ETV Bharat / opinion

ଅଯୋଧ୍ୟା ନିମନ୍ତ୍ରଣ; ଯୋଗଦାନକୁ ନେଇ ଦ୍ବନ୍ଦ୍ବରେ କଂଗ୍ରେସ ଶୀର୍ଷ ନେତୃତ୍ବ - ଅଯୋଧ୍ୟା ନିମନ୍ତ୍ରଣ

Congress leaders in Dilemma over Ayodhya invitation: ଜାନୁଆରୀ 22ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନୀ ସମାରୋହରେ ଶ୍ରୀରାମ ଜନଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିମନ୍ତ୍ରଣ କରାଯାଇଛି । କାର୍ଯ୍ୟକ୍ରମରେ ଯୋଗ ଦେବେ କି ନାହିଁ ତାକୁ ନେଇ ଚିନ୍ତାରେ କଂଗ୍ରେସ ଶୀର୍ଷ ନେତୃତ୍ବ । ଯୋଗ ଦେଲେ ସଂଖ୍ୟାଲଘୁର ବିରୋଧଭାଷାର ଶିକାର ଓ ସାମିଲ ନ ହେଲେ ବୃହତ ହିନ୍ଦୁ ସମ୍ପ୍ରଦାୟ ବିରୋଧାଭାଷାର ଶିକାର । ଅଧିକ ପଢନ୍ତୁ

Ayodhya invitation
Ayodhya invitation
author img

By ETV Bharat Odisha Team

Published : Jan 8, 2024, 10:51 PM IST

ଲେଖକ- ବିରେନ୍ଦ୍ର କପୁର

ହାଇଦ୍ରାବାଦ: ଆସନ୍ତା ଜାନୁଆରୀ 22 ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ଏହି ଭବ୍ୟ ଉତ୍ସବରେ ସାମିଲ ହେବା ଲାଗି ବିରୋଧୀ ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ ହୋଇଛି । ତେବେ ଏହି ନିମନ୍ତ୍ରଣ କଂଗ୍ରେସ ନେତାଙ୍କ କ୍ଷେତ୍ରରେ ଭାଳେଣି ସୃଷ୍ଟି କରିଛି । କାର୍ଯ୍ୟକ୍ରମରେ ଯୋଗ ଦେବେ କି ନାହିଁ ତାକୁ ନେଇ ଚିନ୍ତାରେ କଂଗ୍ରେସ । ହେଲେ କଂଗ୍ରେସର ଶୀର୍ଷ ନେତୃତ୍ବ ଏହି କଠିନ ପରିସ୍ଥିତିର ମୁକାବିଲା କରିବାକୁ ପଡିବ । ଉତ୍ତରଟି ନିଶ୍ଚିତ ସହଜ ନୁହେଁ । ଯଦି କଂଗ୍ରେସ ଯୋଗ ଦିଏ ତେବେ ସଂଖ୍ୟାଲଘୁଙ୍କ ପ୍ରତିକ୍ରିୟାର ସାମ୍ନା କରିବାକୁ ପଡେ, ଆଉ ଯଦି ଯୋଗ ନ ଦେଉଛି ତେବେ ବୃହତ ହିନ୍ଦୁ ସମ୍ପ୍ରଦାୟ ମଧ୍ୟ ବିରୋଧ କରିବ । ବାସ୍ତବରେ କଂଗ୍ରେସର ଦ୍ବନ୍ଦ୍ବ ବୁଝିବା ସହଜ, କିନ୍ତୁ ସମାଧାନ କରିବା କଷ୍ଟକର ।

ଏଭଳି ସ୍ଥିତିରେ କଂଗ୍ରେସ ନେତାମାନେ ଭାବିବାକୁ ବାଧ୍ୟ ହୋଇଛନ୍ତି ଯେ ସେମାନଙ୍କୁ ନିମନ୍ତ୍ରଣ କରା ନ ଯାଇଥିଲେ ଖୁବ ଭଲ ହୋଇଥାନ୍ତା । ଅନ୍ତତଃପକ୍ଷେ ସେମାନେ ରାମ ମନ୍ଦିରର ଉଦଘାଟନକୁ ଏକ 'ପାର୍ଟି ଇଭେଣ୍ଟ' ଭାବେ ରଖି ସହଜରେ ବିଜେପିକୁ ଟାର୍ଗେଟ କରିପାରିଥାନ୍ତେ । ଜାନୁଆରୀ 22ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନୀ ସମାରୋହରେ ଶ୍ରୀରାମ ଜନଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିମନ୍ତ୍ରଣ କରାଯାଇଛି ।

ଏହା ବି ପଢନ୍ତୁ- ବୃନ୍ଦା କରାତଙ୍କୁ ମୀନାକ୍ଷୀ ଲେଖୀଙ୍କ ଜବାବ "ରାମ ଯାହାକୁ ଡାକିଛନ୍ତି, ସେମାନେ ହିଁ ପହଞ୍ଚିବେ"

ସିପିଆଇ (ଏମ) ନେତା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ବିଜେପି ଏକ ଧାର୍ମିକ କାର୍ଯ୍ୟକ୍ରମକୁ ରାଜନୀତି କରୁଛି । ଦିଲ୍ଲୀର ବିଶ୍ବ ହିନ୍ଦୁ ପରିଷଦ ମୁଖ୍ୟଙ୍କ ଦ୍ବାରା ବ୍ୟକ୍ତିଗତ ଭାବେ ନିମନ୍ତ୍ରିତ ହୋଇଥିବା ସିପିଆଇ (ଏମ) ସାଧାରଣ ସଚିବ ସୀତାରାମ ୟେଚୁରୀ ଗଣମାଧ୍ୟମକୁ କହିଛନ୍ତି, "ବିଜେପି ଧର୍ମକୁ ରାଜନୀତିକରଣ କରୁଛି । ଧର୍ମ ଏକ ବ୍ୟକ୍ତିଗତ ବିଷୟ ଥିଲା, କିନ୍ତୁ ବିଜେପି ଏହାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛି । ଅଯୋଧ୍ୟା ନିମନ୍ତ୍ରଣକୁ ୟେଚୁରୀ ପ୍ରତ୍ୟାଖ୍ୟାନ କରିବା ପରେ ତାଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖି । ସେ କହିଥିଲେ, "ଯେଉଁମାନଙ୍କୁ ପ୍ରଭୁ ରାମ ଭଲ ପାଆନ୍ତି, ସେମାନେ କେବଳ ଅଯୋଧ୍ୟା ସମାରୋହରେ ଯୋଗ ଦେଇ ପାରିବେ।"

ଏହା ବି ପଢନ୍ତୁ- ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଅଯୋଧ୍ୟା ଯିବେ, ନହେଲେ ପ୍ରତିନିଧି ପଠାଇବେ ସୋନିଆ

ଗୋଟିଏ ପଟେ ସିପିଆଇ (ଏମ) ଏନେଇ ନିଜ ପକ୍ଷ ସ୍ପଷ୍ଟ କରିଥିବା ବେଳେ ଏବେ ବି ଦ୍ବନ୍ଦ୍ବରେ କଂଗ୍ରେସ । ଯଦି ସିପିଆଇ (ଏମ) ଭଳି କଂଗ୍ରେସର ଆଭିମୁଖ୍ୟ ଥାଆନ୍ତା, ତେବେ ଦଳ ନିମନ୍ତ୍ରଣକୁ ସହଜରେ ପ୍ରତ୍ୟାଖ୍ୟାନ କରିଥାନ୍ତା । କିନ୍ତୁ ସମସ୍ୟା ହେଉଛି ଯଦି କଂଗ୍ରେସ ସମାରୋହରେ ଯୋଗଦେବାକୁ ପସନ୍ଦ କରେ, ତେବେ ଦଳ ଉତ୍ତର ଭାରତର ମହତ୍ତ୍ବପୂର୍ଣ୍ଣ ଭୋଟବ୍ୟାଙ୍କ ମୁସଲମାନଙ୍କଠାରୁ ବିଚ୍ଛିନ୍ନ ହୋଇପାରେ । କିନ୍ତୁ ଯଦି ତାହା ନହୁଏ, ତେବେ ଦଳ ହିନ୍ଦୁ ବିରୋଧୀ ବୋଲି ବିଜେପି ପ୍ରମାଣିତ କରିବ । ତେବେ ଆଗାମୀ ଦିନରେ କଂଗ୍ରେସ କଣ ନିଷ୍ପତ୍ତି ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ )

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.