ETV Bharat / opinion

Assembly Election 2022: ଗୁଜୁରାଟରେ କମାଲ କଲା ବିଜେପିର ହିନ୍ଦୁତ୍ବ ଆଦର୍ଶ ! ହିମାଚଳରେ ମାରିଲା ଫେଲ୍‌

ବିଜେପିର ହିନ୍ଦୁତ୍ବ ଆଦର୍ଶ ଗୋଟିଏ ପଟେ ଗୁଜୁରାଟରେ ସଫଳ ହୋଇଥିବା ବେଳେ ପାହାଡ଼ୀ ରାଜ୍ୟ ହିମାଚଳ ପ୍ରଦେଶରେ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି । ଫଳସ୍ବରୂପ ଗୃହରାଜ୍ୟରେ ମୋଦି ନେତୃ୍ତ୍ବାଧୀନ ବିଜେପି ଐତିହାସିକ ବିଜୟ ହାସଲ କରିଥିବା ବେଳେ ହିମାଚଳପ୍ରଦେଶରେ ପରାଜୟ ବରଣ କରିଛନ୍ତି । ଗୁଜୁରାଟରେ କଂଗ୍ରେସକୁ ଧରାଶାୟୀ କରିବାରେ ସଫଳ ହୋଇଥିବା ବିଜେପି ସେପଟେ ପାହାଡୀ ରାଜ୍ୟରେ ନିଜେ ଧରାଶାୟୀ ହୋଇଛି ଗୈରିକ ଦଳ । ବିଧାନସଭା ନିର୍ବାଚନ ୨୦୨୨ (Assembly Election 2022)ର ଫଳାଫଳକୁ ନେଇ ପଢନ୍ତୁ ଇଟିଭି ଭାରତର ଏହି ସମ୍ପାଦକୀୟ

Assembly Election 2022: ଗୁଜୁରାଟରେ ଫଳପ୍ରଦ ବିଜେପିର ହିନ୍ଦୁତ୍ବ ଆଦର୍ଶ, ହିମାଚଳରେ ମାରିଲା ଫେଲ୍‌

author img

By

Published : Dec 8, 2022, 6:17 PM IST

Updated : Dec 8, 2022, 7:14 PM IST

ବିଲାଲ ଭଟ୍ଟ, ଇଟିଭି ଭାରତ

ହାଇଦ୍ରାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly Election 2022)ରେ ଐତିହାସିକ ବିଜୟ ଲାଭ କରିଛି ବିଜେପି । ଦଳ ନିଜ ରେକର୍ଡକୁ ନିଜେ ଭାଙ୍ଗିଛି । ଏହା କେବଳ ବିଜେପିର ପାୱାରଫୁଲ ନିର୍ବାଚନୀ ପ୍ରଚାର ପାଇଁ ସମ୍ଭବ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଗୁଜୁରାଟରେ ବିଜେପିର ହେବିୱେଟ ନେତା ମାରାଥନ ପ୍ରଚାର କରିଥିଲେ । ଯାହାକି ସଫଳତାର ସହିତ ଗୁଜୁରାଟବାସୀଙ୍କ ଉପରେ ପ୍ରଭାବ ପକାଇଥିବା ଫଳାଫଳରୁ ସ୍ପଷ୍ଟ ହୋଇଛି (Gujarat heeded Modi's appeal) । ଗୁଜୁରାଟର ବିକାଶ ଲାଗି ମୋଦି ରାଜ୍ୟବାସୀଙ୍କ ସହଯୋଗ ଲୋଡିଥିଲେ । ଯାହାକୁ ରାଜ୍ୟବାସୀ ଗୁରୁତ୍ବର ସହ ନେଇଥିବା ବେଳେ ବିଜେପିକୁ ବିପୁଳ ବିଜୟ ହାସଲ କରିଛି । ବିଜେପି ମୋଟ ୧୮୨ ଆସନରୁ ଏଯାବତ ୧୩୩ଟି ଆସନରେ ବିଜୟୀ ଲାଭ କରିଛି । ସମସ୍ତ ବିରୋଧୀ ଦଳ ବିଜେପି ଆଗରେ ଫିକା ପଡ଼ିଛି । ଗୁଜୁରାଟବାସୀ ମୋଦିଙ୍କ ଉପରେ ପୁଣି ବିଶ୍ବାସ ଜାହିର କରିଥିବା ବେଳେ ସେପଟେ ହିମାଚଳ ପ୍ରଦେଶରେ ଦଳକୁ ନିରାଶ ହେବାକୁ ପଡ଼ିଛି ।

ନିଜ ଗୃହରାଜ୍ୟରେ ମୋଦି ବିପୁଳ ବିଜୟ ହାସଲ କରିଛନ୍ତି । ଗୁଜୁରାଟବାସୀ ନିଜ ଭୂମିପୁତ୍ରଙ୍କ ଉପରେ ଗଭୀର ବିଶ୍ବାସ ଜାହିର କରିଛନ୍ତି । ଏଠାରେ କଂଗ୍ରେସ ବିଜେପିକୁ କଡା ଟକ୍କର ଦେବା ତ ଦୂରର କଥା ୨୦୧୭ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ସମ୍ପୂର୍ଣ୍ଣ ଭାବେ ଧରାଶାୟୀ ହୋଇଛି । କଂଗ୍ରେସ ଠାରୁ ଅନେକ ଆସନ ଛଡାଇ ଆଣି ବିଜେପି ଐତିହାସିକ ବିଜୟ ହାସଲ କରିବାକୁ ଯାଉଛି । ବିରୋଧୀ ବିଜେପି ବିରୋଧରେ ଅସ୍ତ୍ର କରିଥିବା ଦଳିତ ସମସ୍ୟା, ବାନୋ ଦୁଷ୍କର୍ମ ଘଟଣା ଆଦି କୌଣସି ପ୍ରଭାବ ପକାଇ ପାରିନାହିଁ । ମୋଦି ମାଟିର ପୁଅ ହୋଇଥିବାରୁ ତାଙ୍କ ଦଳକୁ ବିଜୟ କରିବା ଲାଗି ଦଳର ତୃଣମୂଳ ସ୍ତରର କର୍ମୀ ରାଜ୍ୟବାସୀଙ୍କୁ ଆହ୍ବାନ କରିଥିଲେ । ବିଜେପି ପ୍ରାର୍ଥୀଙ୍କ ମୁଣ୍ଡରେ ବିଜୟର ମୁକୁଟ ପିନ୍ଧାଇ ବିଜେପିକୁ ପୁଣି ସପ୍ତମ ଥର ଲାଗି ଶାସନ କ୍ଷମତାକୁ ଆଣିଛନ୍ତି ରାଜ୍ୟବାସୀ ।

ଗୁଜୁରାଟରେ ବିରୋଧୀ ଦଳ କଂଗ୍ରେସ, ଆପ୍‌, AIMIM ଧରାଶାୟୀ ହୋଇଛି । ଦଳ ଉପରେ ପ୍ରଧାନମନ୍ତ୍ରୀ ମୋଦି ଭାରି ପଡ଼ିଛନ୍ତି । ଗତ ସୁରତ ପୌର ନିର୍ବାଚନରେ ଆପ୍‌ର ବିଜୟ (୨୭ ଆସନ) ହେଉ କି କୌଣସି ନା କୌଣସି କାରଣ ଦର୍ଶାଇ ଗୁଜୁରାଟକୁ ଓୱେସୀଙ୍କ ବାରମ୍ବାର ଗସ୍ତ । ବିଜେପି ସମସ୍ତ ଦଳର କାର୍ଯ୍ୟକଳାପ ଉପରେ ନଜର ରଖି ନିର୍ବାଚନରେ ବିଜୟ ହାସଲ ଲାଗି ରଣନୀତି ପ୍ରସ୍ତୁତ କରିଥିଲା । ସେପଟେ ସୌରାଷ୍ଟ୍ର କ୍ଷେତ୍ରରେ ବିଜେପି ବଡ଼ ଚ୍ୟାଲେଞ୍ଜ ରହିଥିଲା କଂଗ୍ରେସ । କାରଣ ଗତ ନିର୍ବାଚନରେ ଲଗାତାର ଭାବେ କଂଗ୍ରେସ ଏଠାରେ ନିଜର ଆଧିପତ୍ୟ ବିସ୍ତାର କରି ବିଜେପିକୁ କଡ଼ା ଟକ୍କର ଦେଉଥିଲା । ସେପଟେ ପଟିଦାର ସମ୍ପ୍ରଦାୟକୁ ଖୁସ୍‌ କରାଇବା ବିଜେପି ପାଇଁ ଆହ୍ବାନ ଥିଲା । ବିଜେପି କ୍ରମାଗତ ଭାବେ ଏହି ସମ୍ପ୍ରଦାୟର ଦାବି ପୂରଣ କରିଥିଲା ।

ସୌରାଷ୍ଟ୍ରରେ ଧରାଶାୟୀ କଂଗ୍ରେସ:-

ସୌରାଷ୍ଟ୍ର କ୍ଷେତ୍ରରେ କଂଗ୍ରେସ ହାୱାକୁ ପ୍ରଭାବିତ କରିବା ଲାଗି ଖୋଦ ପ୍ରଧାନମନ୍ତ୍ରୀ ମୋଦି ଏଠାରେ କ୍ରମାଗତ ଭାବେ ରାଲି ଆରମ୍ଭ କରିଥିଲେ । ସେ ପୁରା ରାଜ୍ୟବାସୀଙ୍କୁ ଆହ୍ବାନ କରିଥିବା ବେଳେ ଅଧିକ ସୌରାଷ୍ଟ୍ର କ୍ଷେତ୍ର ଉପରେ ଗୁରୁତ୍ବାରୋପ କରିଥିଲେ ଏବଂ ଏହି କ୍ଷେତ୍ରରେ ଏକାଧିକ ରୋଡ ଶୋ' ଓ ଜନସଭା କରିଥିଲେ । କଂଗ୍ରେସକୁ ଏହି କ୍ଷେତ୍ରରେ ଧରାଶାୟୀ କରିବା ବିଜେପିର ମୁଖ୍ୟ ଷ୍ଟ୍ରାଟେଜି ରହିଥିଲା । କାରଣ କଂଗ୍ରେସ ୨୦୧୭ ନିର୍ବାଚନରେ ସୌରାଷ୍ଟ୍ର କ୍ଷେତ୍ରରେ ମୋଟ ୪୮ଟି ଆସନରୁ ୨୮ରେ ବାଜିମାତ୍‌ କରିଥିବା ବେଳେ ବିଜେପିକୁ ମାତ୍ର ୧୯ଟି ସିଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ସେହିପରି ଉତ୍ତର ଗୁଜୁରାଟର ମୋଟ ୫୩ଟି ଆସନରୁ କଂଗ୍ରେସ ୨୪ଟି ଆସନରେ ବିଜୟ ହୋଇଥିଲା । ଏପରିକି ଭଦନଗର, ଉନଝା ଯାହାକି ପ୍ରଧାନମନ୍ତ୍ରୀ ମୋଦିଙ୍କ ହୋମଟାଉନ, ଏଠାରେ ବିଜେପିକୁ କଂଗ୍ରେସ ୧୯ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲା ।

ଭାରି ପଡ଼ିଲା ବିଜେପିର ହିନ୍ଦୁତ୍ବ ଆଦର୍ଶ:-

ଚଳିତ ବର୍ଷ ଏହି ସମସ୍ତ ଆସନରେ କଂଗ୍ରେସକୁ ଧରାଶାୟୀ ହେବାକୁ ପଡ଼ିଛି । ବିଜେପିର ହିନ୍ଦୁତ୍ବ ଆଦର୍ଶ (Hindutva Ideology) ସମସ୍ତ ବିରୋଧୀ ଦଳ ଉପରେ ଭାରି ପଡ଼ିଛି । ଏହି ଆଦର୍ଶ ବଳରେ ତୃଣମୂଳ ସ୍ତରର ଭୋଟରଙ୍କ ବିଶ୍ବାସ ଜିତିବାରେ ସକ୍ଷମ ହୋଇପାରିଛି ବିଜେପି । ସୌରାଷ୍ଟ୍ର କ୍ଷେତ୍ରରେ ଗତ ନିର୍ବାଚନରେ ଆଧିପତ୍ୟ ବିସ୍ତାର କରିଥିବା କଂଗ୍ରେସ ମଧ୍ୟ ଧରାଶାୟୀ ହୋଇଛି । ବିଜେପିର ଆଦର୍ଶବାଦ ସମସ୍ତ ଆହ୍ବାନକୁ ଭେଦ କରି ବିପୁଳ ଭୋଟ ହାତେଇବାରେ ସକ୍ଷମ ହୋଇଛି ।

ହିମାଚଳରେ ବିଜେପି ଉପରେ ଭାରି ପଡିଲା କଂଗ୍ରେସ:-

ଗୋଟିଏ ପଟେ ଗୁଜୁରାଟରେ ବିଜେପି ଐତିହାସିକ ବିଜୟ ଲାଭ କରିଥିବା ବେଳେ ଏପଟେ ହିମାଚଳପ୍ରଦେଶରେ ପରାଜୟତା ବରଣ କରିଛି । ସରକାର ଗଢିବା ଲାଗି ଆବଶ୍ୟକ ହେଉଥିବା ମ୍ୟାଜିକ ନମ୍ବରକୁ ପାର୍‌ କରିବାରେ ବିଫଳ ହୋଇଛି ବିଜେପି । ପାହାଡୀ ରାଜ୍ୟ ହିମାଚଳପ୍ରଦେଶରେ ମୁସଲିମ ଭୋଟର ପ୍ରତିଶତ ଅଧିକ ରହିଥିବାରୁ ଏଠାରେ ବିଜେପିର ହିନ୍ଦୁତ୍ବ ଆଦର୍ଶବାଦ ଫେଲ‌୍‌ ମାରିଛି । ଏଠାରେ ବିଜେପି ଉପରେ ଭାରି ପଡ଼ିଛନ୍ତି ସରକାରୀ କର୍ମଚାରୀ । କଂଗ୍ରେସର ବାର୍ଦ୍ଧକ୍ୟ ଭତ୍ତା ଯୋଜନା (Old Pension Scheme) ମଧ୍ୟ ଦଳର ବିଜୟ ଲାଗି ପ୍ରମୁଖ ଭୂମିକା ଗ୍ରହଣ କରୁଛି ।

ହିମାଚଳପ୍ରଦେଶରେ କଂଗ୍ରେସ ବିଜେପି ହାତରୁ ସରକାର ଛଡ଼ାଇ ନେଇଥିବା ବେଳେ ପାହାଡୀ ରାଜ୍ୟରେ ଗଠିତ ହେବ ନୂଆ ସରକାର । ସେପଟେ ଗୁଜୁରାଟରେ ସପ୍ତମ ଥର ଲାଗି ଶାସନ କ୍ଷମତା ବଜାୟ ରଖିବ ଗୈରିକ ଦଳ । ପାହାଡୀ ରାଜ୍ୟରେ ବିଜେପି-କଂଗ୍ରେସ ଟ୍ରେଣ୍ଡ ବଜାୟ ରହିଛି । ପୂର୍ବ ନିର୍ବାଚନରେ ବିଜେପି ଶାସନ କ୍ଷମତା ସମ୍ଭାଳିଥିବା ବେଳେ ଚଳିତ ନିର୍ବାଚନରେ ଟ୍ରେଣ୍ଡ ବଜାୟ ରଖି ପୁଣି ଶାସନ ଭାରକୁ ଆସିଛି କଂଗ୍ରେସ । ମାତ୍ର ଗୁଜୁରାଟରେ ବିଜେପିର ଟ୍ରେଣ୍ଡ ୭ମ ଥର ଲାଗି ମଧ୍ୟ ଜାରି ରହିଛି । ଯାହାକି ବିଜେପି ଲାଗି ଦୀର୍ଘକାଳୀନ ସଫଳତା ହୋଇପାରେ । ଚଳିତ ବର୍ଷ ଅନେକ ରାଜ୍ୟରେ ନିର୍ବାନଚ ଲାଗି ରହିଛି । ବିଜୟୀ ଓ ପରାଜୟୀ ଦଳ ଏଥିରୁ ଶିକ୍ଷା ଲାଭ କରିବା ସହ ଆଗାମୀ ନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି ।

Last Updated : Dec 8, 2022, 7:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.