ETV Bharat / lifestyle

ରମଜାନ ମାସରେ ଗର୍ଭବତୀ ମହିଳାଙ୍କ ପାଇଁ ଜରୁରୀ ଟିପ୍ସ

ଆରମ୍ଭ ହୋଇଛି ରମଜାନର ମାସ । ଏଥିସହ ଆରମ୍ଭ ହୋଇଛି ମାସକର ରୋଜା । ତେବେ ଏହି ବ୍ରତକୁ ନିଷ୍ଠାର ସହ ପାଳନ କଲେ ଈଶ୍ବରୀୟ ଆର୍ଶୀବାଦ ମିଳିବା ସହ ଶରୀର ସୁସ୍ଥ ରହିଥାଏ ବୋଲି ସାଧାରଣରେ ବିଶ୍ବାସ ରହିଛି । ହେଲେ ଗର୍ଭବତୀ ମହିଳାଙ୍କ ପାଇଁ ରୋଜା କେତେ ଉପକାରୀ ଜାଣନ୍ତୁ :

author img

By

Published : May 9, 2019, 2:32 PM IST

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ରମଜାନର ମାସ । ଏଥିସହ ଆରମ୍ଭ ହୋଇଛି ମାସକର ରୋଜା । ଏହି ବ୍ରତରେ ଶ୍ରଦ୍ଧାଳୁମାନେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉପବାସ ରଖିଥାନ୍ତି । ତେବେ ଏହି ବ୍ରତକୁ ନିଷ୍ଠାର ସହ ପାଳନ କଲେ ଈଶ୍ବରୀୟ ଆର୍ଶୀବାଦ ମିଳିବା ସହ ଶରୀର ସୁସ୍ଥ ରହିଥାଏ ବୋଲି ସାଧାରଣରେ ବିଶ୍ବାସ ରହିଛି । ହେଲେ ଗର୍ଭବତୀ ମହିଳାଙ୍କ ପାଇଁ ରୋଜା କେତେ ଉପକାରୀ ଜାଣନ୍ତୁ :

ଗର୍ଭବତୀ ମହିଳାମାନେ ରୋଜା ରଖିବା ପୂର୍ବରୁ ନିଜ ଡାକ୍ତର ସହ ପରାମର୍ଶ କରିବା ପାଇଁ ଭୁଲନ୍ତୁ ନାହିଁ । ଏଥିସହ ରୋଜା ରଖିବା ପୂର୍ବରୁ କେତୋଟି ଟିପ୍ସ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ଏହି ଲକ୍ଷଣ ଉପରେ ଦିଅନ୍ତୁ ବିଶେଷ ଧ୍ୟାନ :
- ଯଦି ଆପଣଙ୍କ ଦେହରେ ରକ୍ତ କମ୍‌ ଥାଏ କିମ୍ବା ଏସମ୍ପର୍କିତ କିଛି ବି ରୋଗ ଥାଏ, ତେବେ ଦୈନିକ ରୋଜା ରଖିବାରୁ ବଞ୍ଚନ୍ତୁ ।
- ରୋଜା ରଖିବା ସମୟରେ ଯଦି ଆପଣଙ୍କୁ କେବେ ବି ଦୁର୍ବଳ ଅନୁଭବ ହୁଏ ବା କୌଣସି ବି ଅସୁବିଧା ଭଳି ଅନୁଭବ ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ ।
- ଉପବାସ ସମୟରେ ଯଦି ପେଟରେ ଯନ୍ତ୍ରଣା ଅନୁଭବ ହୁଏ କିମ୍ବା ପେଟରେ ପିଲାର ଗତିକୁ ନେଇ ଅସହଜ ଅନୁଭବ ହୁଏ ତେବେ ଉପବାସ ତୁରନ୍ତ ଭାଙ୍ଗିବା ଦରକାର । ଏଥିସହ ଆବଶ୍ୟକ ପରିମାଣର ଖାଦ୍ୟ ମଧ୍ୟ ଖାଇବା ଦରକାର ।
- ରୋଜା ସମୟରେ ଆପଣଙ୍କର ରକ୍ତଚାପ ବଢୁଥିଲେ ଆପଣ ରୋଜା ରଖିବା ପିଲା ପାଇଁ ସୁରକ୍ଷିତ ନୁହେଁ ।
- ଏହି ସମୟରେ ନିଜ ଶରୀରର ଓଜନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଯଦି ଓଜନ କମୁଥିବା ଭଳି ଆପଣ ଅନୁଭବ କରୁଥାନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଖାଦ୍ୟ ଗ୍ରହଣ କରନ୍ତୁ ।
- ଉପବାସ ସମୟରେ ଶରୀରକୁ ଡିହାଇଡ୍ରେଟ ହେବାରୁ ବଞ୍ଚାନ୍ତୁ । ତେଣୁ ଆବଶ୍ୟକ ପରିମାଣର ପାଣି ପିଇବା ସହ ଫଳ ମଧ୍ୟ ଖାଆନ୍ତୁ ।
- ଏହି ସମୟରେ ଉପବାସ ଯୋଗୁଁ ମୁଣ୍ଡ ବୁଲାଉଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ନିଜ ବ୍ଲଡ ସୁଗାର ଚେକ୍‌ କରାନ୍ତୁ ।

ଖାଦ୍ୟ ପ୍ରତି ହୁଅନ୍ତୁ ସାବଧାନ :
- ସନ୍ଧ୍ୟାରେ ରୋଜା ଖୋଲିବା ସମୟରେ ଖାଉଥିବା ସେହରି ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଏହି ସମୟରେ ନ୍ୟୁଟ୍ରିସନଯୁକ୍ତ ଖାଦ୍ୟ ଖାଆନ୍ତୁ ଏବଂ ଅଳ୍ପ ପରିମାଣରେ ଖାଆନ୍ତୁ ।
- ଖଜୁରୀ, ବାଦାମ(Almonds) ଖାଇବାକୁ ଭୁଲନ୍ତୁ ନାହିଁ । ଏହା ଆପଣଙ୍କ ପିଲା ପାଇଁ ଗର୍ଭ ଧାରଣ ସମୟରେ ଅତି ଜରୁରୀ ହୋଇଥାଏ । ଏଥିସହ ଫଳ ଓ ଜୁସ୍‌ ବା କ୍ଷୀର ମଧ୍ୟ ଖାଆନ୍ତୁ ।
- ଦିନ ସାରା ଉପବାସ ରହୁଥିବାରୁ ସେହରିରେ କିଛି ଏଭଳି ଡାଏଟ ଆପଣାନ୍ତୁ ଯାହା ଆପଣଙ୍କ ଶରୀରକୁ ପ୍ରୋଟିନ ସହ ସମସ୍ତ ଆବଶ୍ୟକୀୟ ପୋଷଣ ଯୋଗାଇବ ।
- ଶରୀରକୁ ଶକ୍ତି ଯୋଗାଇବା ପାଇଁ ହାଇ ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ । ଏହି ସମୟରେ ପନୀର, ଚିକେନ, ମଟନ ଓ ମଲ୍ଟିଗ୍ରେନ ରୁଟି ଖାଆନ୍ତୁ । ଏହା ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏନର୍ଜେଟିକ ରଖିବାରେ ସାହାଯ୍ୟ କରିଥାଏ ।
- ଏହି ସମୟରେ ଗରିଷ୍ଠ ଖାଦ୍ୟ କିମ୍ବା ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବାରୁ ବଞ୍ଚନ୍ତୁ ।
- ଅତ୍ୟଧିକ ମିଠା, ରାଗ କିମ୍ବା ତେଲଯୁକ୍ତ ଖାଦ୍ୟ ମଧ୍ୟ ଏହି ସମୟରେ ଖାଇବାରୁ ବଞ୍ଚନ୍ତୁ ।

ଉପରୋକ୍ତ ସମସ୍ତ ଟିପ୍ସ ଉପରେ ଧ୍ୟାନ ଦେଲେ ଗର୍ଭବତୀ ମହିଳାମାନେ ମଧ୍ୟ ବେଶ୍‌ ଆରାମରେ ରୋଜା ରଖି ପାରିବେ ।

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.