ETV Bharat / lifestyle

ମନି ପ୍ଲାଣ୍ଟ ରଖିଛନ୍ତି କି? ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବାସ୍ତୁଶାସ୍ତ୍ରରେ ବିଶ୍ବାସ ରଖି ନିଜ ଘରେ ଏବଂ ଅଫିସରେ ରଖୁଥିବା ମନି ପ୍ଲାଣ୍ଟ ଗଛ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିବା ବଦଳରେ ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ମନି ପ୍ଲାଣ୍ଟକୁ କିପରି ରଖିବେ ନିଜ ମନପସନ୍ଦ ସ୍ଥାନରେ ।

author img

By

Published : Feb 16, 2019, 4:02 PM IST

ପ୍ରତୀକାତ୍ମକ ଫଟୋ

ସାଧାରଣତଃ ବାସ୍ତୁଶାସ୍ତ୍ରରେ ବିଶ୍ବାସ ରଖୁଥିବା ବ୍ୟକ୍ତି ନିଜ ଘରେ ଏବଂ ଅଫିସରେ ମନି ପ୍ଲାଣ୍ଟ ରଖିଥାନ୍ତି। କୁହାଯାଏ ଏହାକୁ ରଖିଲେ ଘରେ ସୁଖ, ସମୃଦ୍ଧି ଏବଂ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ରଖିବାର କିଛି ନିର୍ଦ୍ଧିଷ୍ଟ ଉପାୟ ରହିଛି । ଯଦି ଏଥିରେ କିଛି ତ୍ରୃଟି ଦେଖାଯାଏ ତାହେଲେ ଏହା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିବା ବଦଳରେ ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ମନି ପ୍ଲାଣ୍ଟକୁ କିପରି ରଖିବା ଉଚିତ ।

  • ମନି ପ୍ଲାଣ୍ଟକୁ କେବେ ହେଲେ ଉତ୍ତର-ପୂର୍ବ ଦିଗ ବା ଐଶାନ୍ୟ କୋଣରେ ରଖନ୍ତୁ ନାହିଁ । ମନି ପ୍ଲାଣ୍ଟ ଗଛ ପାଇଁ ଏହି ଦିଗ ସବୁଠୁ ନକାରାତ୍ମକ ଦିଗ ବୋଲି କୁହାଯାଏ । ଏହି ଦିଗରେ ମନି ପ୍ଲାଣ୍ଟ ରଖିବା ଦ୍ୱାରା ଅର୍ଥ ହାନୀ ହେବାର ସମ୍ଭାବନା ବଢିଥାଏ ।
  • ମନି ପ୍ଲାଣ୍ଟ ଗଛକୁ କେବେ ବି ଝାଉଁଳିବାକୁ ଦିଅନ୍ତୁ ନାହିଁ । ପ୍ରତିଦିନ ଏହାକୁ ପାଣି ଦିଅନ୍ତୁ , କାରଣ ଗଛ ସୁଖିଯିବା ଘର ପାଇଁ ଅଶୁଭ ହୋଇଥାଏ ।
  • ମନି ପ୍ଲାଣ୍ଟକୁ ଭୂଇଁରେ ବଢିବାକୁ ଦିଅନ୍ତୁ ନାହିଁ । ଏହାକୁ ସର୍ବଦା ଉପରକୁ ବଢିବାକୁ ଦିଅନ୍ତୁ । ଏହା ଦ୍ୱାରା ଧନ-ସମ୍ପତ୍ତି ବୃଦ୍ଧି ହୋଇଥାଏ ।
  • ବାସ୍ତୁଶାସ୍ତ୍ର ଅନୁସାରେ ମନି ପ୍ଲାଣ୍ଟକୁ ସର୍ବଦା ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ । ଏହି ଦିଗ ଜଳ ତତ୍ତ୍ବର ଦିଗ ବୋଲି କୁହାଯାଇଥାଏ । ତେଣୁ ମନି ପ୍ଲାଣ୍ଟକୁ ଏହି ଦିଗରେ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।
undefined

---------- Forwarded message ---------
From: BADSAH JUSMAN KUMAR RANA <badsahjusmankumar.rana@etvbharat.com>
Date: Wed, Feb 13, 2019, 9:28 PM
Subject: Script
To: Odia Desk <odiadesk@etvbharat.com>
Cc: SARADHA LAHANGIR <sarada.lahangir@etvbharat.com>, BISWANATH PRAHARAJ RAJAGURU <rajguru.bp@etvbharat.com>

SLUG. ନିଜ ସ୍ତ୍ରୀ କୁ ସ୍ୱାମୀ ପୋଡି ଦେଇଥିବା ଅଭିଯୋଗ
FORMAT.. AVO.
REPORTER.Badsah Juman Rana.
DATE..13.02.2019।
PLACE.. ସମ୍ବଲପୁର।

Anchor.. ହୀରାକୁଦ ରେ ନିଜ ସ୍ତ୍ରୀ କୁ ନିଆଁ ଲଗାଇଲା ସ୍ୱାମୀ। ହୀରାକୁଦ ର VSS କଲୋନୀ ରେ ରହୁଥିବା ସ୍ମୃତି ରଞ୍ଜନ ନାୟକ ଆଜି ଅପରାହ୍ନ 3 ଟା ସମୟରେ ନିଜ ସ୍ତ୍ରୀ ଜ୍ୟୋତିର୍ମୟୀ ଶତପଥୀ ଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସ୍ମୃତି ରଂଜନ ନାୟକ ଓ ଜ୍ୟୋତିର୍ମୟୀ ଶତପଥୀ ଙ୍କର ଝିଅ ଙ୍କ  କହିବା ଅନୁସାରେ 'ବାପା ମା ଙ୍କ ଦେହରେ ନିଆଁ ଲଗାଇଦେଇଛନ୍ତି'।ଏପଟେ ବର୍ତ୍ତମାନ ସୁଦ୍ଧା ଜ୍ୟୋତିଙ୍କ ଦେହରେ କିଏ ନିଆଁ ଲଗାଇଲା ତାହା ସ୍ପଷ୍ଟ ଭାବେ ଜଣା ପଡିନଥିବା ବେଳେ ସାହି ପଡ଼ିଶା ଲୋକେ ଜ୍ୟୋତିର୍ମୟୀ ଙ୍କ ସ୍ବାମୀ ସ୍ମୃତି ରଞ୍ଜନ ଉପରେ ସନ୍ଦେହ କରୁଛନ୍ତି।ଉଭୟେ 6 ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ ଓ ଦୁହିଁଙ୍କର 2 ଟି ଶିଶୁ କନ୍ୟା ରହିଛନ୍ତି।ବର୍ତ୍ତମାନ ଜ୍ୟୋତିର୍ମୟୀ ଙ୍କ ଶରୀରର 95 ପ୍ରତିଶତ ପୋଡିଯାଇଥିବା ବେଳେ ତାଙ୍କୁ ବୁର୍ଲା ମେଡିକାଲ ରେ ଭର୍ତି  କରି ଚିକିତ୍ସା କରାଯାଉଛି।ଏହି ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।ତେବେ ଜ୍ୟୋତିର୍ମୟୀ ଙ୍କ ପରିବାର ପକ୍ଷରୁ ହୀରାକୁଦ ଥାନାରେ ତାଙ୍କର ସ୍ଵାମୀ ଓ ଶାଶୁ ଶ୍ୱଶୁର ଙ୍କ ବିରୁଦ୍ଧରେ ଏକ ଅଭିଯୋଗ ହୋଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.