ନୂଆଦିଲ୍ଲୀ: ଶୋଇବା ସମୟରେ ମନ ଶାନ୍ତ ରହିବା ନିହାତି ଆବଶ୍ୟକ । ନଚେତ୍ ହଇରାଣ କରିଥାଏ ଅନେକ ଖରାପ ସ୍ବପ୍ନ । ଯାହା ଆପଣଙ୍କୁ ଭୟଭୀତ କରିବା ସହ ବେଳେବେଳେ ଚମକାଇ ଦେଇଥାଏ ମଧ୍ୟ । ତେବେ ପ୍ରତିଟି ଖରାପ ସ୍ବପ୍ନ ପଛରେ ରହିଥାଏ କିଛି କାରଣ । ଯାହାକୁ ବୁଝିପାରିଲେ ହୁଏତ ଆପଣ ବି ଜାଣି ପାରିବେ କି ସ୍ବପ୍ନ ଆଧାରରେ ଆପଣଙ୍କୁ ମିଳୁଛି କେଉଁ ସଙ୍କେତ ।
ସ୍ବପ୍ନରେ ଯଦି ଆପଣ ନିଜର ମରଣ କିମ୍ବା ଆପଣଙ୍କୁ କେହି ପିଛା କରୁଥିବାର ଦେଖୁଛନ୍ତି ତେବେ ଭୟଭୀତ ହୁଅନ୍ତୁ ନାହିଁ । ଏହା ପଛରେ ରହିଛି କିଛି ସିକ୍ରେଟ । ଯାହା ଦୂର କରିବ ଆପଣଙ୍କ ଭୟ । ତେବେ କ’ଣ ଏହି ସବୁ ସିକ୍ରେଟ ଜାଣିବା ପାଇଁ ପଢନ୍ତୁ :
ସ୍ବପ୍ନରେ କେହି ପିଛା କରୁଥିଲେ :
ଯଦି ଆପଣଙ୍କୁ କେହି ପିଛା କରୁଥିବାର କିମ୍ବା ଧାଉଁଥିବାର ସ୍ବପ୍ନ ଦେଖୁଛନ୍ତି, ତେବେ ଏହା ସୂଚାଏ କି ଆପଣଙ୍କ ଜୀବନରେ ଏପରି କେହି ଅଛନ୍ତି ଯାହାଙ୍କଠାରୁ ଆପଣ ନିଜକୁ ଦୂରେଇବାକୁ ଚାହୁଁଛନ୍ତି । କିନ୍ତୁ ବାରମ୍ବାର ସେ ଆପଣଙ୍କ ସାମ୍ନାକୁ ଆସୁଥିବାରୁ ଆପଣଙ୍କ ମନରେ ଚିନ୍ତା ଲାଗିରହୁଛି । ଫଳ ସ୍ବରୂପ ଶୋଇବା ଅବସ୍ଥାରେ ମଧ୍ୟ ଆପଣଙ୍କ ମନ ଚଞ୍ଚଳ ରହିଥାଏ ।
ଏହାକୁ ନେଇ ଏପରି ମଧ୍ୟ କୁହାଯାଇପାରେ କି ଆପଣ ନିଜର ହିଁ କିଛି ଗୁଣକୁ ଯଥା ରାଗ, ଭୟ, ଇର୍ଷା ଆଦିକୁ ନେଇ ଚିନ୍ତାରେ ରହୁଛନ୍ତି । ଯାହାଠାରୁ ଦୂରେଇବାକୁ ଯାଇ ସ୍ବପ୍ନରେ ଆପଣଙ୍କୁ ଏଭଳି ଦେଖାଯାଇଥାଏ ।
ଦାନ୍ତ ଭାଙ୍ଗିବା :
ସ୍ବପ୍ନରେ ଯଦି ଆପଣଙ୍କ ଦାନ୍ତ ଭାଙ୍ଗିବା ଭଳି ଦୃଶ୍ୟ ଆସେ ତେବେ ଆପଣ ନିଜ ଶରୀରକୁ ନେଇ ନାଖୁସ ଥିବା ସ୍ପଷ୍ଟ ହୁଏ । କିମ୍ବା ଅନ୍ୟଙ୍କ ସାମ୍ନାରେ ଆପଣ ନିଜ ଲୁକକୁ ନେଇ ବେଶି ଚିନ୍ତିତ ରହୁଛନ୍ତି । ଫଳସ୍ବରୂପ ସ୍ବପ୍ନରେ ଆପଣଙ୍କ ଶରୀରରେ ପରିବର୍ତ୍ତନ ଆଦି ଦେଖାଯାଇଥାଏ ।
ଅନ୍ୟ ଶବ୍ଦରେ କହିବାକୁ ଗଲେ ରିଜେକ୍ସନକୁ ଭୟର ଏହା ଏକ ଜ୍ବଳନ୍ତ ପ୍ରତିଫଳନ ।
ସର୍ବସମ୍ମୁଖରେ ଉଲଗ୍ନ ହେବା :
ଏଭଳି ସ୍ବପ୍ନ ଶୁଣିବା ପାଇଁ ମଜାଳିଆ ଲାଗିପାରେ କିନ୍ତୁ ଏହା ବାସ୍ତବରେ ଏକ ଚିନ୍ତାର ବିଷୟ । ଏଭଳି ସ୍ବପ୍ନ ଆସିବାର ଅର୍ଥ ହେଉଛି ଅନ୍ୟ କେହି ଆପଣଙ୍କୁ ପରଖିବା କଥାକୁ ନେଇ ଆପଣ ଚିନ୍ତାରେ ଅଛନ୍ତି । କିମ୍ବା ଯଦି ସ୍ବପ୍ନରେ ଆପଣ ଅନ୍ୟ କାହାକୁ ଉଲଗ୍ନ ଅବସ୍ଥାରେ ଦେଖି ଭୟଭୀତ ଥିବା ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ଆପଣ ସେହି ବ୍ୟକ୍ତିଙ୍କ ସମ୍ପର୍କିତ କୌଣସି ଏକ ତଥ୍ୟ ସର୍ବସମ୍ମୁଖରେ ପ୍ରକାଶ କରିବାକୁ ଭୟ କରୁଛନ୍ତି ।
ବିନା ପ୍ରସ୍ତୁତିରେ ପରୀକ୍ଷା ଦେବା :
ପରୀକ୍ଷାରେ ବିଳମ୍ବରେ ପହଞ୍ଚିବା କିମ୍ବା ବିନା ପ୍ରସ୍ତୁତିରେ ପରୀକ୍ଷାରେ ହୀନସ୍ତା ହେବା ଆଦି ସ୍ବପ୍ନ ପ୍ରତି 5 ଜଣରେ ଜଣେ ବ୍ୟକ୍ତି ନିହାତି ଦେଖିଥାଆନ୍ତି । ଏହାର ଅର୍ଥ ହେଉଛି ଜୀବନରେ ପରବର୍ତ୍ତୀ ଷ୍ଟେପରେ ଆପଣ ବିଫଳ ହେବାର ଭୟ ଆପଣଙ୍କ ମନରେ ଘର କରି ରହିଛି । ଯାହା ଆପଣ ଆଗକୁ ବଢିବାରେ ଏକ ପ୍ରତିବନ୍ଧକ ସାଜିଛି ।
ଉଚ୍ଚତାରୁ ପଡିଯିବା :
ଏଭଳି ସ୍ବପ୍ନ ଆପଣଙ୍କ ମନରେ ଥିବା ମାତ୍ରାଧିକ ଚିନ୍ତାର ଏକ ପ୍ରତିଫଳନ ମାତ୍ର । ତେବେ ଏପରି ସ୍ବପ୍ନ ପ୍ରାୟ ସମସ୍ତେ ଦେଖିଥାଆନ୍ତି ।
ଯାନବାହନ ବ୍ରେକ ଫେଲ ହେବା :
ଯାନବାହନକୁ ସ୍ବପ୍ନରେ ଦେଖିବାର ଅର୍ଥ ହେଉଛି ଏହା ଜୀବନରେ ବିଭିନ୍ନ ଦିଗକୁ ସୂଚାଇଥାଏ । ତେବେ ଯଦି ସ୍ବପ୍ନରେ ଆପଣ ଗାଡିର ବ୍ରେକ ଫେଲ ହେଉଥିବା ଦେଖୁଛନ୍ତି, ଏହାର ଅର୍ଥ ହେଉଛି ଆପଣଙ୍କୁ ନିଜ ଜୀବନର ଗତି ପଥ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ସହଜ ଶବ୍ଦରେ କହିଲେ ଆପଣଙ୍କୁ ନିଜକୁ ଚେକ୍ କରିବାର ସମୟ ଆସିଛି ବୋଲି ଏହା ଏକ ସଙ୍କେତ ।
ଜରୁରୀ ଇଭେଣ୍ଟ ଭୁଲିଯିବା :
ଏଭଳି ସ୍ବପ୍ନର ଅର୍ଥ ହେଉଛି ମାତ୍ରାଧିକ ଆଶା, ଯାହା ଆପଣ କେବେ ପୂରା କରିପାରିବେ ନାହିଁ । ତେଣୁ ଏହି ସ୍ବପ୍ନ ଦେଖିବା ପରେ ଆପଣଙ୍କୁ ଅଧିକ ଆଶାରେ ନବଞ୍ଚି ନିଜ ଆଶାକୁ ସୀମିତ କରିବାକୁ ପଡିଥାଏ ।