ETV Bharat / opinion

ଆଦିବାସୀ ଗଡରେ ଅଙ୍କ କଷା, ଫୋକସରେ 5 ଲୋକସଭା ଆସନ - ଫୋକସରେ ଲୋକସଭା ଆସନ

ଆସନ୍ତା ୨୦୨୪ରେ ହେବ ସାଧାରଣ ନିର୍ବାଚନ । ଏବେଠୁ ରଣନୀତି ପ୍ରସ୍ତୁତ କରୁଛନ୍ତି ରାଜନୈତିକ ଦଳ । ତେବେ ଆଦିବାସୀଙ୍କ ଭୋଟକୁ ଫୋକସରେ ରଖି ଦଳ ପକ୍ଷରୁ ରଣାଙ୍ଗନା ପ୍ରସ୍ତୁତି କରାଯାଉଛି । ଅଧିକ ପଢନ୍ତୁ

ଆଦିବାସୀ ଗଡରେ ଅଙ୍କ କଷା
ଆଦିବାସୀ ଗଡରେ ଅଙ୍କ କଷା
author img

By

Published : Jan 5, 2023, 6:58 PM IST

ହାଇଦ୍ରାବାଦ: ଆରମ୍ଭ ହୋଇସାରିଛି ନୂଆ ବର୍ଷ । ଏହା ସହିତ 2024 ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆ ରଣନୀତି ଚଳାଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏହାରି ଭିତରେ ବୁଢାବଳଙ୍ଗରୁ ଆରମ୍ଭ କରି ବୈତରଣୀ, ବ୍ରାହ୍ମଣୀରେ ଅନେକ ପାଣି ବହିସାରିଲାଣି । ଆଉ ସମୟ ଥାଉ ଥାଉ ବନ୍ଧ ବାନ୍ଧିବା ଆରମ୍ଭ ହୋଇସାରିଛି । ଗ୍ରାଉଣ୍ଡ ଓ୍ବାର୍କରେ ଲାଗିପଡିଲେଣି ନେତା । ଆଉ ଭାଷଣରେ ନୁହେଁ, ଏଥର ଭୋଟ ପାଇଁ ନିର୍ବାଚନୀ ଭିତ୍ତିଭୂମି ନିର୍ମାଣ କରିବାକୁ ସମସ୍ତେ କସରତ କରୁଛନ୍ତି । ଫୋକସରେ ରହିଛି ଆଦିବାସୀ ଭୋଟ । କାରଣ ଆଗାମୀ ନିର୍ବାଚନ ପାଇଁ ଯେଉଁ ମୂଳଦୂଆ ପଡିବ, ସେଥିରେ ମଜବୁତ ସ୍ତମ୍ଭ ସାଜିପାରନ୍ତି ଆଦିବାସୀ ଭୋଟର ।

ରାଜ୍ୟର ଆଦିବାସୀଙ୍କ ଭୋଟ ପ୍ରତିଶତ-ରାଜ୍ୟର ଆଦିବାସୀ ଜନସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ପାଖାପାଖି 23 ପ୍ରତିଶତ । 12ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଆଦିବାସୀମାନେ ସମୁଦାୟ ଜନସଂଖ୍ୟାର 55 ପ୍ରତିଶତରୁ ଅଧିକ । ଏହାକୁ ଦୃଷ୍ଟିରେ ରଖିଲେ ରାଜ୍ୟରେ ଆଦିବାସୀ ଭୋଟ କେତେ ମହତ୍ବ ରଖେ ତାହା ଅନୁମାନ କରିହେବ । ତେଣୁ ଆଦିବାସୀଙ୍କ ଭୋଟ ଉପରେ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡିର ଆଖି ରହିଛି ।

2019 ବିଧାନସଭା ନିର୍ବାଚନରେ 35ଟି ଆଦିବାସୀ ସଂରକ୍ଷିତ ଆସନ ମଧ୍ୟରୁ ବିଜେପି 11ଟିରେ ପଦ୍ନ ଫୁଟାଇଥିବାବେଳେ ବିଜେଡି ଖାତାକୁ ଯାଇଥିଲା 20ଟି ଆସନ । ସେହିପରି 2019 ସାଧାରଣ ନିର୍ବାଚନରେ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ 5ଟି ଲୋକସଭା ଆସନରୁ ବିଜେପି ଏବଂ ବିଜେଡି ଦୁଇଟି ଲେଖାଏଁ ଆସନ ଜିତିଥିଲେ । ତେବେ ଯଦିଓ ବିଜେପି ରାଜ୍ୟରେ ଆସିଦିବାସୀଙ୍କ ଆସ୍ଥା ଭାଜନରେ ଏଯାଏଁ ସମ୍ପୂର୍ଣ୍ଣ ସଫଳ ହୋଇପାରିନାହିଁ, ତଥାପି ଦଳ କେଉଁଠି ନା କେଉଁଠି ବିଜେଡିର ଆଦିବାସୀ ଗଡରେ ନିଜର ଦୃଢ ସ୍ଥିତି ଜାହିର ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି ।

ଆଦିବାସୀ ସଂରକ୍ଷିତ 5 ଲୋକସଭା ଆସନରେ ବର୍ତ୍ତମାନର ସ୍ଥିତି-2019 ସାଧାରଣ ନିର୍ବାଚନରେ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ପାଞ୍ଚଟି ଲୋକସଭା ଆସନରୁ ବିଜେପି ମୟୂରଭଞ୍ଜ ଓ ସୁନ୍ଦରଗଡ ଜିତିଥିବାବେଳେ ନବରଙ୍ଗପୁର ଓ କେନ୍ଦୁଝରରେ ବାଜି ମାରିଥିଲା ବିଜେଡି । ତେବେ କଂଗ୍ରେସ କେବଳ କୋରାପୁଟ ହାତେଇବାରେ ସକ୍ଷମ ହୋଇଥିଲା । ବର୍ତ୍ତମାନର ସ୍ଥିତିକୁ ଯଦି ଲକ୍ଷ କରିବା ତେବେ ମୟୂରଭଞ୍ଜରେ 59 ପ୍ରତିଶତ ଆଦିବାସୀ ଜନସାଧାରଣ ବସବାସ କରନ୍ତି । ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅନ୍ତର୍ଗତ 7ଟି ବିଧାନସଭା ଆସନ ମଧ୍ୟରୁ 5ଟି ଆସନକୁ ଗତ ନିର୍ବାଚନରେ ବିଜେପି ନିଜ ଦଖଲକୁ ନେଇଥିଲା । ଏହି ଆସନରେ ବିଜେପିର ସ୍ଥିତି ଭଲ ରହିଛି । 2019ରେ ବିଜେପିର ଭୋଟ ପ୍ରତିଶତ 40.7 ରହିଥିଲା । ଏଠାରୁ ସାଂସଦ ବିଶେଶ୍ବର ଟୁଡୁ କେନ୍ଦ୍ରରେ ମନ୍ତ୍ରୀ ରହିଛନ୍ତି ଏବଂ ଦଳୀୟ ସଂଗଠନ ମଧ୍ୟ ଆପାତତଃ ମଜବୁତ ରହିଛି । ସବୁଠୁ ବଡ କଥା ହେଉଛି ଯେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଘର ମଧ୍ୟ ମୟୂରଭଞ୍ଜରେ । ତେବେ ମୁର୍ମୁ ଫ୍ୟାକ୍ଟର ନିଶ୍ଚିତ ଭାବରେ ବିଜେପିକୁ ଲାଭ ପହଞ୍ଚାଇବ । ଆଗାମୀ ନିର୍ବାଚନରେ ମଧ୍ୟ ପୁନର୍ବାର ମୟୂରଭଞ୍ଜରେ ଦଳ ଭଲ ମାର୍ଜିନରେ ବିଜୟଲାଭ କରିବ ବୋଲି ବିଜେପି ଆଶାବାଦୀ ରହିଛି ।

କେନ୍ଦୁଝରରେ 48.4% ଆଦିବାସୀ ଭୋଟର ରହିଛନ୍ତି । ଏଠାରେ ବିଜେଡି ଆଦିବାସୀ ଯୁବ ଚେହେରା ଭାବରେ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରି 2019ରେ ବାଜି ଜିତିଥିଲା । ଏଥର ମଧ୍ୟ ଦଳ ଚନ୍ଦ୍ରାଣୀଙ୍କୁ ଟିକଟ ଦେବାନେଇ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷେ ପୂର୍ବତନ ସାଂସଦ ଅନନ୍ତ ନାଏକଙ୍କୁ କ୍ରାମାଗତ 2014 ଓ 2019ରେ ଟିକେଟ ଦେଇ ନିରାଶ ହୋଇଛି ବିଜେପି । ରାଷ୍ଟ୍ରୀୟ ଜନଜାତି ଆୟୋଗର ସଦସ୍ୟ ଥିବା ଅନନ୍ତ ନାଏକ ଅନେକ ଥର ଆଦିବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ତେବେ ବିଜେଡି ହାତରେ ଥିବା କେନ୍ଦୁଝରକୁ କବଜା କରିବା ପାଇଁ ବିଜେପି ଏଥର ପ୍ରାର୍ଥି ଚୟନରେ ପରିବର୍ତ୍ତନ କରିପାରେ ।

ସେହିପରି ସୁନ୍ଦରଗଡରେ ଆଦିବାସୀ ଭୋଟରଙ୍କ ସଂଖ୍ୟା ପାଖାପାଖି 51.5 ପ୍ରତିଶତ ରହିଛି । ଏଠାରେ ବିଜେପିରୁ ଜୁଏଲ ଓରାମ ସାଂସଦ ରହିଛନ୍ତି । ଜୁଏଲ ଏହି ଆସନରୁ 3ଥର ସାଂସଦ ରହିଥିଲେସୁଦ୍ଧା ଏବେ ତାଙ୍କ ପ୍ରଭାବ କମୁଥିବା ଦେଖିବାକୁ ମିଳୁଛି । 2019ରେ 45.45 ପ୍ରତିଶତ ଭୋଟ ସେୟାର ସହିତ ଏଠାରେ ଦୃଢ ସ୍ଥିତିରେ ରହିଥିଲା ବିଜେପି । ହେଲେ ସାଂଗଠନିକ ସ୍ତରରେ ସାଂସଦ ଜୁଏଲ ଓରାମଙ୍କ ପ୍ରଭାବ ହ୍ରାସ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ । ସେପଟେ ବିଜେଡି ଏଥର ଦୀଲ୍ଲିପ ତିର୍କୀଙ୍କୁ ପ୍ରାର୍ଥୀ କରିବା ନେଇ ମନ ସ୍ଥିର କରିଥିବା ଜଣାପଡିଛି ।

ସେପଟେ କୋରାପୁଟର କଥା ଯଦି କହିବା ତାହେଲେ ଏଠାରେ 52 ପ୍ରତିଶତ ଆଦିବାସୀ ଭୋଟର ରହିଛନ୍ତି । କୋରାପୁଟ ଏବେ କଂଗ୍ରେସର ଦଖଲରେ ରହିଛି । ଏଠାରୁ ସାଂସଦ ରହିଛନ୍ତି ସପ୍ତିଗିରି ଉଲାକା । ଗତ ନିର୍ବାଚନରେ ଏହି ଆସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ବିଜେଡି 35.3 ପ୍ରତିଶତ ଭୋଟ ସେୟାର ପାଇଥିବାବେଳେ କଂଗ୍ରେସ 35.6 ପ୍ରତିଶତ ଭୋଟ ସହିତ ଆଗୁଆ ରହି କୋରାପୁଟ ହାତେଇଥିଲା । ହେଲେ ଏଠାରେ ବିଜେପି 19.8 ପ୍ରତିଶତ ଭୋଟ ହାସଲ କରି ତୃତୀୟ ସ୍ଥାନରେ ରହିଥିଲା । ଆଦିବାସୀ ବହୁଳ କୋରାପୁଟର ଅନେକ ଗାଁରେ ଲୋକେ ଏବେ ବି ମୌଳିକ ସମସ୍ୟା ଭିତରେ ସଂଘର୍ଷ କରୁଛନ୍ତି । କୋଟିଆରେ ସୀମା ବିବାଦ ଲାଗି ରହିଛି । ଏସବୁ ଭିତରେ ବିଜେଡି ବିକାଶ ପ୍ରସଂଗରେ ବ୍ୟାକଫୁଟକୁ ଆସିପାରେ । ଯେହେତୁ କୋରାପୁଟ କଂଗ୍ରେସର ପକେଟ ଭୋଟ ରହିଛି, ତେଣୁ କଂଗ୍ରେସକୁ ନିଜ ଗଡ ବଞ୍ଚାଇବା ଟିକିଏ ସହଜ ହେବ । ଅନ୍ୟପକ୍ଷେ କୋରାପୁଟରେ ବିଜେପିର କୌଣସି ଚେହେରା ନଥିବାରୁ ଦଳକୁ ଏଠାରେ ବିଜୟର ଆଶା କ୍ଷୀଣ ।

ସେହିପରି ନବରଙ୍ଗପୁର ଲୋକସଭା କ୍ଷେତ୍ରରେ 56.4 ପ୍ରତିଶତ ଆଦିବାସୀ ସମୁଦାୟ ଅଛନ୍ତି । ନବରଙ୍ଗପୁର ଲୋକସଭା ଅନ୍ତର୍ଗତ ଉମରକୋଟ ଓ ମାଲକାନଗିରି ବିଧାନସଭା ଆସନ ଏବେ ବିଜେପି ହାତରେ ଥିବାବେଳେ ବାକି 5ଟି ବିଧାନସଭା ଆସନ ବିଜେଡି ଦଖଲରେ ରହିଛି । 2019 ଲୋକସଭା ନିର୍ବାଚନରେ ବିଜେଡି 35.3 ପ୍ରତିଶତ ଭୋଟ ପାଇଥିବାବେଳେ କଂଗ୍ରେସ 31.4 ଓ ବିଜେପି 30.8 ପ୍ରତିଶତ ଭୋଟ ପାଇଥିଲେ । ଏଠାରେ ତ୍ରିମୁଖି ଲଢେଇ ଦେଖିବାକୁ ମିଳିଥିଲା । ତେବେ ଉମରକୋଟରେ ବିଜେପିର ସ୍ଥିତିକୁ ଅଣଦେଖା କରାଯାଇପାରିବ ନାହିଁ । ଅନ୍ୟପକ୍ଷେ କଂଗ୍ରେସର ଭୋଟ ଉପରେ ସମସ୍ତଙ୍କ ନଜର ରହିବ । କଂଗ୍ରେସର ଭୋଟ ଭାଗ ହେଲେ ଏହା କାହା ସପକ୍ଷକୁ ଯିବ ଆଉ କିଏ ଲାଭ ପାଇବ ସେନେଇ ମଧ୍ୟ ଅଙ୍କ କଷା ଆରମ୍ଭ ହୋଇଛି ।

କାହା ସପକ୍ଷରେ ଯିବେ ଆଦିବାସୀ ? ଏବେସୁଦ୍ଧା ରାଜ୍ୟରେ ଆଦିବାସୀମାନେ କ୍ଷମତାସୀନ ବିଜୁ ଜନତା ଦଳ ସପକ୍ଷରେ ଭୋଟ ଦେଇଆସୁଛନ୍ତି । ହେଲେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ଶାସନ ଗତ କିଛି ବର୍ଷ ଭିତରେ ଅନୁସୂଚିତ ଜନଜାତିଙ୍କ ଉପରେ ଅନେକ ପ୍ରଭାବ ପକାଇଛି । ରାଜ୍ୟରେ ଆଦିବାସୀ ସମୁଦାୟ ନେତାଙ୍କୁ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇ ଏହି ସମୁଦାୟଙ୍କ ଆସ୍ଥା ଜିତିବାକୁ ବିଜେପି ଭରପୁର ପ୍ରୟାସ କରିଛି । ଓଡିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ସହିତ 2024 ପାଇଁ ନିଜର ରୋଡମ୍ୟାପ ସ୍ଥିର କରିଥିଲା ବିଜେପି । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଆଦିବାସୀ ଭୋଟରଙ୍କ ମନରେ ଅନେକ ସକାରାତ୍ମକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି ।

ଅନ୍ୟପକ୍ଷରେ ଆଦିବାସୀଙ୍କ ନାର୍ଯ୍ୟ ଦାବି ଆଉ ଅଧିକାର ସପକ୍ଷରେ ପଲ୍ଲୀଠୁ ଦିଲ୍ଲୀ ଲଢୁଥିବା କହୁଛି ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି । ଆଦିବାସୀ ଗଡରେ ବିଜେପି ନିର୍ମାଣ କରୁଥିବା ସମ୍ଭାବ୍ୟ ଭିତ୍ତିଭୂମିକୁ ନେଇ ଚିନ୍ତିତ ନବୀନ ପଟ୍ଟନାୟକ ପ୍ରଥମେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ଖୋଲା ସମର୍ଥନ ଜଣାଇବା ଦେଖିବାକୁ ମିଳିଥିଲା । ତେବେ ବିଜେପିର ପ୍ରୟାସକୁ କାଉଣ୍ଟର କରିବାକୁ କୌଣସି ସୁଯୋଗ ହାତ ଛଡାକରିବା ପାଇଁ ଚାହୁଁନାହିଁ ବିଜେଡି ।

ବିଜେଡି ଜାଣିଛି ଯେ ଆଦିବାସୀ ଭୋଟରମାନେ ଦୀର୍ଘ ବର୍ଷ ଧରି ଏକ ରାଜନୈତିକ ଦଳ ପ୍ରତି ବିଶ୍ୱସ୍ତ ରହିଆସିଛନ୍ତି । ଏହି କାରଣରୁ ଆଦିବାସୀମାନଙ୍କ ମଧ୍ୟରେ କଂଗ୍ରେସର ଏକ ଭୋଟ୍ ବ୍ୟାଙ୍କ ରହିଛି । ତେଣୁ ଆଦିବାସୀମାନେ ବିଜେପି ପ୍ରତି ଢଳନ୍ତୁ ବୋଲି ଆଞ୍ଚଳିକ ଦଳ ଭାବରେ ବିଜେଡି ଏହା କେବେ ଚାହିଁବ ନାହିଁ । ରାଜ୍ୟରେ 160 ଜନଜାତିଙ୍କୁ ST ତାଲିକାଭୁକ୍ତ କରିବା ଲାଗି କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିବା କଥା ହେଉ କି ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣର ଘୋଷଣା, ବିଜେଡି କେଉଁଥିରେ ବି ଆଦିବାସୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନି । 9ଟି ଆଦିବାସୀ ବହୁଳ ଜିଲ୍ଲାରେ ରାଜ୍ୟ ସରକାର SDC (ସ୍ବତନ୍ତ୍ର ବିକାଶ ପରିଷଦ) ଗଠନ କରିଥିଲେ। ମାର୍ଚ୍ଚ 2021 ରେ 50,000 ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 101 କୋଟି ମଞ୍ଜୁର କରିଥିଲେ। ଖାଲି ସେତିକି ନୁହେଁ, ବିଜେପି ନେତୃତ୍ବାଧିନ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭରୁ ହି ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ବକୁ ସମର୍ଥନ କରିଥିଲେ ଏବଂ ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ପ୍ରଚାର କରିଥିଲେ। ଓଡିଆ ଖବରକାଗଜରେ ପ୍ରକାଶିତ ଏକ ସମ୍ପାଦକୀୟ ପୃଷ୍ଠାରେ ସେ ଏହା ମଧ୍ୟ ଲେଖିଥିଲେ ଯେ ଜଣେ ଆଦିବାସୀ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସନ୍ତୁ ବୋଲି ତାଙ୍କର ଇଚ୍ଛା ଥିଲା ।

ସେପଟେ 2024 ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିଜେପି ପାଇଁ ଆଦିବାସୀ ସମୁଦାୟ ହେଉଛି ନୂଆ ଫୋକସ୍ । ରାଷ୍ଟ୍ରପତି ନିର୍ବାଚନ ପରଠାରୁ ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ ପାଇଁ ବିଜେପିର ଉଦ୍ୟମ ଅଧିକ ସ୍ପଷ୍ଟ ହୋଇଛି। ଆଦିବାସୀ ଗଡରେ ନିଜର ସ୍ଥିତି ଜାହିର କରିବାକୁ ଏହି ଉଦ୍ୟମ ବିଜେପିକୁ ଏକ ମଞ୍ଚ ପ୍ରଦାନ କରିଛି । 2024 ନିର୍ବାଚନକୁ ଆଖି ଆଗରେ ରଖିଲେ ଆଦିବାସୀ ଭୋଟ ନିଶ୍ଚିତ ଭାବରେ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି କରିବ ଏହା ଜୋର ଦେଇ କୁହାଯାଇପାରେ । ତେବେ ଆଦିବାସୀ କାହା ସପକ୍ଷରେ ବିବେକାନୁମୋଦିତ ମତାଧିକାର ସାବ୍ୟସ୍ତ କରିବେ ତାହା ଉପରେ ସମସ୍ତଙ୍କ ନଜର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.