ETV Bharat / opinion

Hijab Protest: ଇରାନରୁ କର୍ଣ୍ଣାଟକ, ହିଜାବ ମହିଳାଙ୍କ ପାଇଁ ବାଧ୍ୟତାମୂଳକ ହେବା ଅନୁଚିତ - ଇରାନରେ ହିଜାବ ଆନ୍ଦୋଳନ

ଇରାନରେ ହିଜାବକୁ ନେଇ ପୋଲିସ ହେପାଜତରେ ୨୨ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ଘଟିଛି । ହିଜାବ ପିନ୍ଧିଥିବା ବେଳେ ତାଙ୍କ ମୁଣ୍ଡର କେଶ ଦେଖାଯାଉଥିବାରୁ ତାଙ୍କୁ ଗିରଫ କରିଥିଲା ପୋଲିସ । ଏହା ବିରୋଧରେ ଇରାନ ମହିଳା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି । ଗୋଟିଏ ପଟେ ଇରାନ ହିଜାବ ପିନ୍ଧିବା ବିରୋଧରେ ଥିବା ବେଳେ କର୍ଣ୍ଣାଟକରେ ହିଜାବ ପିନ୍ଧିବାକୁ ଆନ୍ଦୋଳନ ହେଉଛି । ତେବେ ଇରାନରୁ କର୍ଣ୍ଣାଟକ ପର୍ଯ୍ୟନ୍ତ ହିଜାବ ଆନ୍ଦୋଳନ ମହିଳାଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ ବରଂ ଉଦାର ହେବା ଉଚିତ୍‌ । ଅଧିକ ପଢନ୍ତୁ

Hijab Protest: ଇରାନରୁ କର୍ଣ୍ଣାଟକ, ହିଜାବ ମହିଳାଙ୍କ ପାଇଁ ବାଧ୍ୟତାମୂଳକ ହେବା ଅନୁଚିତ

author img

By

Published : Sep 21, 2022, 8:53 AM IST

ହାଇଦ୍ରାବାଦ: ଇରାନରେ ତେଜିବାରେ ଲାଗିଛି ହିଜାବ ବିବାଦ । ପୋଲିସ ହେପାଜତରେ ଇରାନର ମହିଳାଙ୍କ ମୃତ୍ୟୁ ପରେ ଦେଶବାସୀ ପ୍ରଶ୍ନ ଉଠାଇଥିବା ବେଳେ ରାଜଧାନୀ ତେହେରାନ ସମେତ ଅନେକ କ୍ଷେତ୍ରରେ ଶହ ଶହ ମହିଳା ବିରୋଧ କରିଛନ୍ତି । ଏହାସହିତ ସେମାନେ ହିଜାବକୁ କାଢି ଫିଙ୍ଗିବା (Iran women take off hijab) ସହିତ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ( Iran Women Protest) । ଏହି ବିବାଦ ଆଉ ଇରାନରେ ସୀମିତ ନାହିଁ, ଧୀରେ ଧୀରେ ବିଶ୍ବର ଅନ୍ୟ ସ୍ଥାନକୁ ମଧ୍ୟ ବ୍ୟାପିବାରେ ଲାଗିଛି ।

ଇରାନର ୨୨ ବର୍ଷୀୟ ଯୁବତୀ ମହସା ଅମିନି ପୋଲିସ ହେପାଜତରେ ରହିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଚଳିତ ମାସ ୧୩ ତାରିଖରେ ସେ ଭଲ ଭାବେ ହିଜାବ ନ ପିନ୍ଧିଥିବା ଯୋଗୁଁ ତାଙ୍କୁ ଉଠାଇ ନେଇଥିଲା ପୋଲିସ । ହେପାଜତରେ ଥିବା ସମୟରେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିବା ବେଳେ ଗତ ଏକ ସପ୍ତାହ ଧରି କୋମାରେ ରହିବା ପରେ ଶେଷରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଇରାନର ମହିଳାମାନେ ହିଜାବ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ଏବଂ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏହି ଆନ୍ଦୋଳନ ତେହରାନରୁ ଧୀରେ ଧୀରେ ଦେଶର ଅନ୍ୟ ସ୍ଥାନକୁ ବ୍ୟାପିବାରେ ଲାଗିଛି । ମିଡିଆ ରିପୋର୍ଟ ଅନୁସାରେ ଏହି ଆନ୍ଦୋଳନରେ ବର୍ତ୍ତମାନ ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ସଂଖ୍ୟାରେ ଲୋକ ଆହତ ମଧ୍ୟ ରହିଛନ୍ତି । ପୋଲିସ ଆନ୍ଦୋଳନକାରୀ ମହିଳାଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହିତ ଗୁଳି ଚାଳନା ମଧ୍ୟ କରିଛି । ଆନ୍ଦୋଳନର ୩ୟ ଦିନ ଇରାନ ନୈତିକ ପୋଲିସର ମୁଖ୍ୟଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି ।

୧୯୭୯ରୁ ଇରାନରେ ହିଜାବ ନିୟମ ଲାଗୁ

ହିଜାବ ନିୟମ ଲାଗୁ କରିବା ପାଇଁ ଇରାନର ନୈତିକ ପୋଲିସ ତଥା ଗୁସ୍ତ-ଇ-ଇରଶାଦ ବେଶ ଜଣାଶୁଣା । ୧୯୭୯ ମସିହାରେ ଅୟୋତଲ୍ହା ଖୋମିନି (Ayotallah Khomeni) ଏକ ଆନ୍ଦୋଳନ ମାଧ୍ୟମରେ ଇରାନକୁ ନିଜ ଅଧୀନକୁ ନେବା ପରେ ଦେଶରେ ମହିଳାଙ୍କ ଲାଗି ହିଜାବ ବାଧ୍ୟତାମୂଳକ କରିଥିଲେ । ଏହି ଦିନ ଠାରୁ ଇରାନରେ ଏହି ନିୟମ ଲାଗୁ ହେବା ସହିତ ମହିଳାମାନେ ହିଜାବ ପିନ୍ଧିଥିଲେ । ଇରାନର ମହିଳାମାନେ ଏହି ଇସଲାମିକ ନିୟମକୁ ଗ୍ରହଣ କରିଥିଲେ ।

ମାତ୍ର ଯେତେବେଳେ ଦେଶର ସୀମା ବାହାରେ ସେମାନେ କୌଣସି ସ୍ବର ଉଠାଇଥିଲେ ତାହାକୁ ସରକାରଙ୍କ ବିରୋଧୀ ବା ଅପରାଧୀ ଭାବେ ଗଣାଯାଉଥିଲା । ଉଦାହରଣ ସ୍ବରୂପ ଇରାନରେ ଜନ୍ମିତ ସାମ୍ବାଦିକ ମସିହ୍‌ ଅଲିନେଜାଦ ବର୍ତ୍ତମାନ ଆମେରିକାରେ ଅବସ୍ଥାପିତ । ସେ ୧୯୯୪ ମସିହାରେ ତେହେରାନରେ ସରକାରଙ୍କ ବିରୋଧରେ ଖବର ପ୍ରକାଶିତ କରିବା ଯୋଗୁଁ ତାଙ୍କୁ ଗିରଫ କରାଯାଇଥିଲା । ସେ ହିଜାବ ନିୟମ ଏବଂ ଇରାନ ମହିଳାଙ୍କ ସହ ଜଡିତ ଅନ୍ୟାନ୍ୟ ଅଧିକାର ପ୍ରସଙ୍ଗରେ ସ୍ବର ଉତ୍ତୋଳନ ମଧ୍ୟ କରିଥିଲେ ।

ଇରାନ ମହିଳାଙ୍କୁ ସୋଲୋ ଗୀତ ଗାଇବା ମନା

ନିୟମ କେବଳ ହିଜାବରେ ସୀମିତ ନୁହେଁ, ମହିଳାମାନଙ୍କୁ ଇରାନରେ ସୋଲୋ ଗୀତ ଗାଇବାକୁ ଅନୁମତି ମଧ୍ୟ ଦିଆଯାଇନାହିଁ । ଦେଶର ସର୍ବଶ୍ରେଷ୍ଠ ମହିଳା ଗାୟକଙ୍କୁ ସର୍ବସମ୍ମୁଖରେ ଗୀତ ଗାଇବାକୁ ନିଷେଧାଦେଶ ଥିବାରୁ ସେମାନେ ବାହ୍ୟ ଜଗତରୁ ଅଜ୍ଞାତ ହୋଇ ରହିଛନ୍ତି । ଇରାନର ମହିଳା ମାନଙ୍କୁ ନିଜ ପସନ୍ଦ ସମ୍ପର୍କରେ କହିବାରୁ ଅନୁମତି ନାହିଁ । ସେମାନେ କ'ଣ ପିନ୍ଧିବାକୁ ଚାହାଁନ୍ତି ଏବଂ ସେମାନଙ୍କ ଜୀବନଶୈଳୀ କିପରି ଜୀଇଁବାକୁ ପସନ୍ଦ କରନ୍ତି ସେ ନେଇ ଅନୁମତି ନାହିଁ । ଯାହାକି ମହିଳାଙ୍କ ଅଧିକାରଙ୍କୁ କ୍ଷୁଣ୍ଣ କରିଛି ।

କେଶ କାଟି ମହିଳାଙ୍କ ବିରୋଧ ପ୍ରଦର୍ଶନ

ମହସାଙ୍କ ମୃତ୍ୟୁ ପରେ ସରକାରଙ୍କ ମହିଳା ବିରୋଧୀ ନିୟମ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ଇରାନର ମହିଳା । ମହସା ସଠିକ ଭାବେ ହିଜାବ ପିନ୍ଧିନଥିବାରୁ ଅର୍ଥାତ ତାଙ୍କ ମୁଣ୍ଡର କେଶ ଦେଖାଯାଉଥିବାରୁ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହାକୁ ବିରୋଧ କରି କିଛି ଇରାନ ମହିଳା କେଶ କାଟି ଭିଡ଼ିଓ ପୋଷ୍ଟ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏବେ ନିର୍ଭୟରେ ଇରାନ ସରକାରଙ୍କ ବିରୋଧରେ ମହିଳାଙ୍କ ବିକ୍ଷୋଭ ସାରା ବିଶ୍ବକୁ ଆଶ୍ଚର୍ଯ୍ୟଚକିତ କରିଛି । ମହିସାଙ୍କ ମୃତ୍ୟୁ ପଛରେ ଥିବା ଅଧିକାରୀଙ୍କ ବିରୋଧରେ ଆନ୍ଦୋଳନକାରୀ ମହିଳା ମାନେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଭାରତୀୟ ମୁସଲିମ ମହିଳାଙ୍କୁ ଇରାନ ମହିଳାଙ୍କ ସହ ତୁଳନା

ଇରାନର ମିଡ଼ିଆ ସଂସ୍ଥା ହିଜାବ ବିବାଦ ମଧ୍ୟରେ କର୍ଣ୍ଣାଟକର ମୁସଲିମ ଛାତ୍ରୀଙ୍କ ଭିଡ଼ିଓ ସେୟାର କରି ଭାରତରେ ମୁସଲିମଙ୍କୁ ଅତ୍ୟାଚାର କରାଯାଉଥିବା ଦର୍ଶାଇଛନ୍ତି । ଏହି ହିଜାବ ବିବାଦ ଭାରତୀୟ ମୁସଲିମ ମହିଳାଙ୍କୁ ଇରାନ ମହିଳାଙ୍କ ସହିତ ତୁଳନା କରିଛି । ଯାହାକି ଅତ୍ୟନ୍ତ ବିଡ଼ମ୍ବନାର ବିଷୟ । ଗୋଟିଏ ପଟେ ଇରାନ ମହିଳା ନିଜ ଅଧିକାର ଲାଗି ସରକାର ସହିତ ଲଢୁଥିବା ବେଳେ ଏପଟେ କର୍ଣ୍ଣାଟକର ଛାତ୍ରୀ ଶିବମୋଗା (ମୁସଲିମ ଛାତ୍ରୀ) ହିଜାବ ପିନ୍ଧିବା ଲାଗି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

ଇସଲାମିକ ଦେଶ ଇରାନର ମହିଳାମାନେ ସେମାନଙ୍କ ପାଇଁ ଏକ ଉଦାରବାଦୀ ଆଭିମୁଖ୍ୟ ଚାହୁଁଥିବାବେଳେ ଧର୍ମନିରପେକ୍ଷ ରାଷ୍ଟ୍ର ଭାରତର ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ମୁସଲିମ ଛାତ୍ରୀ ହିଜାବ ପାଇଁ ଓକିଲାତି କରୁଛନ୍ତି । କାରଣ କର୍ଣ୍ଣାଟକ ସରକାର କ୍ଲାସରୁମରେ ଛାତ୍ରୀଙ୍କୁ ହିଜାବ ପିନ୍ଧିବାକୁ ବାରଣ କରିଛନ୍ତି । ବିରୋଧ କରୁଥିବା ଛାତ୍ରମାନେ କ୍ଲାସ ତ୍ୟାଗ କରିବା ସହ ପରୀକ୍ଷାରେ ଉପସ୍ଥିତ ମଧ୍ୟ ହୋଇନାହାନ୍ତି । ଏପରିକି ଯୁବତୀ ମାନେ ଧାର୍ମିକ ସ୍ବାଧୀନତା ପାଇଁ ନ୍ୟାୟ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଏହି ସ୍ଥିତିରେ କର୍ଣ୍ଣାଟକ ସରକାରଙ୍କ ଆଭିମୁଖ୍ୟ ବାଧ୍ୟତାମୂଳକ ମନେ ହେଉଥିବା ବେଳେ ଇରାନର ମହିଳାଙ୍କ ପାଇଁ ନିୟମ ସ୍ପଷ୍ଟ ଭାବରେ ଦଳିତ ଓ ମହିଳାଙ୍କ ଅଧିକାର ବିରୋଧୀ । ଇରାନ ଭାରତ ସହିତ ତୁଳନୀୟ ନୁହେଁ କିନ୍ତୁ କର୍ଣ୍ଣାଟକରେ ହିଜାବ ବିବାଦ ଯୋଗୁଁ ଭାରତ ପରି ଧର୍ମନିରପେକ୍ଷ ରାଷ୍ଟ୍ରକୁ ତୁଳନା କରାଯାଇଛି । ପରିଶେଷରେ ନିଜ ଜୀବନଶୈଳୀକୁ ନେଇ ମହିଳାଙ୍କୁ ମଧ୍ୟ ପୂର୍ଣ୍ଣ ସ୍ବାଧୀନତା ଦେବା ଉଚିତ । ଏଭଳି ହୀନ ମାନସିକତା ଯୋଗୁଁ ଅନେକ ମହିଳା ନିଜ ଦେଶ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ଏବଂ ଅନ୍ୟ ଦେଶକୁ ଆସି ନିଜ ପସନ୍ଦ ମୁତାବକ ପୋଷାକ ପିନ୍ଧିବା ବା ଜୀବନ ଜିଇଁବାର ଅନେକ ଉଦାହରଣ ରହିଛି ।

ବିଲାଲ ଭଟ୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.