ETV Bharat / opinion

India-Nepal Relation: ନେପାଳରେ ପ୍ରଚଣ୍ଡ ଯୁଗ ଆରମ୍ଭ, ଭାରତ-ଆମେରିକା ଉପରେ ଭାରି ପଡିବ କି ଚୀନ ?

author img

By

Published : Dec 30, 2022, 10:39 PM IST

କାଠମାଣ୍ଡୁରେ ଭାରତ କାହିଁକି ପ୍ରଭାବ ହରାଉଛି ? ନେପାଳର ନୂତନ ପ୍ରଧାନମନ୍ତ୍ରୀ ଆସିବା ପରେ ଭାରତ ଏହାର ପ୍ରଭାବ ଫେରିପାଇବ କି ? ଚୀନ, ନେପାଳ ସହିତ କୂଟନୈତିକ ସ୍ତରରେ ଆଧିପତ୍ୟ ବିସ୍ତାର କରି ଭାରତ ଏବଂ ଆମେରିକାକୁ ପଛରେ ପକାଇବାରେ ସଫଳ ହେବ କି ? ଏନେଇ ପଢନ୍ତୁ ଇଟିଭି ଭାରତର ବରିଷ୍ଠ ସମ୍ପାଦକ ସଞ୍ଜୟ କୁମାରଙ୍କ ଦ୍ବାରା ଲିଖିତ ଏହି ସମ୍ପାଦକୀୟ..

India-Nepal Relation
India-Nepal Relation

ନେପାଳରେ ଯେଉଁ ବି ସରକାର ଶାସନ କ୍ଷମତା ଗ୍ରହଣ କରୁ, ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ, ଅର୍ଥନୈତିକ ଓ ସାମାଜିକ ସମ୍ପର୍କ ବଜାୟ ରଖିବା ଭାରତର ଉଦ୍ଦେଶ୍ୟ । ଗତ ସୋମବାର CPNର ନେତା ପୁଷ୍ପ କମଲ ଦହଲ ପ୍ରଚଣ୍ଡ ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଭାରତ ପାଇଁ ବଢିଛି ଚିନ୍ତା । ନୂତନ ମିଳିତ ମେଣ୍ଟ (CPN-UML) ଅନୁସାରେ ନେପାଳରେ ଶାସନ କରିବାକୁ ଯାଉଛନ୍ତି ପ୍ରଚଣ୍ଡ । ଚୁକ୍ତି ଅନୁସାରେ ପ୍ରଚଣ୍ଡ ୨୦୨୫ ଯାଏଁ ପିଏମ ରହିବେ ଓ ବାକି କାର୍ଯ୍ୟକାଳ ସମ୍ଭାଳିବେ ପୂର୍ବରୁ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିବା ୟୁଏମଏଲ ନେତା କେପି ଶର୍ମା ଓଲି । ଯିଏକି ୨ ଦେଶରେ ସମ୍ପର୍କରେ ତିକ୍ତତାର ଏକ ମୁଖ୍ୟ କାରଣ । ଫଳରେ ନୂତନ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଚିନ୍ତାଭରା ସ୍ବାଗତ ଜଣାଇଛି ନୂଆଦିଲ୍ଲୀ ।

ଏହି ନିର୍ବାଚନରେ କୌଣସି ରାଜନୈତିକ ଦଳ ସଂଖ୍ୟା ଗରିଷ୍ଠତା ହାସଲ ନକରିବାରୁ ରାଷ୍ଟ୍ରରେ ସରକାର ଗଠନ କରିବା କଷ୍ଟକର ହୋଇପଡ଼ିଥିଲା । ପ୍ରଧାନମନ୍ତ୍ରୀତ୍ବ ନେଇ ନିଜ ଜିଦରେ ନେପାଳ କଂଗ୍ରେସ ଓ ମାଓବାଦୀ କେନ୍ଦ୍ର ଅଟଳ ଥିବାରୁ ସରକାର ଗଠନରେ ଅଚଳାବସ୍ଥା ଦେଖାଦେଇଥିଲା । ଏହାପରେ ରାଷ୍ଟ୍ରପତି ବିଦ୍ୟା ଦେବୀ ସମ୍ବିଧାନ ଦ୍ବାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ୭ଦିନ ମଧ୍ୟରେ ସରକାର ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ବିଦାୟୀ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ଓ ସିପିଏନ ନେତା ପୁଷ୍ପ କମଲଙ୍କ ମଧ୍ୟର ଦୌଡ଼ ଲାଗି ରହିଥିଲା । ନେପାଳରେ ସରକାର ଗଠନ ତୀବ୍ର ବିତର୍କର ବିଷୟ ହୋଇଥିବା ବେଳେ ଏହାର ପ୍ରତିଧ୍ବନୀ ଦିଲ୍ଲୀରେ ମଧ୍ୟ ଶୁଣାଗଲା । କାଠମାଣ୍ଡୁରେ ଭାରତ କାହିଁକି ପ୍ରଭାବ ହରାଉଛି ? ନୂତନ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ଚୀନ, ଆମେରିକା ଏବଂ ଭାରତକୁ ପଛରେ ପକାଇ ଦେଇଛି କି ?

ୟୁଏମଏଲ ନେତା କେପି ଶର୍ମା ଓଲିଙ୍କ ସମ୍ପର୍କ ପୂର୍ବରୁ ଚୀନ ସହିତ ଭଲ ରହିଆସିଛି । ଭାରତ ଆଗରେ ଚୀନକୁ ଅଧିକ ପ୍ରାଧାନ୍ୟ ଦେଇଥାଏ ଏହି ସରକାର । ଯାହାର ପ୍ରମାଣ ୨୦୨୦ ମସିହାରେ ଦେଖିବାକୁ ମିଳିଥିଲା । ଓଲି କହିଥିଲେ ଚୀନର କୋରୋନା ଭୂତାଣୁଠାରୁ ଭାରତରେ ସଂକ୍ରମିତ ହେଉଥିବା ଆକ୍ରାନ୍ତଙ୍କ ଭୂତାଣୁ ମାରାତ୍ମକ । ଭାରତବାସୀ ନେପାଳକୁ ଆସୁଥିବାରୁ ଏଠାରେ ସଂକ୍ରମଣ ବୃଦ୍ଧି ପାଉଛି । ସେତେବେଳେ ଓଲିଙ୍କ ଏହି ମନ୍ତବ୍ୟ ଦୁଇ ପଡୋଶୀ ଦେଶର ସମ୍ପର୍କରେ ତିକ୍ତତା ଆଣିଥିଲା । ଖାଲି ସେତିକି ନୁହେଁ ଓଲି ସରକାରଙ୍କ ସମୟରେ ନେପାଳ ନୂଆ ରାଜନୈତିକ ମାନଚିତ୍ରକୁ ଅନୁମୋଦନ ମିଳିଥିଲା, ଯେଉଁଥିରେ ଭାରତର ଲିପୁଲେଖ ଗିରିପଥ, କଳାପାନି ଓ ଲିମ୍ପିୟାଧୁରା ରହିଥିଲା । ଏମାନେ ଭାରତଠାରୁ ଏହି ଅଞ୍ଚଳ ଫେରାଇ ନେବା ଲାଗି ଦାବି କରିଥିଲେ ।

ଏହା ବି ପଢନ୍ତୁ- Nepal New PM : ନେପାଳର ନୂଆ ପ୍ରଧାନମନ୍ତ୍ରୀ ହେଲେ ପୁଷ୍ପ କମଲ ଦହଲ

ସେପଟେ ପ୍ରଚଣ୍ଡଙ୍କ ନେତୃତ୍ବରେ ନୂତନ ସରକାରରେ ଥିବା ଲାମିଚାନେ ଯିଏକି ଦେଶର ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ । ସେ ନେପାଳର ଏକ ପିଢିକୁ ପ୍ରତିନିଧିତ୍ବ କରନ୍ତି ଯାହାର ଭାରତ ସହିତ କୌଣସି ସମ୍ପର୍କ ନାହିଁ ଏବଂ ସେମାନେ ପାଶ୍ଚାତ୍ୟ ଦେଶରୁ ପ୍ରେରଣା ଖୋଜୁଛନ୍ତି । ନେପାଳରେ ଗଠିତ ଏହି ନୂଆ ସରକାର ଅନେକ ଦୃଷ୍ଟିକୋଣରୁ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । ଦୁଇ ପଡ଼ୋଶୀଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ଶତ୍ରୁତା ବୃଦ୍ଧି ପାଇଥିବା ବେଳେ ଭାରତର ଶତ୍ରୁ ରାଷ୍ଟ୍ର ଚୀନ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିଛି । ଚୀନରୁ ବହୁ ପ୍ରତିକ୍ଷିତ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (BRI) ମାଧ୍ୟମରେ ଚୀନ ଭାରତ ପର୍ଯ୍ୟନ୍ତ ରେଲୱେ ଲାଇନ ନିର୍ମାଣ କରିବାକୁ ଯୋଜନା କରିଛି । ତେବେ ଭାରତ BRI ସହିତ କୌଣସି କାର୍ଯ୍ୟ କରିବାକୁ ମନା କରିଦେଇଥିବା ବେଳେ ଏପଟେ ନେପାଳ ଏହାର ଏକ ଅଂଶ ହେବାକୁ ସ୍ଥିର କରିଛି ।

ଯେତେବେଳେ ଓଲିଙ୍କୁ ବହିଷ୍କାର କରାଯାଇଥିଲା ଏବଂ ଦେଓବା ସରକାର ଦେଶରେ ନୂଆ ସରକାର ଗଠନ କରିଥିଲେ ସେତେବେଳେ ତାଙ୍କ ସରକାର ମିଲେନିୟମ୍ ଚ୍ୟାଲେଞ୍ଜ କର୍ପୋରେସନ୍ (MCC) ରେ ରାଜି ହୋଇଥିଲେ, ଯାହା BRIକୁ ପ୍ରତିପକ୍ଷ ଭାବରେ ଉପସ୍ଥାପିତ ହୋଇଥିଲା । ମାତ୍ର ଏବେର ନୂତନ ସରକାରଙ୍କ ଆଚରଣ କିପରି ରହିବ ? ଏହା ଚୀନ ସମର୍ଥକ ହେବ ଏବଂ ଭାରତ ଓ ଆମେରିକାକୁ ବିରୋଧ କରିବ କି ? ନା କେ.ପି ଶର୍ମା ଏବଂ ପ୍ରଚଣ୍ଡଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଥିବା RSSର ମଧ୍ୟସ୍ଥିମାନଙ୍କ ପ୍ରଭାବ ପଡିବ ତାହା ସମୟ କହିବ ।

ସୂଚନା ଥାଉ କି ୨୦୧୫ରୁ ଭାରତ ସହ ନେପାଳର ସମ୍ପର୍କ ନିମ୍ନମୁଖୀ ହେବାରେ ଲାଗିଛି ଏବଂ ନେପାଳ ସହ ଏକ ବିଶେଷ ସମ୍ପର୍କ ଥିବା ସତ୍ତ୍ବେ ଭାରତ ସରକାର ଏହାର ପୁନର୍ବିନ୍ୟାସ କରିବାରେ ବିଫଳ ହୋଇଛନ୍ତି । ୨ ପଡୋଶୀ ଦେଶର ତିକ୍ତତା ମଧ୍ୟରେ ଫାଇଦା ନେଇଛି ଭାରତର ଶତ୍ରୁରାଷ୍ଟ୍ର ଚୀନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.