ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ଶ୍ରୀକ୍ଷେତ୍ରରୁ ଦେଖନ୍ତୁ LIVE - Parikrama Project inauguration
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/17-01-2024/640-480-20526393-thumbnail-16x9-pp.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 17, 2024, 7:52 AM IST
|Updated : Jan 17, 2024, 3:12 PM IST
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ଉତ୍ସବ ମୁଖରିତ ଶ୍ରୀକ୍ଷେତ୍ର । ଗତ 15 ତାରିଖରୁ ଆରମ୍ଭ ହୋଇଥିବା ମହାଯଜ୍ଞ ଆଜି ପୂର୍ଣ୍ଣାହୁତି ହେବ । ଆଚାର୍ଯ୍ୟ ବ୍ରାହ୍ମଣମାନେ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରୁଛନ୍ତି । ଲୋକାର୍ପଣ ଉତ୍ସବ କିଭଳି ସଫଳ ହୋଇପାରିବ ସେନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଲୋକାର୍ପଣ ଉତ୍ସବ ପାଇଁ ଆଜି ସକାଳୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ତେବେ ସବୁକିଛି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିଥିବା ବେଳେ ନିମନ୍ତ୍ରିତ ଅତିଥିମାନେ ଆସି ପୁରୀରେ ପହଞ୍ଚି ସାରିଛନ୍ତି । ସେହିପରି ସମଙ୍ଗ ପାର୍କିଂ, ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର ଏବଂ ଶ୍ରୀମାର୍ଗ ରାସ୍ତା ମଧ୍ୟ ଭକ୍ତଙ୍କୁ ସ୍ବାଗତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଆଜି ସକାଳୁ ପ୍ରଥମେ ସୂର୍ଯ୍ୟପୂଜା ପରେ ମହାଯଜ୍ଞ, ବେଦ ପାରାୟଣ, ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ। ଅପରାହ୍ନ 1ଟା 20ରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିବେ ।