ETV Bharat / opinion

Canada-India Row: ନିଆଁ ସହ ଖେଳୁଛି କାନାଡା ! ଫଳ ପଡ଼ିପାରେ ମହଙ୍ଗା - ନିଆଁ ସହ ଖେଳୁଛି କାନାଡା

ଖଲିସ୍ତାନୀ ସମର୍ଥକଙ୍କୁ କାନାଡାର ସମର୍ଥନ ପଡ଼ିବ ମହଙ୍ଗା । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖଲିସ୍ତାନୀ ସମର୍ଥକ ହରଦ୍ବୀପ ସିଂ ନିଜ୍ଜର ପ୍ରତି ଯେପରି ଭାବେ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ପରବର୍ତ୍ତୀ ସମୟରେ ତାଙ୍କ ପାଇଁ ଘାତକ ସାଜିପାରେ । କାରଣ ଠିକ ଏହିଭଳି ଭାବରେ ଜଷ୍ଟିନଙ୍କ ପିତା ଇଲିୟଟ ଟ୍ରୁଡୋ 2ଜଣ ପୋଲିସ କର୍ମଚାରୀଙ୍କ ହତ୍ୟାକାରୀ ତଲବିନ୍ଦର ସିଂଙ୍କୁ ସମର୍ଥନ କରି ପରବର୍ତ୍ତୀ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ପ୍ରସଙ୍ଗ ଉପରେ ପଢନ୍ତୁ ଇନାଡୁର ଏହି ସମ୍ପାଦକୀୟ

Justin Trudeau
Justin Trudeau
author img

By ETV Bharat Odisha Team

Published : Sep 25, 2023, 8:33 PM IST

ହାଇଦ୍ରାବାଦ: ଖଲିସ୍ତାନ ଟାଇଗର ଫୋର୍ସର ନେତା ତଥା କୁଖ୍ୟାତ ଖଲିସ୍ତାନୀ ଉଗ୍ରବାଦୀ ହରଦ୍ବୀପ ସିଂ ନିଜ୍ଜରଙ୍କୁ ଗତ ଜୁନ 18 ତାରିଖରେ କାନାଡାରେ ହତ୍ୟା କରାଯାଇଥିଲା । 12 ଅଗଷ୍ଟରେ ଖଲିସ୍ତାନୀ ଉଗ୍ରବାଦୀ ଗୋଷ୍ଠୀ କାନାଡାର ବ୍ରିଟିଶ କଲମ୍ବିଆ ସ୍ଥିତ ପ୍ରସିଦ୍ଧ ଲକ୍ଷ୍ମୀ ନାରାୟଣ ମନ୍ଦିର ଉପରେ ଆକ୍ରମଣ କରି କହିଥିଲେ ' ହରଦ୍ବୀପ ସିଂଙ୍କ ହତ୍ୟା ଲାଗି ଭାରତକୁ ଦୋଷ ଦେବା ଉଚିତ' । ଏହା ଲେଖାଥିବା ପୋଷ୍ଟର ମଧ୍ୟ ମନ୍ଦିର ପରିସରରେ ଦେଖିବାକୁ ମିଳିଥିଲା ।

ଚଳିତ ମାସ 18 ତାରିଖରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆଣିଥିଲେ ସାଙ୍ଘାତିକ ଅଭିଯୋଗ । ଖଲିସ୍ତାନୀ ସମର୍ଥକ ହରଦ୍ବୀପ ସିଂଙ୍କୁ ନିଜ ଦେଶର ନାଗରିକ ବୋଲି ସମ୍ବୋଧନ କରି ତାର ହତ୍ୟାକାଣ୍ଡ ଲାଗି ଭାରତ ସରକାରଙ୍କ ଏଜେଣ୍ଟକୁ ଦାୟୀ କରିଥିଲେ । ଭାରତରେ ଘୃଣା ତଥା ବିଶୃଙ୍ଖଳିତ ପରିବେଶ ସୃଷ୍ଟି କରୁଥିବା ଖଲିସ୍ତାନୀଙ୍କ ଟିପ୍ପଣୀକୁ ମଧ୍ୟ ଟ୍ରୁଡୋ ସମର୍ଥନ କରିଥିଲେ । ଏଥିଲାଗି ଭାରତ ସରକାର ତଦନ୍ତରେ ସହଯୋଗ କରିବାକୁ ମଧ୍ୟ ଅପିଲ୍‌ କରିଥିଲେ । ହେଲେ ସବୁଠୁ ଖାସ କଥା ହେଉଛି ଭାରତ ବିରୋଧରେ ଏଭଳି ଗମ୍ଭୀର ଅଭିଯୋଗ ଆଣିଥିଲେ ସୁଦ୍ଧା ତଥ୍ୟ ପ୍ରମାଣ ଦେଇପାରିନଥିଲା କାନାଡା ।

ପଳାତକ ନିଜ୍ଜର ବିରୋଧରେ ଭାରତରେ ଏକ ଡଜନ୍‌ରୁ ଅଧିକ ହତ୍ୟା ଏବଂ ଆତଙ୍କବାଦ ମାମଲା ରହିଛି । ସେ ଏକ ନକଲି ପାସପୋର୍ଟରେ କାନାଡା ଯାଇଥିଲା ଏବଂ 2014 ପରଠାରୁ ଇଣ୍ଟରପୋଲ ରେଡ ନୋଟିସରେ ରହିଥିଲା । ଭାରତ ହରିଦ୍ବୀପ ସିଂର ଅପରାଧିକ କାର୍ଯ୍ୟକଳାପର ତଥ୍ୟ କାନାଡାକୁ ଦେଇଥିବା ବେଳେ ତାକୁ ଗିରଫ କରିବାକୁ ଦାବି ମଧ୍ୟ କରିଥିଲା । ତେବେ ହରଦ୍ବୀପର ହତ୍ୟା ପରେ କାନାଡାର ଏଭଳି ଆଭିମୁଖ୍ୟ ସ୍ପଷ୍ଟ କରିଛି ଯେ ହରଦ୍ବୀପକୁ ଗିରଫ କରିବାରେ କାନାଡା କର୍ତ୍ତୃପକ୍ଷ କୌଣସି ଆଗ୍ରହ ଦେଖାଇନାହାଁନ୍ତି ଏବଂ ତାଙ୍କୁ ନିଜ ଦେଶର ନାଗରିକତ୍ବ ପ୍ରଦାନ କରିଛନ୍ତି ।

ଏହା ବି ପଢନ୍ତୁ- Indo-Canadian fallout: ଦୁଇ ଦେଶ ମଧ୍ୟରେ ଘନଉଛି ତିକ୍ତତା, ପ୍ରଭାବିତ ହେବ କୃଷି ଏବଂ ଖାଦ୍ୟ ସୁରକ୍ଷା

ଏହି ପ୍ରସଙ୍ଗରେ ଆମେରିକାର ପୂର୍ବତନ ପ୍ରତିରକ୍ଷା ଅଧିକାରୀ ମାଇକେଲ ରୁବିନ୍ ଟ୍ରୁଡୋଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ ଭାରତ ବିରୋଧରେ ଏଭଳି ଭିତ୍ତିହୀନ ଅଭିଯୋଗ ଆଣି କାନାଡାର ପ୍ରଧାନମନ୍ତ୍ରୀ ଏକ ବିରାଟ ତଥା ଅପୂରଣୀୟ ଭୁଲ କରିଛନ୍ତି । ଟ୍ରୁଡୋଙ୍କ ଏପରି ଆଭିମୁଖ୍ୟ ଦର୍ଶାଉଛି ଯେ ସେ ଯେପରି ଖଲିସ୍ତାନୀଙ୍କୁ ଭୋଟଭିକ୍ଷା କରୁଛନ୍ତି । ବିଶେଷ କରି ନ୍ୟାସନାଲ ଡେମାକ୍ରାଟିକ ପାର୍ଟି ନେତା ଜଗମିତ ସିଂଙ୍କୁ ସମର୍ଥନ କରୁଛନ୍ତି । ଏଥିଲାଗି ଟ୍ରୁଡୋ ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ଅଯଥାରେ ବିବାଦ ଘେରକୁ ଆସିଛନ୍ତି ।

ଭାରତର ରାଷ୍ଟ୍ରୀୟ ସୁରକ୍ଷା ଦିଗରେ ବିପଦ ସୃଷ୍ଟି କରୁଥିବା ଖଲିସ୍ତାନୀ ଉଗ୍ରବାଦୀ ଗୋଷ୍ଠୀଙ୍କ ଲାଗି କାନାଡା ସ୍ବର୍ଗ ପାଲଟିବା କୌଣସି ନୂଆ କଥା ନୁହେଁ । ଆତ୍ମଘୋଷିତ 'ଖାଲିସ୍ତାନର କାଉନସିଲର ଜେନେରାଲ' ସୁରଜନ ସିଂ ଗିଲ୍‌ 1982 ମସିହାରେ କାନାଡାର ଭ୍ୟାନକୋଭରରେ ଏକ ସରକାରୀ ଷ୍ଟୋର୍‌ ଖୋଲିଥିଲେ । ଖାଲିସ୍ତାନୀ ପାସପୋର୍ଟ ଦେବା ଭଳି କାର୍ଯ୍ୟରେ ସେ ଲିପ୍ତ ଥିଲେ । ତତ୍କାଳୀନ କାନାଡା ପ୍ରଧାନମନ୍ତ୍ରୀ ପିଅର ଇଲିୟଟ ଟ୍ରୁଡୋ (ଜଷ୍ଟିନ ଟ୍ରୁଡୋଙ୍କ ପିତା) ହତ୍ୟାକାରୀ ତଲବିନ୍ଦର ସିଂ ପରମାରକୁ ଭାରତକୁ ହସ୍ତାନ୍ତର କରିବାକୁ ମନା କରିଦେଇଥିଲେ । ହତ୍ୟାକାରୀ ତଲବିନ୍ଦର ପଞ୍ଜାବର 2 ପୋଲିସ କର୍ମଚାରୀଙ୍କୁ ହତ୍ୟା କରି କାନାଡା ପଳାୟନ କରିଥିଲା ।

1985 ଜାନୁଆରୀ 23 ତାରିଖରେରେ ଏୟାର ଇଣ୍ଡିଆର 'କନିଷ୍କା' ବିମାନକୁ କ୍ରାସ କରି 300 ଯାତ୍ରୀଙ୍କୁ ହତ୍ୟା କରିଥିଲେ ଖଲିସ୍ତାନୀ । ଜଘନ୍ୟ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଉଗ୍ରବାଦୀଙ୍କୁ ନିଜ ଦେଶରେ ଶରଣ ଦେଇଥିବା ଲାଗି କାନାଡାକୁ ଲମ୍ବା ସମୟ ଧରି ରାଜନୈତିକ ବିବାଦର ସମ୍ମୁଖୀନ ହେବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟରେ ସୂଚନା ମିଳିଥିଲା ଯେ କାନାଡାର ଗୁପ୍ତ ସଂସ୍ଥାକୁ ଏ ନେଇ ପୂର୍ବରୁ ସୂଚନା ମିଳିଥିଲା । ହେଲେ ସେମାନେ ଏହାକୁ ଏଡ଼ାଇ ଦେଇଥିଲେ । ଫଳରେ ଆତଙ୍କବାଦୀଙ୍କ କ୍ରୁରତା ସାରା ବିଶ୍ବକୁ ଦୋହଲାଇ ଦେଇଥିଲା ।

ଏବେ କାନାଡାରେ ପ୍ରାୟ 9ଟି ଭାରତ ବିରୋଧୀ ଉଗ୍ରବାଦୀ ଗୋଷ୍ଠୀ ଖୁଲମଖୁଲା ବୁଲୁଛନ୍ତି । 2018ରେ ଯେତେବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ଆସିଥିଲେ, ସେତେବେଳେ ତାଙ୍କୁ ପଞ୍ଜାବର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଅମୃତସରରେ ସାକ୍ଷାତ କରିଥିଲେ । ଟ୍ରୁଡୋଙ୍କୁ କାନାଡାରେ ଲୁଚି ରହିଥିବା 9ଟି A ଶ୍ରେଣୀର ଆତଙ୍କବାଦୀଙ୍କ ତାଲିକା ମଧ୍ୟ ଦିଆଯାଇଛି ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ମଧ୍ୟ ଦାବି କରାଯାଇଛି । ହେଲେ ଏଥିଲାଗି କାନାଡା ସରକାର କେବେ ହେଲେ ଆଗ୍ରହ ଦେଖାଇ ନାହାନ୍ତି ।

ନିକଟରେ ଦିଲ୍ଲୀରେ ଆୟୋଜିତ ଜି-20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଜଷ୍ଟିନ ଟ୍ରୁଡୋଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଚେତାବନୀ ଦେଇଥିଲେ ଯେ ଭାରତ ବିରୋଧୀ ଆତଙ୍କବାଦୀ ଗୋଷ୍ଠୀର ସମର୍ଥକ ସାଜିବା ଭବିଷ୍ୟତରେ ଦେଶ ପାଇଁ ଆତ୍ମଘାତ ସାବ୍ୟସ୍ତ ହୋଇପାରେ । ଏହାସହ ମୋଦି ନିକଟରେ ଆଉ ଏକ ମନ୍ତବ୍ୟ ଦେଇ କହିଥିଲେ ଯେ ଆତଙ୍କବାଦକୁ ରୋକିବା ଲାଗି ଅନ୍ତର୍ଜାତୀୟ ସ୍ତରରେ ଆଇନଗତ ନିୟମ ଓ ବ୍ୟବସ୍ଥା ଆଣିବା ଆବଶ୍ୟକ ।

ବିଶ୍ବ ସୁରକ୍ଷା ବଜାୟ ରଖିବା ଲାଗି ଏଭଳି ବିପଦର ସାମ୍ନା କରିବା ପାଇଁ ଅନ୍ତର୍ଜାତୀୟ ସହଯୋଗ ଓ ପ୍ରୟାସ ଆବଶ୍ୟକ । ତେବେ ଯାଇ ସୀମାରେ ରକ୍ତ ସହ ହୋଲି ଖେଳୁଥିବା ଆତଙ୍କବାଦ ସୈତାନକୁ ସମୂଳେ ନାଶ କରିବା ସମ୍ଭବପର ହେବ ।

ଇନାଡୁ ସମ୍ପାଦକୀୟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.