ETV Bharat / lifestyle

ନିର୍ଦ୍ଦିଷ୍ଟ ବ୍ୟବଧାନରେ କରନ୍ତୁ ଡିନର ଓ ବ୍ରେକଫାଷ୍ଟ, କମାନ୍ତୁ ଓଜନ - ବ୍ରେକଫାଷ୍ଟ

ନିକଟରେ ହାଭାର୍ଡ ୟୁନିଭର୍ସିଟିରେ ହୋଇଥିବା ଏକ ସର୍ଭେରୁ ଜଣା ପଡିଛି କି ଯଦି ଆପଣ ଠିକ୍‌ ସମୟରେ ଖାଦ୍ୟ ଗ୍ରହଣ ନକରୁଛନ୍ତି ତେବେ ଏହା ଆପଣଙ୍କ ଡାଏଟ ଗୋଲକୁ କେବେ ପୂରଣ କରିପାରିବ ନାହିଁ ।

ପ୍ରତୀକାତ୍ମକ ଫଟୋ
author img

By

Published : May 28, 2019, 3:08 PM IST

ନୂଆଦିଲ୍ଲୀ: ଓଜନ କମାଇବା ବର୍ତ୍ତମାନ ଯୁବପିଢୀ ପାଇଁ ପାଲଟିଛି ଏକ ନୂଆ ଟ୍ରେଣ୍ଡ । ତେବେ ଏଥିପାଇଁ ଯାହା ପ୍ରତି ଯୁବପିଢୀ ବିଶେଷ ଧ୍ୟାନ ଦେବା ଦରକାର ସେ ହେଉଛି ଖାଦ୍ୟ ସମୟ ମଧ୍ୟରେ ବ୍ୟବଧାନ । ଜଣେ ବ୍ୟକ୍ତିର ତିନି ସମୟର ମୁଖ୍ୟ ଖାଦ୍ୟ ଗ୍ରହଣ ସମୟ ମଧ୍ୟରେ କେତେ ବ୍ୟବଧାନ ରହିବା ଦରକାର ସେଥିପ୍ରତି ସମସ୍ତେ ସଜାଗ ରହିବା ଦରକାର ।

ଏହା ନା ଯେ କେବଳ ଶରୀର ସୁସ୍ଥ ରଖେ ବରଂ ଏହା ଏକ ସୁସ୍ଥ ଲାଇଫ ଷ୍ଟାଇଲ ବଞ୍ଚିବାରେ ମଧ୍ୟ ସାହାଯ୍ୟ କରିଥାଏ । ନିକଟରେ ହାଭାର୍ଡ ୟୁନିଭର୍ସିଟିରେ ହୋଇଥିବା ଏକ ସର୍ଭେରୁ ଜଣା ପଡିଛି କି ଯଦି ଆପଣ ଠିକ୍‌ ସମୟରେ ଖାଦ୍ୟ ଗ୍ରହଣ ନକରୁଛନ୍ତି ତେବେ ଏହା ଆପଣଙ୍କ ଡାଏଟ ଗୋଲକୁ କେବେ ପୂରଣ କରିପାରିବ ନାହିଁ ।

ସାଧାରଣତଃ ଖାଦ୍ୟ ସମ୍ପୂର୍ଣ୍ଣ ରୂପେ ହଜମ ହେବା ପାଇଁ 3ରୁ 4 ଘଣ୍ଟା ସମୟ ଲାଗିଥାଏ । ତେଣୁ ଆପଣଙ୍କ ବ୍ରେକଫାଷ୍ଟ-ଲଞ୍ଚ ଓ ଲଞ୍ଚ-ଡିନର ମଧ୍ୟରେ ଅଧିକରୁ ଅଧିକ 4 ଘଣ୍ଟାର ବ୍ୟବଧାନ ରହିବା ଦରକାର । 4 ଘଣ୍ଟାରୁ ଅଧିକ ବ୍ୟବଧାନ ହେଲେ ଏହା ଏସିଡିଟି ଭଳି ସମସ୍ୟା ସୃଷ୍ଟି କରିଥାଏ । ତେବେ ଡିନର ଓ ବ୍ରେକଫାଷ୍ଟ ମଧ୍ୟରେ 12 ରୁ 14 ଘଣ୍ଟାର ଫାଷ୍ଟିଂ ପିରିୟଡ ରହିବା ଦରକାର । କିନ୍ତୁ ଏହି ସମୟ 12ରୁ 14 ଘଣ୍ଟା ମଧ୍ୟରେ ସୀମିତ ରହିବା ଦରକାର । ଏହାଠାରୁ ଅଧିକ ସମୟ ବିଭିନ୍ନ ପ୍ରକାର ଶାରିରୀକ ସମସ୍ୟା ସୃଷ୍ଟି କରିଥାଏ ।

ଯଦି ଏହି ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଆପଣ ଦୈନିକ ଖାଦ୍ୟ ଗ୍ରହଣ କରନ୍ତି ତେବେ ଏହା ଓଜନ କମାଇବାରେ ସାହାଯ୍ୟ କରିବା ସହ ପେଟ ଯନ୍ତ୍ରଣା ଓ ଗ୍ୟାସ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ସେହିପରି ଡିନର ଓ ବ୍ରେକଫାଷ୍ଟ ମଧ୍ୟରେ 12 ଘଣ୍ଟାର ବ୍ୟବଧାନ ସଠିକ୍‌ ଭାବେ ଖାଦ୍ୟ ପାଚନ ପାଇଁ ଜରୁରୀ । ଏଥିସହ ସଠିକ୍‌ ସମୟରେ ମଧ୍ୟ ଶୋଇବା ଅଭ୍ୟାସ କରନ୍ତୁ । ଯାହା ପାଚନ କ୍ରିୟାରେ ସହାୟକ ହୋଇଥାଏ ।

ତେବେ କିଛି କଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ବିଳମ୍ବିତ ରାତିରେ ଡିନର କରନ୍ତୁ ନାହିଁ । ଏହା ଓଜନ ବଢାଇଥାଏ । ତେଣୁ ଶୋଇବାର ପ୍ରାୟ ତିନି ଘଣ୍ଟା ପୂର୍ବରୁ ଖାଦ୍ୟ ଗ୍ରହଣ କରିବା ଅଭ୍ୟାସ କରନ୍ତୁ । ଏଥିସହ ସକାଳେ ଉଠିବାର ଅଧଘଣ୍ଟା ପରେ ବ୍ରେକଫାଷ୍ଟ କରନ୍ତୁ । କିନ୍ତୁ ଯଦି ଆପଣ ବ୍ରେକଫାଷ୍ଟ ସ୍କିପ କରୁଛନ୍ତି ତେବେ ସାବଧାନ ହୁଅନ୍ତୁ । ଏହା ଶରୀରରେ ଆବଶ୍ୟକୀୟ ମିନେରାଲ ଓ ଫାଇବରର ଅଭାବ ସୃଷ୍ଟି କରିବା ସହ ବିଭିନ୍ନ ରୋଗ ସୃଷ୍ଟି କରିଥାଏ ।

Intro:Body:

fghfg

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.