ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ କରୁଛନ୍ତି ମୁଖ୍ୟମନ୍ତ୍ରୀ, ଦେଖନ୍ତୁ LIVE

By ETV Bharat Odisha Team

Published : Jan 1, 2024, 11:03 AM IST

Updated : Jan 1, 2024, 12:55 PM IST

thumbnail

ଭୁବନେଶ୍ବର: ବହୁ ପ୍ରତିକ୍ଷୀତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ । ତ୍ରିଶୁଳିଆ ନିକଟରେ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସମ୍ପ୍ରସାରିତ ମେଟ୍ରୋ ରେଳ ପ୍ରକଳ୍ପ ଶିଳାନ୍ୟାସ ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଶୋଭାଯାତ୍ରାରେ ଆସି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ ବର୍ତ୍ତମାନ ସମ୍ପ୍ରସାରିତ ହୋଇ ‌କଟକ ନେତାଜୀ ବସ୍‌ ଟର୍ମିନାଲ ପର୍ଯ୍ୟନ୍ତ ନେବାକୁ ନିଷ୍ପତ୍ତି ହୋଇଛି ।  ନବୀନ ନିବାସରୁ ତ୍ରିଶୂଳିଆ ଛକ ମଧ୍ୟରେ ପ୍ରାୟ 15ଟି ପ୍ରସ୍ତାବିତ ଷ୍ଟପେଜରେ ଧନ୍ୟବାଦ ଜଣାଇବାକୁ ଉପସ୍ଥିତ ରହିଛନ୍ତି ଦଳୀୟ ନେତା ଓ କର୍ମୀ । ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ନଭେମ୍ବର ମାସରେ ରାଜ୍ୟ ସରକାର ଦିଲ୍ଲୀ ମେଟ୍ରୋ ରେଳ ନିଗମ ସହ ଚୁକ୍ତି କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ଗଡ଼ିବ ବୋଲି ନିଷ୍ପତ୍ତି ହୋଇଥିଲା । 

Last Updated : Jan 1, 2024, 12:55 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.