ଡକ୍ଟର ଏମ ଭି ରାଘବେନ୍ଦ୍ର ରାଓ, ବୈଜ୍ଞାନିକ
ତଥା ନିର୍ଦ୍ଦେଶକ, ରିସର୍ଚ୍ଚ ସେଣ୍ଟ୍ରାଲ ଲାବ୍ରୋଟୋରୀ
ହାଇଦ୍ରାବାଦ: ଦିନକୁ ଦିନ ବୈଷୟିକ ଜ୍ଞାନକୌଶଳର ଚାହିଦା ବଢିବାରେ ଲାଗିଛି । କୌଣସି ରୋଗର ଚିକିତ୍ସା ପାଇଁ ଆବଶ୍ୟକୀୟ ଔଷଧର ବ୍ୟବହାର ଯୋଗୁ ବହୁ ମୂଲ୍ୟବାନ ଜୀବନ ରକ୍ଷା ହୋଇପାରୁଛି । ଆଜିର ବିଜ୍ଞାନ ଯୁଗରେ ବୈଜ୍ଞାନିକଙ୍କ ନିରନ୍ତର ପ୍ରୟାସ ବିଶ୍ବ ପାଇଁ ଅଦ୍ଭୁତପୂର୍ବ ସଫଳତା ଆଣିଛି । ରୋଗର ନିରାକରଣ ପାଇଁ ଚିକିତ୍ସା ପଦ୍ଧତିରେ ଉନ୍ନତି ଆଣିବାରେ ଆବଶ୍ୟକତା ରହିଛି । 'ଆଣ୍ଟିବାୟୋଟିକ'ର ଆବିଷ୍କାର ମେଡିକାଲ ଇତିହାସରେ ଏକ ବଡ଼ ଆବିଷ୍କାର କହିଲେ ଭୁଲ ହେବ ନାହିଁ । ଔଷଧ ଆବିଷ୍କାର କ୍ଷେତ୍ରରେ ବୈଜ୍ଞାନିକ ଆଲେକ୍ସଜାଣ୍ଡର ଫ୍ଲେମିଂଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।
ସେ ବିଶ୍ବକୁ ବହୁ ଗୁରୁତ୍ବପୂର୍ଣ୍ଣ ଡ୍ରଗ୍ସ ଭେଟି ଦେଇଛନ୍ତି । ଇମ୍ୟୁନୋଲୋଜିଷ୍ଟ ଏବଂ ଭାଇରୋଲୋଜିଷ୍ଟର ସଫଳ ପରୀକ୍ଷଣ କରିଛନ୍ତି । ପ୍ଲାଜମା ଚିକିତ୍ସା(Plasma Therapy) ଦ୍ବାରା କୋଭିଡ ମହାମାରୀ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ଜୀବନ ରକ୍ଷା ହୋଇପାରିଛି । ଯେତେବେଳେ ୨୦୨୦ ମହାମାରୀ ବିଶ୍ବକୁ କବଳିତ କରିବାରେ ଲାଗିଲା ସେତେବେଳେ ବହୁ ଉନ୍ନତମାନର ଚିକିତ୍ସା ପଦ୍ଧତିର ପ୍ରୟୋଗ କରାଯିବା ଫଳରେ ଏହି ମହାମାରୀର ମୁକାବିଲା ସଫଳ ହୋଇଛି ।
୧. ଫୁଡ ଆଣ୍ଡ ଡ୍ରଗ୍ସ ଆଡିମିନଷ୍ଟ୍ରେସନ (FDA)ର ଅନୁମତିକ୍ରମେ ଏକ ନୂଆ ଔଷଧ ଲେକଭିଓ (Leqvio)ର ପ୍ରୟୋଗ କରାଗଲା । ଏହା ରୋଗୀର କଲେଷ୍ଟ୍ରଲର ମାତ୍ରା କମାଇବାରେ ସହାୟକ ହୋଇଥିଲା । ସେହିପରି RNA ଥେରାପି ସାହାଯ୍ୟରେ PCSK୯ ଜିନର ବୃଦ୍ଧି ରୋକାଯାଉଥିଲା ।
୨. mRNA ଭ୍ୟାକ୍ସିନ ଟେକ୍ନୋଲୋଜି ମେଡିକାଲ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି ।
୩. ଏହି ଟେକ୍ନୋଲୋଜି ସାହାଯ୍ୟରେ ସଂକ୍ରାମକ ରୋଗ ବିରୁଦ୍ଧରେ ଲଢିବାକୁ ପ୍ରତିରୋଧକ ଶକ୍ତି ଯୋଗାଇଥାଏ । ଇନଫ୍ଲୁଏଞ୍ଜା ଭାଇରସ, ଜିକା ଭାଇରସ,ରାବିସ ଏବଂ ଅନ୍ୟ ରୋଗ ଗୁଡିକର ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏହାର ଭୂମିକା ରହିଛି ।
୪. 3-D ମୁଦ୍ରଣ ଅଙ୍ଗକୁ ବାୟୋପ୍ରିଣ୍ଟିଂ କୁହାଯାଏ ଯାହାକି ବୈଜ୍ଞାନିକ ଜ୍ଞାନକୌଶଳ ସାହାଯ୍ୟରେ କୃତ୍ରିମ ଅଙ୍ଗ ସୃଷ୍ଟି କରିବାରେ ସାହାଯ୍ୟ କରେ । ବ୍ୟକ୍ତି ଯଦି ଶରୀରର କୌଣସି ଅଙ୍ଗ ହରାଇ ବସେ ତେବେ ବିଜ୍ଞାନ ଦ୍ବାରା କୃତିମ ଅଙ୍ଗ ମଧ୍ୟ ଶରୀରରେ ଯୋଡାଯିବା ଭଳି ସୁବିଧା ଉପଲବ୍ଧ ରହିଛି ।
୫.ଚୀନ ପ୍ରଥମ ଛୁଞ୍ଚି ମୁକ୍ତ (Needle Free) କୋଭିଡ ଭ୍ୟାକ୍ସିନ ଆବିଷ୍କାର କରିଥିଲା । ଯାହାକି ମ୍ୟୁକସ ମେମ୍ବ୍ରେନରେ ଥିବା ଭୂତାଣୁ ଟାର୍ଗେଟ୍ କରି ସେସବୁର ବିନାଶ କରିଥାଏ ।
୬. ବୈଜ୍ଞାନିକମାନେ ଏକ ଉପକରଣ ବିକଶିତ କରିଛନ୍ତି ଯାହା ମସ୍ତିଷ୍କରୁ ସିଗନାଲ୍ ଡିକୋଡ୍ କରିପାରିବ । ଏହା ସ୍ପିଚ୍ ସେଣ୍ଟରରେ ସଂଯୋଗ ହେବା ପରେ କଥା କହିବାରେ ଅକ୍ଷମ ଥିବା ବ୍ୟକ୍ତି ମଧ୍ୟ ସକ୍ଷମ ହୋଇପାରିବ । ସ୍ନାୟୁଗତ ସମସ୍ୟା ହେତୁ ରୋଗୀର ପ୍ରସାରଣ କ୍ଷମତା ହ୍ରାସ ପାଇଥାଏ । ଯାହାକି ବ୍ରେନ-କମ୍ପ୍ୟୁଟର ଇଣ୍ଟରଫେସ୍ ମାଧ୍ୟମରେ ବ୍ୟକ୍ତି ଚିନ୍ତାଧାରା ପୁନଃ ସ୍ଥାପିତ କରିବାରେ ସହାୟକ ହେବ ।
୭. ରାଉଟର ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଏକ ଅତ୍ୟନ୍ତ ପଦ୍ଧତି ପ୍ରସ୍ତୁତ କରିଛନ୍ତି । ଯାହାକି ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ଉପକରଣର ବୃଦ୍ଧି କରାଯାଇପାରିବ ।
୮. ହେଲଥ୍ ଏଟିଏମ( Health ATM) ହେଉଛି ଏକ ଡିଜିଟାଲ୍ ଟଚ୍-ପଏଣ୍ଟ ଇଣ୍ଟିଗ୍ରେଟେଡ୍ ମେସିନ । ଯାହା ଅନେକ ଦୁରାରୋଗ ବିଷୟରେ ଅବଗତ କରାଇବା ସହ ଏହାର ଚିକିତ୍ସା ଓ ନିରାକରଣ ପାଇଁ ଆବଶ୍ୟକୀୟ ସ୍ବାସ୍ୟସେବା ନେଇ ଡିଜାଇନ୍ ହୋଇଥିବା ମେସିନ୍ | ପ୍ରାଥମିକ ଚିକିତ୍ସା ଏବଂ ନିରାକରଣ ପାଇଁ ଏଥିରେ ବିଭିନ୍ନ ମେସିନର ସଂଯୋଗ କରାଯାଇଛି । ଇଣ୍ଟରନେଟ୍ ସଂଯୁକ୍ତ ୱେବ୍ ବ୍ରାଉଜର୍ ମାଧ୍ୟମରେ ସୂଚନା ପ୍ରଦାନ କରୁଥିବା ଏହି ATMରେ ସ୍ମାର୍ଟ ହେଲଥ୍ କିଓସ୍କ ମନିଟର ରହିଛି । ଯାହା ସାହାଯ୍ୟରେ ରୋଗର ଲକ୍ଷଣ, ଗ୍ଲୁକୋଜ, ରକ୍ତଚାପ, ଲିପିଡ ପ୍ରୋଫାଇଲ୍, ଫ୍ୟାଟର ମାତ୍ରା ଏବଂ ଅମ୍ଳଜାନ ସମ୍ପର୍କରେ ସୂଚନା ମିଳିପାରିବ ।
୯. ସେହିପରି ବିଭିନ୍ନ କମ୍ପାନୀ ବିଭିନ୍ନ ପ୍ରକାରର TLA ବିକଶିତ କରିଛନ୍ତି । ଯେପରିକି CobasR, Accelator, The Power Express Clinical Automation System, TCAutomation, VITROSR Automation System ଇତ୍ୟାଦି ।
୧୦. ସେହିପରି ବୈଷୟିକ ଜ୍ଞାନକୌଶଳ ଦ୍ବାରା ଏକ ଉଦ୍ଭାବନ କରାଯାଇଥିବା 'କୃତିମ ବୁଦ୍ଧିମତା'(AI) ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛି । ଏହା ବିଜ୍ଞାନ କ୍ଷେତ୍ରରେ ଏକ ନୂଆ ସମ୍ଭାବନା ସୂଷ୍ଟି କରିଛି । ମେସିନ ଲର୍ଣ୍ଣିଂରୁ ଆରମ୍ଭ କରି ଫଳାଫଳ ପ୍ରଦାନ କ୍ଷେତ୍ରରେ 'କୃତିମ ବୁଦ୍ଧିମତା'(AI)ର ବହୁଳ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ...ଭାରତ ପାଇଁ ଓ୍ବେକଅପ କଲ୍, କ୍ୟାନ୍ସରକୁ ନେଇ ସଚେତନତା ଜରୁରୀ