍ତତା ଲାଗି ରହିଥିଲା । ଜଣେ ଅନ୍ୟକୁ ଆଖିରେ ଦେଖି ସହି ପାରୁ ନଥିଲା । ମାତ୍ର ଦୁଇ ଦେଶ ହାତ ମିଳାଇବା ପରେ ବିଶ୍ବରେ ଏକ ବଡ ପରିବର୍ତ୍ତନ ହେବା ଚର୍ଚ୍ଚା ହେଉଛି । ପଶ୍ଚିମ ଏସିଆରୁ ଉଦୀୟମାନ ନୂଆ ଧାରା ନୂଆ ବିଶ୍ବ ଗଠନରେ ଅବଦାନ ରଖିବ ।
ଚୀନ, ଋଷିଆ ପରେ ବର୍ତ୍ତମାନ ସାଉଦି ଆରବ ଓ ଇରାନ ତାଙ୍କର ଦୀର୍ଘତମ ଶତ୍ରୁତାକୁ ଭୁଲି ଯାଇଛନ୍ତି । ପରସ୍ପରର ହିତରେ ଅଛନ୍ତି ଦୁଇ ଦେଶ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାଉଦି ଆରବ ସରକାର ବିରୋଧରେ ୟେମେନି ହୋଉଥିସଙ୍କ ମଧ୍ୟରେ ବିଦ୍ରୋହର ବହ୍ନି ଜଳାଇଥିବା ଇରାନ ବର୍ତ୍ତମାନ ବିବାଦର ଅନ୍ତ ଘଟାଇଛି । ଏବେ ସିରିୟା ଓ ଲେବାନାନ ମଧ୍ୟ ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ନେଇ ପ୍ରସ୍ତୁତ ଥିବା ମନେ ହେଉଛି ।
ରାତାରାତି କୌଣସି ବିକାଶ ହୋଇନାହିଁ । ପଶ୍ଚିମ ଏସିଆରେ ଚୀନ ତାର ପ୍ରତିଛବି ତିଆରି କରିବା ପାଇଁ ପ୍ରୟାସ କରୁଛି ଏବଂ ଉକ୍ତ ଅଞ୍ଚଳରେ ଆମେରିକା ପ୍ରଭାବ କମ କରିବାକୁ ଉଦ୍ୟମ କରିଛି । ଏହି କ୍ଷେତ୍ରରେ ଚୀନ ତାର ଆଧାରକୁ ମଜବୁତ କରିବା ପାଇଁ ସେବେଠୁ ଲକ୍ଷ୍ୟ ରଖିଥିଲା ଯେବେ 2019ରେ ଟ୍ରମ୍ପ ସରକାର ସାଉଦି ତୈଳ ପ୍ଲାଣ୍ଟ ଉପରେ ହୋଉଥି ବିଦ୍ରୋହୀ ଆକ୍ରମଣ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିଲେ । ପରେ ବାଇଡେନ ସାଉଦି ଆରବ ବିରୋଧରେ ଟ୍ରମ୍ପଙ୍କ ଉଦ୍ୟମକୁ ପଣ୍ଡ କରିଥିଲେ । ବାସ୍ତବରେ ସାଉଦି ଆରବକୁ ଏହି କ୍ଷେତ୍ରରେ ନିର୍ବାଚନୀ ଅଭିଯାନ ଜରିଆରେ ସାଉଦିକୁ ନିନ୍ଦିବା ଆରମ୍ଭ କରିଥିଲା ଆମେରିକା । ଆମେରିକା ସେନା ରାତିଆଧିଆ ଆଫଗାନିସ୍ତାନ ଛାଡିବା ପରେ ସାଉଦ ସରକାରଙ୍କ ସାହସ ବଢିଥିଲା । ଦେଶକୁ ତାଲିବାନ ଦୟା ଉପରେ ଛାଡି ଦେଇଥିଲା । ଏହାପରେ ଗୋଟିଏ ବୁଝାମଣା ହୋଇଥିଲା ଯାହାକୁ ଦୋହା ଡିଲ କୁହାଯାଏ ।
ୟୁକ୍ରେନରେ ଚାଲିଥିବା ଯୁଦ୍ଧ ପରିଣାମସ୍ବରୂପ ବାଇଡେନଙ୍କୁ ତାଙ୍କ ସ୍ଥିତି ପରବର୍ତ୍ତନ କରିବାକୁ ପଡିଥିଲା । ଯଦି ସମାଧାନ ବାଟ ନ ବାହାରେ ବର୍ଦ୍ଧିତ ତେଲ ଦର ତାଙ୍କ ସରକାରଙ୍କୁ ଦୋହଲାଇ ଦେବ ବୋଲି ସେ ଅନୁମାନ କରିଥିଲେ । ପାଖାପାଖି ଗୋଟିଏ ବର୍ଷ ପୂର୍ବେ ବାଇଡେନ ସାଉଦି ଆରବ ଗସ୍ତ ପାଇଁ ଯୋଜନା କରିଥିଲେ । ମୁଖ୍ୟ ଉଦ୍ଦେଶ୍ୟ ଥିଲା ସାଉଦି ସରକାର ତେଲ ଉତ୍ପାଦନ ବଢାଇବାକୁ ରାଜି କରିବା । ଯାହା ତେଲ ଦର କମାଇବାରେ ସହାୟକ ହୋଇଥାନ୍ତା ।
ବର୍ଦ୍ଧିତ ଇନ୍ଧନ ବଜାର ଥିବା ଯାହା ୟୁଏସ ସରକାରଙ୍କୁ ପଶ୍ଚିମ ଏସିଆ ଦେଶଠୁ ସାହାଯ୍ୟ ମାଗିବାକୁ ବାଧ୍ୟ କରିଥିଲା । ମାତ୍ର ଚୀନ ସହଯୋଗୀ ଋଷ ଆମେରିକା ପ୍ରୟାସ ଉପରେ ରୋକ ଲଗାଇବା ପାଇଁ ଚୁକ୍ତି କରି ନେଇଥିଲା । ଋଷିଆ ଏବଂ ସାଉଥ ଆରବ ପରସ୍ପର ମଧ୍ୟରେ ଅଧିକରୁ ଅଧିକ ତୈଳ ଉତ୍ପାଦନ କରି ଦର କମାଇବାକୁ ଚୁକ୍ତି କରିଥିଲା । ଋଷ ତାର ଯୋଜନା ଅନୁସାରେ କାର୍ଯ୍ୟ କରିଥିଲା । ଆମେରିକାକୁ ତାର ଶତ୍ରୁ ଭାବେ ଦେଖିଥିଲା ।
ବର୍ତ୍ତମାନ ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନ ଉପରେ ମିସାଇଲ ମାଡ କରୁଛି ଋଷ । ଏହି ସମୟରେ ସାଉଥ ଆରବ ତୈଳ ଉତ୍ପାଦନ କମ କରିଛି ଯାହା ଋଷ ହିତରେ ରହିଛି । ସମାନକ୍ରମେ ଋଷ ସହଯୋଗୀ ଚୀନ ପୁରୁଣା ଶତ୍ରୁ ଦେଶ ସାଉଦ ଆରବ ଓ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତି କରିଥିଲା । ଚୀନ ସଂସଦ ଚାଲିଥିବା ସମୟରେ ପଶ୍ଚିମ ଏସିଆ ଏବଂ ମିଡଲ ଇଷ୍ଟରେ ରାଜନୈତିକ ଦୃଶ୍ୟକୁ ପୁନଃଗଠନ କରିଥିଲା ।
ଏହା ବି ପଢନ୍ତୁ...Resurgence of Khalistan Slogan: ପୁଣି ପଞ୍ଜାବରେ ଉଠିଲା ଖଲିସ୍ତାନ ସପକ୍ଷବାଦୀଙ୍କ ସ୍ଲୋଗାନ
ଇରାନ ଇସ୍ରାଏଲ ମଧ୍ୟରେ ତୀବ୍ର ଶତ୍ରୁତା ରହିଛି । ଦୀର୍ଘ ସମୟ ହେବ ଇସ୍ରାଏଲ ସେନା ବିରୋଧରେ ପାଲେଷ୍ଟାଇନ ବିଦ୍ରୋହ ସମୂହକୁ ସମର୍ଥନ କରି ଆସୁଛି । ଦୁଇ ଦେଶ ମଧ୍ୟରେ ଏହି ଚୁକ୍ତି ଆରବ-ଇସ୍ରାଏଲ ସମ୍ପର୍କ ଉପରେ ପ୍ରଭାବ ପଡିବ ଏବଂ ଦେଇ ଦେଶ ମଧ୍ୟରେ ଦୂରତା ସୃଷ୍ଟି କରିବ । ଟ୍ରମ୍ପ ଆରବ ଓ ଇସ୍ରାଏଲ ମଧ୍ୟରେ ଏକ ବୁଝାମଣା ନେଇ ମଧ୍ୟସ୍ଥତା କରିଥିଲେ ଯାହା ପାଲେଷ୍ଟାଇନ-ଇସ୍ରାଏଲ ସଂଘର୍ଷ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଥିଲା ।
ୟୁଏଇ ସାଉଦ ଆରବ ଓ ଇରାନ ଚୁକ୍ତିକୁ ପ୍ରଶଂସା ସରିଛି ଯାହା ଇସ୍ରାଏଲ ପାଇଁ ଝଟକା ହୋଇଛି । ଇସ୍ରାଏଲ ପାଇଁ ଏ ସମସ୍ୟା ଚୀନ ସୃଷ୍ଟି କରିଛି । ପ୍ରାୟ ଏକ ବର୍ଷ ଚୀନ ଏହି କାର୍ଯ୍ୟରେ ଲାଗିଥିଲା । ଦୁଇ ଦେଶ ମଧ୍ୟରେ ଏହି ଚୁକ୍ତି ଇସ୍ରାଏର ରାଜନୀତି ପାଇଁ ଏକ ବଡ ଝଟକା ସଦୃଶ ହୋଇଛି । ଏହି ବୁଝାମଣା ସେବେ ହୋଇଛି ଯେବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ବିରୋଧରେ ଅସନ୍ତୋଷ ବଢିଛି । ଏହି ବୁଝାମଣା ମିଡିଲ ଇଷ୍ଟ ରାଜନୈନିତ ପରିବର୍ତ୍ତନର ଏକ ଉଦାହରଣ ହେବ ବୋଲି ଅନୁମାନ ହେଉଛି ।
ଭାରତ ଯାହାର ଇସ୍ରାଏଲ ସହିତ ଘନିଷ୍ଠ ସମ୍ପର୍କ ରହିଛି । ପଶ୍ଚିମ ଏସିଆ ଉକ୍ତ କ୍ଷେତ୍ର ଉପରେ ତୀକ୍ଷ ନଜର ରଖିଛି ଯାହା ଭାରତ ପ୍ରତିନ୍ଦ୍ବନ୍ଦୀ ଚୀନ ଦ୍ବାରା କରାଯାଇଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏନେଇ ଚିନ୍ତାପ୍ରକଟ କରିନାହିଁ କି କୌଣସି ଚେତାବନୀ ଦେଇନାହିଁ । ସାଉଦି ଆରବ ଓ ଇରାନ ସହିତ ଭାରତର ଭଲ ସମ୍ପର୍କ ରହିଛି । ତଥାପି ବୈଦେଶିକ ଅଧିକାରୀ ସଜାଗ ରହିଛନ୍ତି ।
ବାସ୍ତବରେ ରେଳ ଯୋଗାଯୋଗ ସ୍ଥାପନ ପାଇଁ ଚାହୁଁଥିବା ଚୀନ ଚାବହାର-ଜୋହେଦାନ ରେଳ ଲିଙ୍କ ବିକଶିତ ନେଇ ଭାରତର ଯୋଜନା ଉପରେ ବ୍ରେକ ଲଗାଇଛି । ସାଉଦ ଆରବ ଓ ଇରାନ ସମ୍ପର୍କ ଭିତରେ ଭାରତ ନିରପକ୍ଷ ଆଭିମୁଖ୍ୟକୁ ସଫଳ କରିବାରେ ସଫଳ ହୋଇଛି । କେବଳ ଗୋଟିଏ ଦିଗ ଉପରେ ଦୃଷ୍ଟି ରହିଛି ଭାରତ ବନ୍ଧୁ ଦେଶ ସହ ଚୀନର ମଧ୍ୟସ୍ଥତା ଓ ସୁବିଧା । ଏପରି କରିବା ଦ୍ବାରା ଚୀନ ସହଜରେ ତାର ବିସ୍ତାରବାଦୀ ନୀତି ଦ୍ବାରା ପଶ୍ଚିମ ଏସିଆ ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରିପାରିବାର ସଫଳ ହୋଇପାରେ ।
ଯୁଦ୍ଧ ସଙ୍କଟ ମଧ୍ୟରେ ଭାରତ ହିଁ ଏକମାତ୍ର ଲାଭାର୍ଥୀ ଦେଶ ଯିଏକି ଋଷରୁ ତେଲ କ୍ରୟ କରୁଛି । ଏହାକୁ ପଶ୍ଚିମ ଏବଂ ୟୁରୋପକୁ ଅଧିକ ଦରରେ ବିକ୍ରି କରୁଛି । ଚୀନ ଭାରତକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିପାରେ । ଭାରତ ପାଇଁ ମୁଖ୍ୟ ଚିନ୍ତା ଭାବେ ଆର୍ଥିକ ସମସ୍ୟାକୁ କମ କରିବାକୁ ପଡିବ । ଏବେ ସବୁ ଏହା ଉପରେ ନିର୍ଭର କରୁଛି କି ଭାରତ ପାଇଁ ଏହି ସ୍ଥିତି କିପରି ବିକଶିତ ହେଉଛି । ଚୀନ ଦ୍ବାରା ଏହି ଦୁଇଦେଶ ମଧ୍ୟରେ ବୁଝାମଣା ପରେ ଆମେରିକା ପଶ୍ଚିମ ଏସିଆରୁ ଦୂରେଇ ଯାଇଛି । ଆଗକୁ ସ୍ଥିତି ସାମ୍ନାକୁ ଆସିଲେ ଚୀନର ଶତ୍ରୁ ଭାବରେ ବିବେଚନା କରାଯିବା ପରିପ୍ରେକ୍ଷୀରେ ଭାରତକୁ କିପରି ସ୍ଥାନିତ କରାଯିବ ତାହା ସ୍ପଷ୍ଟ ହୋଇଯିବ ।
ବିଲାଲ ଭଟ୍ଟ, ଇଟିଭି ଭାରତ