ETV Bharat / lifestyle

ଦୃଷ୍ଟିଦୋଷକୁ ନେଇ ଦୂରାନ୍ତୁ ଏହି 5 ଅନ୍ଧବିଶ୍ବାସ

author img

By

Published : Jul 3, 2019, 6:11 AM IST

ଆଜିକାଲି କମ୍‌ ବୟସରୁ ହିଁ ଅଧିକାଂଶ ଲୋକଙ୍କ ଆଖିରେ ଦେଖାଦେଉଛି ସମସ୍ୟା । କାହାକୁ ଦୃଷ୍ଟି ହୀନତା ତ ଆଉ କାହାର ବିଭିନ୍ନ ଚକ୍ଷୁଜନିତ ସମସ୍ୟା ସାମନାକୁ ଆସୁଛି । କିଏ କୁହେ ଅନ୍ଧାରରେ ଫୋନ ବ୍ୟବହାର କରିବା ଦ୍ବାରା ଆଖି ଉପରେ ପ୍ରଭାବ ପଡିଥାଏ । ତ କିଏ ପୁଣି କୁହେ ଏହି ଖାଦ୍ୟ କି ଫଳ ଖାଇଲେ ଦୃଷ୍ଟିଶକ୍ତି ବଢିଥାଏ । ହେଲେ ଏହାର ଅସଲ କାରଣ କଣ ଆସନ୍ତୁ ଜାଣିବା ।

ପ୍ରତିକାତ୍ମକ ଫଟୋ

ହାଇଦ୍ରାବାଦ: ସମୟକ୍ରମେ ବଢିବାରେ ଲାଗିଛି ଶରୀର ଅସୁସ୍ଥତା । ବିଭିନ୍ନ ପ୍ରକାର ରୋଗର ବଶବର୍ତ୍ତୀ ହେବାରେ ଲାଗିଛି ମଣିଷ । ଯେଉଁଥିରୁ ଏକ ମୁଖ୍ୟ ଏବଂ ଅଧିକାଂଶ ଲୋକଙ୍କ ପାଖରେ ଦେଖାଦେଉଛି ଦୃଷ୍ଟିଦୋଷ । ଫଳରେ କମ୍‌ ବୟସରୁ ହିଁ ଅଧିକାଂଶ ଆଖିରେ ଦେଖାଦେଉଛି ସମସ୍ୟା ଏବଂ କ୍ଷୀଣ ହେବାରେ ଲାଗୁଛି ଦୃଷ୍ଟିଶକ୍ତି ।

ଏହାର ପ୍ରତିକାର ପାଇଁ ବିଭିନ୍ନ ଆଖି ବ୍ୟାୟାମ ସହ ରହିଛି ଡାଏଟ୍‌ ଚାର୍ଟ । ହେଲେ ଏସମସ୍ତ ବ୍ୟତୀତ ମଧ୍ୟ ରହିଛି ଅନେକ ଅନ୍ଧବିଶ୍ବାସ । କିଏ କୁହେ ଅନ୍ଧାରରେ ଫୋନ ବ୍ୟବହାର କରିବା ଦ୍ବାରା ଆଖି ଉପରେ ପ୍ରଭାବ ପଡିଥାଏ । ତ କିଏ ପୁଣି କୁହେ ଏହି ଖାଦ୍ୟ କି ଫଳ ଖାଇଲେ ଦୃଷ୍ଟିଶକ୍ତି ବଢିଥାଏ । ତେବେ ଏହି କଥା ସବୁ କେତେ ଦୂର ସତ ଜାଣନ୍ତୁ:

1- ଅଳ୍ପ ଲାଇଟ ଆଖି ଉପରେ ପକାଏ କୁପ୍ରଭାବ : ଆପଣ ଯେତେବେଳେ ଅଳ୍ପ ଆଲୁଅରେ ପାଠ ପଢନ୍ତି ସେହିସମୟରେ ଆପଣଙ୍କ ଆଖି ଥକିଯାଏ । କିନ୍ତୁ ଆପଣଙ୍କ ଦୃଷ୍ଟି ଶକ୍ତି ଉପରେ କୌଣସି ପ୍ରଭାବ ପଡେନାହିଁ । ଏଠାରେ ଗୋଟେ କଥା ଧ୍ୟାନ ରଖିବା ଉଚିତ ଯେ ଆପଣଙ୍କ ଅଳ୍ପ ଲାଇଟ ସିଧାସଳଖ ଆପଣଙ୍କ ବହି ଉପରେ ପଡିବା ଉଚିତ । କାନ୍ଧ କିମ୍ବା ପିଠିରେ ପଡିଲେ ନିଜର ପ୍ରତିବିମ୍ବ କିମ୍ବା ଛାୟା ଉକ୍ତ ବହିରେ ପଡିବ । ଫଳରେ ବହି ପଢିବାକୁ ଅସୁବିଧା ହେବ ଏବଂ ଆଖି ଥକି ଯିବ ।

2- ଗାଜର ଖାଇଲେ ଦୃଷ୍ଟି ଶକ୍ତି ବଢାଇବ କି ? : ହଁ ଏହା ସତ । ଗାଜର ଖାଇବା ଦ୍ବାରା ଦୃଷ୍ଟିଶକ୍ତି ବଢେ । କାରଣ ଗାଜରରେ ଭିଟାମିନ ‘ଏ’ ଥାଏ । କିନ୍ତୁ ସବୁଜ ପନିପରିବା ଏବଂ ତାଜା ଫଳ ଆଖି ପାଇଁ ବେଶ ଉପଯୁକ୍ତ । ଏହା ଦ୍ବାରା ଦୃଷ୍ଟିଶକ୍ତି ଦୁର୍ବଳ ହେବାର ସମ୍ଭାବନା କମ ଥାଏ ।

3- ସର୍ବଦା ଚସମା କିମ୍ବା ଲେନ୍ସ ପିନ୍ଧିବା କେତେ ଦୂର ଠିକ : ଯଦି ଆପଣଙ୍କ ଆଖି ଡାକ୍ତର ଆପଣଙ୍କୁ ପଢିବା ପାଇଁ ଚସମା ବ୍ୟବାହାର କରିବାକୁ କୁହନ୍ତି ତେବେ ଆପଣ ବ୍ୟବାହାର କରିପାରିବେ । କିନ୍ତୁ ବିନା ଚସମାରେ ଯଦି ଆପଣ ପଢୁଥାନ୍ତି ତେବେ ଆପଣଙ୍କ ଖୁବ ଶୀଘ୍ର ଥକି ଯିବ ଏବଂ ଆଖିରେ ବହୁତ ଚାପ ପଡିବ । ଚସମା ବ୍ୟବହାର କରନ୍ତୁ ଏହାଦ୍ବାରା ଦୃଷ୍ଟିଶକ୍ତି ଦୁର୍ବଳ ହେବ ନାହିଁ ।

4- କମ୍ପ୍ୟୁଟର ସାମନାରେ ସର୍ବଦା ବସିଲେ ପକାଏ କୁପ୍ରଭାବ : କମ୍ପ୍ୟୁଟର ସାମନାରେ ଲଗାତାର ବସିଲେ ଆପଣଙ୍କ ଚକ୍ଷୁ ଦୁର୍ବଳ ହୋଇଯିବ । କିନ୍ତୁ ଦୃଷ୍ଟିଶକ୍ତିରେ କୌଣସି ପ୍ରଭାବ ପକାଇବ ନାହିଁ । କିନ୍ତୁ ଏଠାରେ ଧ୍ୟାନ ରଖିବା ଉଚିତ ଯେ ଆପଣ ଲଗାତାର କମ୍ପ୍ୟୁଟରକୁ ଦେଖନ୍ତୁ ନାହିଁ । ପ୍ରତି 2-3 ଘଣ୍ଟା ପରେ ପେର 10-15 ମିନିଟ ଅଖିକୁ ବିଶ୍ରାମ ଦେବା ଉଚିତ ।

5- ଆଖି ଡଳାକୁ ବୁଲେଇବା କିମ୍ବା ଡଳା ସହାଯ୍ୟରେ ଖେଳିଲେ ଆପଣଙ୍କ ଦୃଷ୍ଟିଶକ୍ତିରେ କୌଣସି କୁପ୍ରଭାବ ପଡିବ ନାହିଁ ।

Intro:Body:

For testing

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.