ହାଇଦ୍ରାବାଦ: ସୁମଠ ଏବଂ ସୁସ୍ଥ ଶରୀର କାହାକୁ ବା ପସନ୍ଦ ନୁହେଁ । କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଶରୀର ପତଳା ହୋଇଥାଏ ମାତ୍ର ସେମାନଙ୍କ ମୁହଁରେ ଅଧିକ ଚର୍ବି ରହିଥାଏ । ଯେଉଁକାରଣରୁ ସେମାନେ ମଧ୍ୟ ମୋଟା ଦେଖାଯାଆନ୍ତି । ଆଜି ଆମେ ଆପଣଙ୍କୁ କହିବୁ କିପରି ଭାବରେ ଆପଣ ମୁହଁର ଏହି ଚର୍ବିକୁ ଅତି ସହଜରେ ବାହାର କରିପାରିବେ ।
ଯଦି ଆପଣଙ୍କ ମୁହଁର ଆଖପାଖରେ ଗାଲ କିମ୍ବା ଥୋବୋଣିରେ ଅଧିକ ଚର୍ବି ହୋଇଯାଇଛି ତେବେ ଆପଣ କାର୍ଡିୟୋ ବ୍ୟାୟାମ କରନ୍ତୁ । ଯେଉଁଥିରେ ଦୌଡିବା, ସାଇକେଲ ଚଲାଇବା, ଡ୍ୟାନ୍ସ କରିବା ସାମିଲ ରହିଛି ।
ଏସବୁ ସହ ଆପଣ ମୁହଁର ମଧ୍ୟ ଏକ୍ସରସାଇଜ କରିପାରିବେ । ଯଦି ଆପଣଙ୍କ ଶରୀର ପତଳା ମାତ୍ର ମୁହଁରେ ଚର୍ବି ରହିଛି ଯେବେ ଆପଣ ଜଙ୍କ ଫୁଡକୁ ଅଣଦେଖା କରନ୍ତୁ । ଏହାସହ ଆପଣ ନିଜ ଖାଦ୍ୟରେ ଲୁଣର ବ୍ୟବହାର କମ୍ କରନ୍ତୁ ।
ଏହାସହ ପ୍ରଚୁର ପରିମାଣରେ ବିଶ୍ରାମ କରନ୍ତୁ । କାରଣ ରାତି ଅନିଦ୍ରା ମୋଟାପାର ମୁଖ୍ୟ କାରଣ ହୋଇଥାଏ ।
ଏହାସହ ଆପଣ ଚୁଇଁଗମ ଚୋବାଇ ପାରିବେ । ଏହାମଧ୍ୟ ଏକପ୍ରକାର ଅଭ୍ୟାସ ହୋଇଥାଏ ।