କାହାକୁ ସାମ୍ନାରେ ଦେଖି ଆମେ ଯେପରି ଆମେ ତାର ସ୍ବଭାବ ବିଷୟରେ କହିଦେଇଥାଉ । ସେହିପରି କିଛି ଲୋକଙ୍କ ନାମ ଆଗରୁ ଥିବା ଆରମ୍ଭ ଅକ୍ଷରରୁ ମଧ୍ୟ ତାର ସ୍ବଭାବ ବିଷୟରେ ଅନ୍ଦାଜ ଲଗାଇ କହିଦେଇ ପାରିବା । ଆପଣ ଅନେକ ସମୟରେ ଏସ, ପି, ଆର ଅକ୍ଷର ଥିବା ଝିଅଙ୍କ ସ୍ବଭାବ ବିଷୟରେ ଜାଣିବାକୁ ପାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ବି' ନାମ ଥିବା ଝିଅଙ୍କ ସ୍ବଭାବ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହି ଅକ୍ଷର ଥିବା ଝିଅମାନଙ୍କ ବିଷୟରେ ...
1. ଯେଉଁ ଝିଅଙ୍କ ନାମର ପ୍ରଥମ ଅକ୍ଷର ବି' ରୁ ଆରମ୍ଭ ହୋଇଥାଏ ସେମାନେ ପ୍ରକୃତି ମାଆଙ୍କୁ ବହୁତ ଭଲ ପାଆନ୍ତି। ଏମାନଙ୍କୁ ପ୍ରକୃତିର ସୌନ୍ଦର୍ଯ୍ୟତାରେ ବିଭୋର ହୋଇଥାନ୍ତି । ଏମାନେ ମୁଖ୍ୟତଃ ସବୁଜ ରଙ୍ଗକୁ ପସନ୍ଦ କରିଥାନ୍ତି। ସାମାଜିକ କାର୍ଯ୍ୟରେ ଭାଗ ନେବାକୁ ଏମାନେ ବହୁତ ପସନ୍ଦ କରନ୍ତି।
2. ବି ' ନାମଧାରୀ ଝିଅବହୁତ ମୁଡି । ଏହି ଝିଅମାନେ କେତେବେଳେ ବଡବଡ କଥାକୁ ନଜର ଅନ୍ଦାଜ କରିଦିଅନ୍ତି ତ ଆଉ କେତେବେଳେ ଛୋଟ କଥାକୁ ନେଇ ଦୁଃଖ ଓ ଅଭିମାନ କରିଥାନ୍ତି।
3. ଏହି ଅକ୍ଷର ଥିବା ଝିଅସବୁବେଳେ ଅନ୍ୟ ଆଗରେ ଭଲ ହୋଇ ରହିବା ଚେଷ୍ଟା କରନ୍ତି। ନିଜର ଚିନ୍ତାଧାରା ଓ କାର୍ଯ୍ୟ ପାଇଁ ଏମାନେ ସର୍ବଦା ଅନ୍ୟମାନଙ୍କ ହୃଦୟ ଜିତିଥାନ୍ତି। ଏହି ଝିଅଙ୍କ ସହ ଝଗଡାରେ ଜିତିବା ବହୁତ କଷ୍ଟ ସାଧ୍ୟ ହୋଇଥାଏ।
4. ଏହି ଅକ୍ଷରର ଝିଅବହୁତ ଶୀଘ୍ର ପ୍ରେମରେ ପଡିଯାଆନ୍ତି। ଆଉ ପ୍ରେମରେ ନିଜକୁ ଖାସ ବନାଇବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାନ୍ତି। ଏମାନେ ଯାହାକୁ ଥରେ ଭଲ ପାଆନ୍ତି ତାକୁ ସାରା ଜୀବନ ପାଇଁ ଜୀବନ ସାଥୀ ଭାବେ ବାଛି ନିଅନ୍ତି।
5 . ଏହି ଅକ୍ଷର ଥିବା ଝିଅଟିକେ ଲାଜକୂଳା ହୋଇଥାନ୍ତି। ବହୁତ ଶୀଘ୍ର କାହା ସହ ବନ୍ଧୁତା କରି ପାରନ୍ତି ନାହିଁ। ଯାହା ସହ ଥରେ ବନ୍ଧୁତା କରନ୍ତି ସାରା ଜୀବନ ସେ ସମ୍ପର୍କକୁ ତୁଲାଇଥାନ୍ତି।