ETV Bharat / opinion

Explained: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଜାରି, ବୁଝନ୍ତୁ ପଏଣ୍ଟ-ଟୁ-ପଏଣ୍ଟ

ଲୋକସଭାରେ ସରକାରଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବରେ ଜାରି ରହିଛି ଆଲୋଚନା । ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ଯୁକ୍ତି ବାଢି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଣିପୁର ପ୍ରସଙ୍ଗରେ ମୁହଁ ଖୋଲିବାକୁ ବାଧ୍ୟ କରିବ । ମଣିପୁର ହିଂସାକାଣ୍ଡ ପ୍ରସଙ୍ଗରେ ବଳିଷ୍ଠ ପ୍ରସଙ୍ଗ ଉଠାଇ ସରକାରଙ୍କୁ ହରାଇବେ ବୋଲି ସେମାନେ ଯୁକ୍ତି ବାଢିଛନ୍ତି । ପଢନ୍ତୁ ରାଜ୍ୟସଭାର ପୂର୍ବତନ ଜେନେରାଲ ସେକ୍ରେଟାରୀ ତଥା ଅବସରପ୍ରାପ୍ତ IAS ବିବେକ କେ ଅଗ୍ନିହୋତ୍ରୀଙ୍କ ଏହି ସମ୍ପାଦକୀୟ

author img

By

Published : Aug 8, 2023, 10:07 PM IST

No confidence motion
No confidence motion

ବିବେକ କେ ଅଗ୍ନିହୋତ୍ରୀ, ପୂର୍ବତନ ଜେନେରାଲ ସେକ୍ରେଟାରୀ, ରାଜ୍ୟସଭା

୨୬ ଜୁଲାଇ ୨୦୨୩ରେ ଯେତେବେଳେ ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା, ସେତେବେଳେ ବାଚସ୍ପତି ଓମ ବିର୍ଲା ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ । କଂଗ୍ରେସ ସାଂସଦ ଗୌରବ ଗୋଗେଇଙ୍କ ପକ୍ଷରୁ ବାଚସ୍ପତିଙ୍କୁ ନୋଟିସ ଦିଆଯାଇଥିଲା । ପ୍ରସ୍ତାବ ଆଗତ କରିବା ଲାଗି ସଦନର ଅନୁମତି ଲୋଡ଼ିବା ପାଇଁ ସାଂସଦ ଗୋଗେଇଙ୍କୁ କହିଥିଲେ ବାଚସ୍ପତି ଓମ ବିର୍ଲା ।

ଅନାସ୍ଥା ପ୍ରସ୍ତାବର ଗୁରୁତ୍ବ:- ସଂସଦୀୟ ଗଣତନ୍ତ୍ରରେ କୌଣସି ସରକାର ସେତେବେଳେ ଶାସନ କ୍ଷମତାରେ ରହିପାରିବେ ଯେତେବେଳେ ସରକାରଙ୍କ ନିକଟରେ ସଂସଦରେ ନିର୍ବାଚିତ ପ୍ରତିନିଧିଙ୍କ ସଂଖ୍ୟା ଗରିଷ୍ଠତା ରହିବ । ଏଣୁ ମନ୍ତ୍ରୀ ପରିଷଦ ସାମୁହିକ ଭାବରେ ନିମ୍ନ ସଦନ ପ୍ରତି ଉତ୍ତରଦାୟୀ ରହିଥାଏ ।

ଅନାସ୍ଥା ପ୍ରସ୍ତାବ ହାରିବାର ଅର୍ଥ:- ଭାରତୀୟ ସମ୍ବିଧାନର ଧାରା ୭୫ (୩) ଅନୁସାରେ ମନ୍ତ୍ରୀ ପରିଷଦ ସାମୁହିକ ଭାବରେ ସଂସଦ ପ୍ରତି ଉତ୍ତରଦାୟୀ ରହିଥାନ୍ତି । ଏହାର ଅର୍ଥ ଯଦି ସରକାର ସଂସଦର ବିଶ୍ବାସ ହରାଇଛନ୍ତି ତେବେ ତାଙ୍କୁ ଇସ୍ତଫା ଦେବା ଉଚିତ ବା ଲୋକସଭା ଭଙ୍ଗ ହେବ । ଯଦି କୌଣସି ପ୍ରସଙ୍ଗକୁ ନେଇ ଲୋକସଭାକୁ ଭଙ୍ଗ କରିବାକୁ ଚାହୁଁଛନ୍ତି ତେବେ ଏହା ଉପରେ ସରକାରଙ୍କୁ ନିଷ୍ପତ୍ତି ନେବାକୁ ହେବ । ଏହି ସମୟରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଉପରେ ଗୃହର ସଦସ୍ୟଙ୍କ ମତ ଜାଣିବା ଲାଗି ଭୋଟିଂ ପାଇଁ ଦାବି କରିବେ ।

ପ୍ରସ୍ତାବ ଆଗତ ଲାଗି କଣ ରହିଛି ନିୟମ ? :- ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଲୋକସଭାର ବ୍ୟବସାୟିକ ପ୍ରକ୍ରିୟା ଏବଂ ଆଚରଣ ବିଧିରେ ଦର୍ଶାଯାଇଛି ଯେ ମନ୍ତ୍ରୀ ପରିଷଦ ଉପରେ ଅବିଶ୍ବାସର ଅଭାବ ଦର୍ଶାଇ ଏକ ପ୍ରସ୍ତାବ ଏହି ସର୍ତ୍ତ ଅନୁଯାୟୀ ଆଗତ କରାଯାଇପାରିବ। (କ) ବାଚସ୍ପତି ପ୍ରସ୍ତାବ ସମ୍ପର୍କରେ ଗୃହକୁ ସୂଚିତ କରିବା ସମୟରେ ସଦସ୍ୟଙ୍କ ଦ୍ବାରା ଅନୁମତି ନିଆଯିବ, (ଖ) ଛୁଟି ମାଗୁଥିବା ସଦସ୍ୟ ଦିନ ୧୦ଟା ସୁଦ୍ଧା ସେକ୍ରେଟେରୀ ଜେନେରାଲଙ୍କୁ ପ୍ରସ୍ତାବ ସମ୍ପର୍କରେ ଲିଖିତ ଭାବରେ ଜଣାଇବାକୁ ହେବ ।

କେମିତି ମିଳିଲା ସ୍ବୀକୃତି ?:- କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କ ସମେତ ବିରୋଧୀ ମେଣ୍ଟର କିଛି ସାଂସଦ ପ୍ରସ୍ତାବକୁ ସମର୍ଥନ କରିବା ପରେ ଏହାକୁ ସ୍ବୀକାର କରିଥିଲେ ବାଚସ୍ପତି । ଆଜି (ଅଗଷ୍ଟ ୮)ଠୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏ ନେଇ ଆଲୋଚନା ହେବାକୁ ଥିବା ବେଳେ ଏହା ଉପରେ ୧୦ ତାରିଖରେ ଜବାବ ରଖିବେ ପ୍ରଧାନମନ୍ତ୍ରୀ ମୋଦି । କୌଣସି ବି ଅନାସ୍ଥା ପ୍ରସ୍ତାବ ବାଚସ୍ପତି ଗ୍ରହଣ କରିବା ପୂର୍ବରୁ ପ୍ରସ୍ତାବ ସପକ୍ଷରେ ଅତି କମରେ ୫୦ ଜଣ ସାଂସଦଙ୍କ ସମର୍ଥନ ଥିବା ଜରୁରୀ ।

ଆଲୋଚନା ଗୋଟିଏ ପ୍ରସଙ୍ଗ ପର୍ଯ୍ୟନ୍ତ ସୀମିତ ରହିବା ନାହିଁ:- ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ସମୟରେ ବିରୋଧୀ କେବଳ ଗୋଟିଏ ପ୍ରସଙ୍ଗରେ ସୀମିତ ରହିବେ ନାହଁ । ଅର୍ଥାତ ବିତର୍କ ସମୟରେ ସେମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କ ବିଫଳତା ଉପରେ ଗୃହରେ ଆଲୋଚନା କରିପାରିବେ । ସରକାର ଜବାବ ରଖିବା ସମୟରେ ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଉତ୍ତର ଦେବେ ।

ଅନାସ୍ଥା ପ୍ରସ୍ତାବ ଉପରେ ଜବାବ:- ଗୃହର ସଦସ୍ୟମାନେ ଏହି ପ୍ରସ୍ତାବ ଉପରେ ନିଜର ମତ ରଖିବା ପରେ ସରକାରଙ୍କ ବିରୋଧରେ ଆସିଥିବା ଅଭିଯୋଗର ଜବାବ ରଖିବେ ପ୍ରଧାନମନ୍ତ୍ରୀ । ପ୍ରସ୍ତାବ ଆଗତ କରିଥିବା ସାଂସଦ ମଧ୍ୟ ଉତ୍ତର ରଖିପାରିବେ । ବାଚସ୍ପତି ନିର୍ଦ୍ଧାରିତ ସମୟ, ଦିନ ବା ଶେଷ ଦିନରେ ବିତର୍କ ଶେଷ ହେବା ପରେ ଗୃହର ନିଷ୍ପତ୍ତି ନେବା ଲାଗି ତୁରନ୍ତ ଆବଶ୍ୟକୀୟ ପ୍ରଶ୍ନ ପଚାରିଥାନ୍ତି ।

ସଂଖ୍ୟା ଗରିଷ୍ଠତା କାହା ପାଖରେ ଅଛି ? :- ଏବେ ନ୍ୟାସନାଲ ଡେମୋକ୍ରାଟିକ ଆଲିଆନ୍ସ (NDA) ପାଖରେ ରହିଛି ୩୩୪ ସଦସ୍ୟ । ସେପଟେ ବିରୋଧୀ ମେଣ୍ଟ 'ଇଣ୍ଡିଆ' ନିକଟରେ ଅଛନ୍ତି ୧୪୨ ସଦସ୍ୟ । ବିରୋଧୀ ମେଣ୍ଟଠାରୁ ଏନଡିଏ ନିକଟରେ ଦ୍ବିଗୁଣା ସଦସ୍ୟ ରହିଛନ୍ତି । ଏଥିରୁ ସ୍ପଷ୍ଟ ଯେ ବିରୋଧୀ ମେଣ୍ଟ ପକ୍ଷରୁ ଆଗତ ହୋଇଥିବା ଏହି ପ୍ରସ୍ତାବ ବିଫଳ ହେବ । ବିରୋଧୀଙ୍କ କହିବା କଥା ମଣିପୁର ପ୍ରସଙ୍ଗରେ ସେମାନେ ପ୍ରଧାନମନ୍ତ୍ରୀଙ୍କ ମୁହଁ ଖୋଲି ଏହି ଅନାସ୍ଥା ପ୍ରସ୍ତାବକୁ ଜିତିବେ ।

ସ୍ବାଧୀନତା ପରେ କେବେ ଆସିଥିଲା ପ୍ରଥମ ଅନାସ୍ଥା ପ୍ରସ୍ତାବ ?:- ଅନାସ୍ଥା ପ୍ରସ୍ତାବର ବ୍ୟବହାର ଐତିହାସିକ ଭାବେ ସେତେବେଳେ ହୋଇଥାଏ, ଯେତେବେଳେ କୌଣସି ଗମ୍ଭୀର ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ସରକାରଙ୍କୁ ବାଧ୍ୟ କରାଯାଏ । ୧୯୬୩ ମସିହାରେ ତୃତୀୟ ଲୋକସଭାରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନେତୃତ୍ବରେ ସରକାରଙ୍କ ବିରୋଧରେ ଆଚାର୍ଯ୍ୟ ଜେବି କୃପାଳିନୀଙ୍କ ଦ୍ବାରା ପ୍ରଥମ ଅବିଶ୍ବାସ ବା ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ୪ ଦିନ ମଧ୍ୟରେ ୨୧ ଘଣ୍ଟା ଧରି ଏହି ପ୍ରସ୍ତାବ ଉପରେ ବିତର୍କ ହୋଇଥିଲା । ଯେଉଁଥିରେ ୪୦ ଜଣ ସାଂସଦ ଅଂଶଗ୍ରହଣ କରିଥିଲେ ।

ନେହେରୁ ଦେଇଥିଲେ ଜବାବ:- ଅନାସ୍ଥା ପ୍ରସ୍ତାବ ଉପରେ ଜବାବ ରଖି ନେହେରୁ କହିଥିଲେ, "ଅନାସ୍ଥା ପ୍ରସ୍ତାବର ଉଦ୍ଦେଶ୍ୟ ହେଉଛି ସରକାରଙ୍କୁ ଶାସନ କ୍ଷମତାରୁ ହଟାଇବା । ବର୍ତ୍ତମାନ ପରିସ୍ଥିତିରେ ଏହା ସ୍ପଷ୍ଟ ଯେ ସେପରି କୌଣସି ଆଶା ନଥିଲା । ଏଣୁ ବିତର୍କ ଅନେକ ଦିଗରେ ଆକର୍ଷଣୀୟ ଥିଲା ଏବଂ ମୁଁ ଭାବୁଛି ଲାଭଦାୟକ ମଧ୍ୟ ଥିଲା । ବ୍ୟକ୍ତିଗତ ଭାବରେ ମୁଁ ଏହି ପ୍ରସ୍ତାବ ଏବଂ ଏହି ବିତର୍କକୁ ସ୍ବାଗତ କରିଛି । ମୁଁ ଅନୁଭବ କରିଛି ଯେ ଯଦି ଆମେ ବେଳେ ବେଳେ ଏପରି ପରୀକ୍ଷଣ ଜାରି ରଖିବା ତେବେ ତାହା ଏକ ଭଲ ହେବ ।"

କେତେ ଥର ଆଗତ ହୋଇଛି ଅନାସ୍ଥା ପ୍ରସ୍ତାବ ?:- ଭାରତୀୟ ସମ୍ବିଧାନ ପ୍ରଣୟନ ହେବା ପରଠାରୁ ସଂସଦରେ ୨୭ଟି (ବର୍ତ୍ତମାନକୁ ଛାଡ଼ି ) ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ଶେଷଟି ୨୦୧୮ରେ ଥିଲା । ଏହି ୨୭ଟି ଅନାସ୍ଥା ପ୍ରସ୍ତାବ ମଧ୍ୟରୁ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବାଧୀନ ସରକାରଙ୍କ ବିରୋଧରେ ୧୫ଟି ଅନାସ୍ଥା ଆଗତ ହୋଇଥିଲା । ଏହି ୨୭ଟି ପ୍ରସ୍ତାବ ମଧ୍ୟରୁ କୌଣସି ଗୋଟିଏ ବି ପାରିତ ହୋଇପାରିନଥିଲା । ତେବେ ୧୯୭୯ରେ ମୋରାରାଜି ଦେଶାଇଙ୍କ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆସିଥିଲା ​​ଏବଂ ବିତର୍କର ନିଷ୍କସ୍ର ବାହାରି ପାରିନଥିଲା । କିନ୍ତୁ ଦେଶାଇ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଏହା ପ୍ରଥମ ଥିଲା ଯେତେବେଳେ ଅନାସ୍ଥା ପ୍ରସ୍ତାବ ପରେ କୌଣସି ସରକାର ଭଙ୍ଗ ହୋଇଥିଲା । ହେଲେ ଏଠାରେ ପ୍ରସ୍ତାବ ଉପରେ କୌଣସି ମତଦାନ ହୋଇନଥିଲା ।

NDA ବିରୋଧରେ ଦ୍ବିତୀୟ ଅନାସ୍ଥା ପ୍ରସ୍ତାବ:- ୨୦୧୪ ମସିହାଠାରୁ ଶାସନ କ୍ଷମତାରେ ଥିବା NDA ବିରୋଧରେ ଏହା ହେଉଛି ଦ୍ବିତୀୟ ଅନାସ୍ଥା ପ୍ରସ୍ତାବ । ପ୍ରଥମ ଅବିଶ୍ବାସ ପ୍ରସ୍ତାବ ୨୦୧୮ ଜୁଲାଇ ୨୦ ତାରିଖରେ ଆଗତ ହୋଇଥିଲା । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ୩୨୫ ଭୋଟ୍‌ ସହିତ ବିରାଟ ବିଜୟ ହାସଲ କରିଥିଲା । ସାଂସଦ ପ୍ରସ୍ତାବ ବିରୋଧରେ ମତଦାନ କରିଥିବା ବେଳେ ଏହାର ସପକ୍ଷରେ ପଡ଼ିଥିଲା ୧୨୬ଟି ଭୋଟ୍‌ । ୨୦୧୯ ସାଧାରଣ ନିର୍ବାଚନରେ ପୁଣି NDA ଶାସନ କ୍ଷମତାକୁ ଆସିଥିଲା । ସେହି ଅନାସ୍ଥା ପ୍ରସ୍ତାବରେ ଜବାବ ରଖିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବିଷ୍ୟବାଣୀ କରି କହିଥିଲେ ଯେ ବିରୋଧୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୩ରେ ପୁଣି ଅନାସ୍ଥା ପ୍ରସ୍ତାବ ଆଣି ତାଙ୍କ (NDA) ଦଳର ବିଜୟକୁ ସହଜ କରିବେ ।

ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.