ହାଇଦ୍ରାବାଦ: ବେଲ ଏପରି ଏକ ଫଳ, ଯାହା ହିନ୍ଦୁ ଦେବତା ପ୍ରଭୁ ଶିବ ଶଙ୍କରଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ହିନ୍ଦୁମାନଙ୍କ ପାଇଁ ଏହାର ଧାର୍ମିକ ମହତ୍ତ୍ୱ ରହିଛି, ଏହା ବ୍ୟତୀତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ଗ୍ରୀଷ୍ମ ଋତୁରେ ଶରୀରରେ ଜଳୀୟ ଅଂଶର ଅଭାବକୁ ପୂରଣ କରିବା ପାଇଁ ଫଳ ଖାଇବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥି ସହିତ, ଏହି ଋତୁରେ ଫଳ ରସ ପିଇବା ମଧ୍ୟ ବହୁତ ଲାଭଦାୟକ ପ୍ରମାଣିତ ହୁଏ । ତେବେ ବେଲ ହେଉଛି ଏପରି ଏକ ଫଳ ଯାହା ପେଟକୁ ଅତ୍ୟନ୍ତ ଥଣ୍ଡା ରଖିଥାଏ । ଏହାର ରସରେ ଅତି ଚମତ୍କାରୀ ଗୁଣ ମଧ୍ୟ ଅଛି । ଏହା କେବଳ ଗ୍ରୀଷ୍ମ ଋତୁରେ ହିଁ ଫଳିଥାଏ ।
ବେଲର ଉପକାରିତା
ବେଲରେ ଟେନିନ, କ୍ୟାଲସିୟମ, ଫସଫରସ, ଫାଇବର, ପ୍ରୋଟିନ ଏବଂ ଆଇରନ ପରି ପୋଷକ ତତ୍ତ୍ୱ ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ବେଲ ଫଳ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ, ବବାସୀର ଏବଂ ଡାଇରିଆ ଭଳି ସମସ୍ୟା ଦୂର ହୋଇଥାଏ ।
ବେଲରେ ଆଣ୍ଟି-ଫଙ୍ଗଲ, ଆଣ୍ଟି-ପୈରାସାଇଟ ଗୁଣ ଅଛି ଯାହା ହଜମ ପାଇଁ ଲାଭଦାୟକ ଅଟେ । ସେହିପରି, ବେଲରେ ଲେକ୍ସିଟିଭ ଗୁଣ ମଧ୍ୟ ମିଳିଥାଏ । ଏହା ବ୍ୟତୀତ କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା ଭଳି ସମସ୍ୟା ଦୂର ହୋଇଥାଏ ।
ଭିଟାମିନ ସି ଅଭାବ ହେତୁ ଲୋକମାନେ ସ୍କର୍ଭି ରୋଗରେ ପୀଡିତ ହୋଇଥାନ୍ତି । ଏହି କାରଣରୁ ହଜମ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୁଏ । ବେଲରେ ଭିଟାମିନ ସି ର ପରିମାଣ ଭରପୁର ମାତ୍ରାରେ ରହିଛି । ବେଲ ପଣା ପିଇବା ଦ୍ୱାରା ଶରୀରକୁ ଭିଟାମିନ ସି ପୂର୍ଣ୍ଣ ମାତ୍ରାରେ ମିଳିଥାଏ । ଆଉ ଏହି ଉପରୋକ୍ତ ରୋଗରୁ ମୁକ୍ତି ମିଳିଥାଏ ।
ବେଲରେ ବିଟା-କୈରୋଟିନ ମାତ୍ରା ମିଳିଥାଏ । ଏହା ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଥିମାଇନ ଏବଂ ରାଇବୋଫ୍ଲାଭିନ ପରି ଭିଟାମିନ ମଧ୍ୟ ମିଳିଥାଏ । ଏହି ଭିଟାମିନ ଯକୃତ ପାଇଁ ମଧ୍ୟ ଲାଭଦାୟକ ଅଟେ ।
ଏଥିରେ ଅନେକ ପୋଷକ ତତ୍ତ୍ୱ ଥାଏ । ଏହି ପୋଷକ ତତ୍ତ୍ୱ ସାହାଯ୍ୟରେ କିଡନୀକୁ ଡିଟାକ୍ସିଫାଇ କରି ମଇଳା ବାହାର କରାଯାଇପାରିବ । ଏପରି ପରିସ୍ଥିତିରେ କିଡନୀ ପାଇଁ ବେଲ ଖାଇବା ମଧ୍ୟ ବହୁତ ଉପଯୋଗୀ ।
ପ୍ରସ୍ତୁତି ପ୍ରଣାଳୀ
ବେଲ ପଣା ପ୍ରସ୍ତୁତ କରିବା ସମୟରେ ଆପଣ ସେଥିରେ ଚିନି, ଗୋଲ ମରିଚ, ପାଚିଲା କଦଳୀ, ଛେନା, ନଡିଆ ଆଦି ପକେଇପାରିବେ । ଏହାଦ୍ବାରା ବେଲ ପଣାର ସ୍ବାଦ ଚାରି ଗୁଣା ବଢିଯାଇଯାଏ ।