thumbnail

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଜି ଅଙ୍କୁରପୂଜନ, ଦେଖନ୍ତୁ Live

By ETV Bharat Odisha Team

Published : Jan 13, 2024, 12:52 PM IST

Updated : Jan 13, 2024, 1:07 PM IST

ପୁରୀ: ଆସନ୍ତା 17 ତାରିଖରେ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଉଦଘାଟନ କରିବେ । ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ଦେଶ ବିଦେଶରୁ ଅତିଥିମାନଙ୍କୁ ସ୍ବାଗତ କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ ଗତକାଲି ଅଙ୍କୁରାରୋପଣ ଓ ଆଚାର୍ଯ୍ୟବରଣ ହୋଇଥିଲା । ଗଜପତି ମହାରାଜା ଶ୍ରୀନଗରରେ ବ୍ରାହ୍ମଣମାନଙ୍କୁ ବରଣ କରିଥିଲେ । ଆଜି ପରିକ୍ରମା ପ୍ରକଳ୍ପର ଅଙ୍କୁରପୂଜନ ହେବ । ଆସନ୍ତା 17 ତାରିଖ ଦିନ ବିଭିନ୍ନ ପୂଜାବିଧି ସହ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାଠ ଓ ନାମ ସଂକୀର୍ତ୍ତନ ହେବ । ସେହି ଦିନ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଲୋକାର୍ପଣ କରିବେ । ଗତକାଲି ଏହି ଲୋକାର୍ପଣ ଉତ୍ସବର ଶୁଭାରମ୍ଭ ସହ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ଚିତ୍ର ବିଚିତ୍ର ଓ ଆକର୍ଷଣୀୟ ସାଜସଜ୍ଜାରେ ଝଟକୁଛି ଶ୍ରୀକ୍ଷେତ୍ର । ଦେଖନ୍ତୁ ଶ୍ରୀକ୍ଷେତ୍ର ଧାମରୁ ଲାଇଭ...

Last Updated : Jan 13, 2024, 1:07 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.