ହାଇଦ୍ରାବାଦ: ସୋମବାର Motorola ଭାରତରେ ଲଞ୍ଚ କଲା Moto G9 ସ୍ମାର୍ଟଫୋନ । ଏହି ସ୍ମାର୍ଟଫୋନ ଦୁଇଟି ରଙ୍ଗରେ ଉପଲବ୍ଧ ହେବ। ଗୋଟିଏ ଫରେଷ୍ଟ ଗ୍ରୀନ ରହିଥିବାବେଳେ, ଅନ୍ୟଟି ସଫାୟାର ବ୍ଲୁ ରହିଛି । ଏହା ଇ-କମର୍ସ ୱେବସାଇଟ ଫ୍ଲିପକାର୍ଟରୁ କିଣାଯାଇପାରିବ। ଅଗଷ୍ଟ 31ରେ ଏହାର ବିକ୍ରି ଆରମ୍ଭ ହେବ ।
Moto G9 ର ମୂଲ୍ୟ ହେଉଛି 11,499 ଟଙ୍କା । ଏହି ମୂଲ୍ୟରେ ଆପଣ 4GB RAM ଏବଂ 64GB ଷ୍ଟୋରେଜ ଭାରିଆଣ୍ଟ ପାଇବେ। ଏହି ସ୍ମାର୍ଟଫୋନରେ 5000 mAh ବ୍ୟାଟେରୀ ସହିତ ଫାଷ୍ଟ ଚାର୍ଜିଂର ସପୋର୍ଟ ରହିଛି ।
Moto G9ର ସ୍ପେସିଫିକେସନ ଏବଂ ଫିଚର ଗୁଡିକ ବିଷୟରେ କହିବାକୁ ଗଲେ, ଏହି ଫୋନରେ 6.5 ଇଞ୍ଚର HD ପ୍ଲସ ଡିସପ୍ଲେ ଅଛି । ସ୍କ୍ରୀନ ଠାରୁ ବଡିର ରେସିଓ 20: 9 ରହିଛି । ଏହି ଫୋନ ଆଣ୍ଡ୍ରଏଡ 10ରେ ଚାଲିଥାଏ ଏବଂ ଏଥିରେ 4GB RAM ଅଛି ।
Moto G9 ରେ କ୍ୱାଲକମ ସ୍ନାପଡ୍ରାଗନ 662 ପ୍ରୋସେସର ଦିଆଯାଇଛି । ଫଟୋଗ୍ରାଫି ପାଇଁ, ଏହି ଫୋନରେ 48 ମେଗାପିକ୍ସେଲର ପ୍ରାଇମେରୀ ରିୟର କ୍ୟାମେରା ଅଛି । ଫୋନରେ ଏକ ଟ୍ରିପଲ ରିୟର କ୍ୟାମେରା ମଡ୍ୟୁଲ ରହିଛି ।
ଦ୍ୱିତୀୟ ଲେନ୍ସ 2 ମେଗାପିକ୍ସେଲର ଅଟେ ଯାହା ଗଭୀରତା ସେନ୍ସିଂ ପାଇଁ, ସମାନ ଭାବରେ ତୃତୀୟ ଲେନ୍ସ 2 ମେଗାପିକ୍ସେଲର, ଏହା ଏକ ମାକ୍ରୋ ଲେନ୍ସ । ସେଲଫି ପାଇଁ 8 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।
ଏହି ସ୍ମାର୍ଟଫୋନର ଇଣ୍ଟରନାଲ ଷ୍ଟୋରେଜ ହେଉଛି 64 GB ଯାହା ମାଇକ୍ରୋ SD କାର୍ଡ ମାଧ୍ୟମରେ ବୃଦ୍ଧି କରାଯାଇପାରିବ। ଫୋନରେ କନେକ୍ଟିଭିଟି ପାଇଁ ୟୁଏନବି ଟାଇପ ସି, ୱାଇଫାଇ, ବ୍ଲୁଟୁଥ ଏବଂ ହେଡଫୋନ ଭଳି ଷ୍ଚାଣ୍ଡାର୍ଡ ଫିଚର ପ୍ରଦାନ କରାଯାଇଛି । ଫୋନର ରିୟର ଫିଙ୍ଗର ପ୍ରିଣ୍ଟ ସ୍କାନର ଅଛି।
Moto G9ରେ 5000mAh ବ୍ୟାଟେରୀ ଅଛି ଏବଂ 20W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । କମ୍ପାନୀ ଦାବି କରିଛି ଯେ, ଏହାର ବ୍ୟାଟେରୀ ଗୋଟିଏ ଚାର୍ଜରେ ଦୁଇ ଦିନର ବ୍ୟାକଅପ ଦେଇପାରେ।