ETV Bharat / opinion

Sugar Production Reduces: ମିଠା ନୁହେଁ ପିତା ଲାଗିଲାଣି ଚିନି ! ଚିନ୍ତାରେ ସରକାର - ଚିନି ଉତ୍ପାଦନ ହ୍ରାସକୁ ନେଇ ଚିନ୍ତାରେ ସରକାର

ବର୍ଷା ପରିମାଣ କମ ଯୋଗୁଁ ଚଳିତ ବର୍ଷ ଚିନି ଉତ୍ପାଦନ ହ୍ରାସ ପାଇଛି । ଫଳରେ ଚିନି ଦର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ସରକାର ତରବରିଆ ଭାବେ ଚିନି ରପ୍ତାନିରେ ରୋକ ଲଗାଇଛନ୍ତି । ହେଲେ ଏଠାରେ ପ୍ରଶ୍ନ ସରକାରଙ୍କ ବାଓଫୁଏଲ ପଲିସିର କଣ ହେବ ? ଯାହାର ଚିନି ଉତ୍ପାଦନ ସହିତ ଗମ୍ଭୀର ସମ୍ପର୍କ ରହିଛି । ସେପଟେ ଗ୍ଲୋବାଲ ବାଓଫୁଏଲ ଆଲିଆନ୍ସର ନେତୃତ୍ବ ନେଉଛି । ପଢନ୍ତୁ ବରିଷ୍ଠ ସାମ୍ବାଦିକ ଇନ୍ଦ୍ର ଶେଖର ସିଂହଙ୍କ ଆଲେଖ୍ୟ

Etv Bharat
Etv Bharat
author img

By ETV Bharat Odisha Team

Published : Sep 22, 2023, 9:48 PM IST

ଇନ୍ଦ୍ରଶେଖର ସିଂ, ବରିଷ୍ଠ ସାମ୍ବାଦିକ

ଟମାଟୋ, ପିଆଜ, ଡାଲି, ଚାଉଳ ଏବଂ ପନିପରିବା ମୂଲ୍ୟ ଅହେତୁକ ବୃଦ୍ଧି ପରେ ବର୍ତ୍ତମାନ ଚିନିର ମିଠା ସ୍ବାଦ ଏବେ ପିତା ହୋଇଯାଉଛି । ଅଗଷ୍ଟ ମାସରେ ବର୍ଷା ଅଭାବରୁ ଚିନି ଉତ୍ପାଦନ ପ୍ରଭାବିତ ହୋଇଛି । ଯେଉଁ ରାଜ୍ୟରେ ଚିନି ଉତ୍ପାଦନ ହୋଇଥାଏ, ସେହି ସ୍ଥାନରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ଏବେ ସରକାର ପୁରା ଆକ୍ସନ ମୋଡରେ । ଏବେ ସରକାର ଚିନି ରପ୍ତାନି ଉପରେ ରୋକ ଲଗାଇବା ଲାଗି ଘୋଷଣା କରିଛନ୍ତି । ଗତ ୭ ବର୍ଷ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ମହାରାଷ୍ଟ୍ରରେ ଚିନି ଉତ୍ପାଦନ ୧୪ ପ୍ରତିଶତ ହ୍ରାସ ପାଇଛି । ଗତ ୪ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ।

ଚିନି ଉତ୍ପାଦ କମିବା ପରେ ବିଶେଷଜ୍ଞ ମୌସୁମୀ ଓ ବାତ୍ୟା 'ବିପର୍ଯ୍ୟୟ' ମନିଟର କରିଥିଲେ । ଏହି ୨ଟି ଫ୍ୟାକ୍ଟର ଲାଗି ଖରିଫ ଫସଲର ଉତ୍ପାଦନ କମିଛି । ଚିନି ଉତ୍ପାଦନ କମିଥିବାରୁ ଏହାର ମୂଲ୍ୟ ଅହେତୁକ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଗତ ବର୍ଷଗୁଡ଼ିକ ଅପେକ୍ଷା ଚଳିତ ବର୍ଷ ଚିନି ଉତ୍ପାଦନ ଅହେତୁକ ବୃଦ୍ଧି ପାଇବ । ସାରା ବିଶ୍ବରେ ସର୍ବାଧିକ ଚିନି ଉତ୍ପାଦନ ବ୍ରାଜିଲରେ ହୋଇଥାଏ । ଏଠାରେ ୬.୫ ପ୍ରତିଶତ ଅଧିକ ଚିନି ଉତ୍ପାଦନ ହୋଇଥାଏ । ହେଲେ ଯେପର୍ଯ୍ୟନ୍ତ ଏହା ଅନ୍ତର୍ଜାତୀୟ ବଜାରରେ ନ ପହଞ୍ଚିଛି, ସେ ପର୍ଯ୍ୟନ୍ତ ଚିନି ଦର ଉପରେ ଲଗାମ ଲଗାଇବା ଏକପ୍ରକାର ମୁସ୍କିଲ । ଚଳିତବର୍ଷ ବ୍ରାଜିଲରେ ଭଲ ବର୍ଷା ହୋଇଥିବାରୁ ଏଠାରେ ଭଲ ଚିନି ଉତ୍ପାଦନ ହୋଇଛି ।

ଏବେ ଏଠାରେ ପ୍ରଶ୍ନ ଉଠୁଛି ବ୍ରାଜିଲ ଅନ୍ତର୍ଜାତୀୟ ବଜାରରେ ଚିନି ରପ୍ତାନି କରିବ କି ନାହିଁ ? କାରଣ ବ୍ରାଜିଲ ଇଥାନଲ ଓ ଜୈବିକ ଇନ୍ଧନର ସରପ୍ଲାସ ଲାଗି ଚିନିର ବ୍ୟବହାର କରିଥାଏ । ନିକଟରେ ସଫଳତାର ସହ ଶେଷ ହୋଇଥିବା ଜି-୨୦ ବୈଠକରେ ମଧ୍ୟ ବ୍ରାଜିଲ ଗ୍ଲୋବାଲ ବାୟୋଫ୍ୟୁଲ ଆଲିଆନ୍ସକୁ ଭରସା ଦେଇଥିଲା ଯେ ଏହା କେବେ ହେଲେ ଜୈବିକ ଇନ୍ଧନର ଉତ୍ପାଦନକୁ କମ ହେବାକୁ ଦେବ ନାହିଁ । ବ୍ରାଜିଲ ଓ ଆମେରିକାର ସମ୍ପର୍କ ନିବିଡ଼ । ଏଣୁ ଆମେରିକାକୁ ଜୈବିକ ଇନ୍ଧନ ଯୋଗାଇବାରେ ବ୍ରାଜିଲ କେବେ ହେଲେ ଅବହେଳା କରିବ ନାହିଁ ।

ଅନ୍ୟପଟେ ବ୍ରାଜିଲ ସହିତ ଋଷ, ଇରାନ ଓ ଆଫ୍ରିକୀୟ ଦେଶକୁ ଚିନି ରପ୍ତାନି କରିଥାଏ । ଏହାରି ମଧ୍ୟରେ ଭାରତ ଚିନି ରପ୍ତାନି କରିବା ନେଇ କଟକଣା ଲଗାଇଛି । ଏଥିରୁ ସ୍ପଷ୍ଟ ଯେ ଏହାର ଫାଇଦା ବ୍ରାଜିଲ ଉଠାଇବ । ଯାହାଦ୍ବାରା ସେଠାକାର ଚାଷୀଙ୍କୁ ମଧ୍ୟ ଏହାର ଫାଇଦା ମିଳିପାରିବ । ଏଠାରେ ଚିନି ଉତ୍ପାଦନ କରୁଥିବା ଆଉ ଏକ ଦେଶ ହେଉଛି ଥାଇଲାଣ୍ଡ । ଏହା ମଧ୍ୟ ବ୍ରାଜିଲକୁ ଚିନି ଲାଗି ସାହାଯ୍ୟ ମାଗିଛି । ଯଦି ଥାଇଲାଣ୍ଡର ଆବଶ୍ୟକତାକୁ ବ୍ରାଜିଲ ପୂରଣ କରେ, ତେବେ ଭାରତ ବଜାରରେ ବ୍ରାଜିଲ ଚିନି ପହଞ୍ଚିପାରିବ ନାହିଁ ।

ଭାରତରେ ପାର୍ବଣ ଋତୁ ଆସିବାକୁ ଯାଉଛି । ଏହି ସମୟରେ, ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ଲୋକଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନାହିଁ । ଏଭଳି ସ୍ଥିତିରେ ଚିନି ମୂଲ୍ୟ ଲୋକଙ୍କୁ ଟେନସନ ଦେବାକୁ ଯାଉଛି । ତେଣୁ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ତୁରନ୍ତ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାର ସ୍ପଷ୍ଟ ଅର୍ଥ ହେଉଛି ମୁଦ୍ରାସ୍ଫୀତିର ଆଉ ଏକ ପର୍ଯ୍ୟାୟ ଦେଖିବାକୁ ସରକାର ପ୍ରସ୍ତୁତ ନୁହଁନ୍ତି । ସରକାର ଟମାଟୋ ଭଳି ସ୍ଥିତିର ପୁନରାବୃତ୍ତି କରିବାକୁ ଚାହୁଁ ନାହିଁନ୍ତି ।

ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସକୁ ନେଇ ମଧ୍ୟ ସରକାର ଚିନ୍ତିତ ଅଛନ୍ତି । ମୂଲ୍ୟ ସ୍ଥିରତା କିଛି ମାସ ପୂର୍ବରୁ ସଠିକ ସ୍ଥିତିକୁ ଆସିଥିଲା, ହେଲେ ଏହି ସମୟରେ ଟମାଟୋ ଦର ଅହେତକୁ ବୃଦ୍ଧି ଏହି ମୂଲ୍ୟକୁ ଆହୁରି ହ୍ରାସ କରିଥିଲା । ବର୍ତ୍ତମାନ କୃଷକମାନେ ମୂଲ୍ୟ ନ ପାଇ ଚିନ୍ତିତ ଅଛନ୍ତି । ଯଦି ଆଖୁ ଶିଳ୍ପରେ ମଧ୍ୟ ଏହିପରି ଅସ୍ଥିରତା ଅବ୍ୟାହତ ରହେ, ତେବେ ସରକାରଙ୍କୁ ଅତିରିକ୍ତ ପଦକ୍ଷେପ ଆପଣାଇବାକୁ ପଡିବ ।

ସରକାର ଅତିରିକ୍ତ ପଦକ୍ଷେପ ଲାଗୁ କରିଛନ୍ତି । ବର୍ତ୍ତମାନ ସମସ୍ତ ଖୁଚୁରା ବ୍ୟବସାୟୀ, ପ୍ରୋସେସର୍ ଏବଂ ହୋଲସେଲରଙ୍କୁ ପ୍ରତି ସୋମବାର ଷ୍ଟକିଂ ସୀମା ଘୋଷଣା କରିବାକୁ ପଡିବ । ସରକାର କହିଛନ୍ତି ଯେ କଳା ବଜାରରୁ ରକ୍ଷା ପାଇବା ପାଇଁ ଏହା ହେଉଛି ଏକମାତ୍ର ଉପାୟ । ଏଭଳି ସ୍ଥିତିରେ ୨ଟି ଅନ୍ୟ ସମସ୍ୟା ଉପୁଜିଛି । ପ୍ରଥମଟି ଘରୋଇ ସ୍ତର ସହିତ ଜଡିତ ଏବଂ ଦ୍ବିତୀୟଟି ହେଉଛି ଅନ୍ତର୍ଜାତୀୟ କୃଷି ସମ୍ବନ୍ଧୀୟ ଏକ ପ୍ରସଙ୍ଗ ।

ଚାଲନ୍ତୁ ପ୍ରଥମେ ଦ୍ବିତୀୟ ପ୍ରସଙ୍ଗଟିକୁ ଦେଖିବା । ଭାରତ ଗ୍ଲୋବାଲ ବାଓଫୁଏଲ ଆଲିଆନ୍ସର ନେତୃତ୍ବ ନେଉଛି । ଏହି ସ୍ଥାନକୁ ବଜାୟ ରଖିବା ଲାଗି ଭାରତକୁ ସର୍ବଦା ସୁସ୍ଥ, ସ୍ଥିର ଜୈବ ଇନ୍ଧନ ଶିଳ୍ପ ନୀତି ବଜାୟ ରଖିବା ଆବଶ୍ୟକ । ଯାହା ଚିନି ପରି କଞ୍ଚାମାଲର କ୍ରମାଗତ ଏବଂ ସୁଲଭ ଯୋଗାଣ ଉପରେ ନିର୍ଭର କରେ । ଯଦି ପାଣିପାଗର ପରିବର୍ତ୍ତନ ଯୋଗୁଁ ସରକାର ଏହାର ଚିନି ନୀତିରେ ହଲଚଲ ଜାରି ରଖନ୍ତି, ତେବେ ମୁଖ୍ୟ ନିବେଶକମାନେ ବଜାର ପ୍ରତି ଆଗ୍ରହ ହରାଇପାରନ୍ତି । ଏଥିଲାଗି ଭାରତରେ ମଧ୍ୟମ ଆକାରର ଆଖୁ ଭିତ୍ତିକ ଇଥାନଲ ଶିଳ୍ପ ସମ୍ପର୍କରେ ଚିନ୍ତା କରିବା ଏକାନ୍ତ ଆବଶ୍ୟକ ।

ଯଦି ୨୦୨୩ ଭଳି, ଖରାପ ପାଗ ଯୋଗୁଁ ଆଖୁ ଉତ୍ପାଦନ ହ୍ରାସ ପାଏ ଏବଂ ସରକାର ଇଥାନଲ ପାଇଁ ଆଖୁକୁ ନିଷିଦ୍ଧ କରନ୍ତି, ତେବେ ଏହା ଜୈବ ଇନ୍ଧନ ଶିଳ୍ପର ଭବିଷ୍ୟତକୁ ବିପଦରେ ପକାଇପାରେ । ସ୍ଥିର ଆଖୁ ଉତ୍ପାଦନ ଏବଂ ଅର୍ଥନୀତି ବିନା ଜୈବ ଇନ୍ଧନ ଏକ ମହଙ୍ଗା ଏବଂ ଅବାସ୍ତବ ସ୍ବପ୍ନ ହୋଇ ରହିଯିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଜୈବ ଇନ୍ଧନକୁ ନେଇ ସାମ୍ପ୍ରତିକ ପରିସ୍ଥିତି ଯେପରି ରହିଛି ଭବିଷ୍ୟତରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବ ।

ବର୍ତ୍ତମାନ, ଘରୋଇ ସମସ୍ୟାର ସମାଧାନ କରିବା । ଚିନି ହେଉଛି ଭାରତୀୟ ଥାଲିର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ । ଚିନି ଉପଲବ୍ଧତା ହ୍ରାସ ଭାରତୀୟ ପରିବାର ଉପରେ ପ୍ରତ୍ୟକ୍ଷ ଆକ୍ରମଣ ଭାବରେ ବିବେଚନା କରାଯାଇପାରେ । ଏହା ସହିତ ଇନ୍ଧନ, ପନିପରିବା ମୂଲ୍ୟ ବୃଦ୍ଧି, ଉତ୍ପାଦନ ହ୍ରାସ ଏବଂ ପ୍ରତିକୂଳ ପାଗ ଯୋଗୁଁ ଗ୍ରାମୀଣ ଭାରତ ଅଧିକ MNREGA ଏବଂ MSP ସୁବିଧା ଆବଶ୍ୟକ କରିବ । ରାଜନୈତିକ ବାତାବରଣ ସକ୍ରିୟ ଅଞ୍ଚଳରେ ଭୋଟରଙ୍କୁ ଖୁସି କରିବା ପାଇଁ ଆଖୁର ରାଜ୍ୟ ମୂଲ୍ୟ ବୃଦ୍ଧି ହେବ । ଯାହାର ଫଳ ସ୍ବରୂପ ଚିନି ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ ।

ବର୍ତ୍ତମାନ ସ୍ଥିତିରେ, ଉଭୟ ସରକାର ଏବଂ ସାଧାରଣ ଜନତା ଜଟିଳ ସ୍ଥିତିରେ ରହିଛନ୍ତି । ଚିନି ସଙ୍କଟରୁ ରକ୍ଷା ପାଇବା ପାଇଁ ସରକାର ଯତ୍ନର ସହ ପଦକ୍ଷେପ ନେବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.