ETV Bharat / lifestyle

ଭାରତରେ ଲଞ୍ଚ ହେଲା Oppo A52ର 8GB RAM ଭାରିଆଣ୍ଟ - Oppo

Oppo ଏହାର ପପୁଲାର ସ୍ମାର୍ଟଫୋନ A52 କୁ 8GB RAM ଭାରିଆଣ୍ଟରେ ଲଞ୍ଚ କରିଛି। Oppo A52 ର 8GB RAM ଭାରିଆଣ୍ଟ Amazon Prime Day Sale 2020ରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି । ଅଧିକ ପଢନ୍ତୁ...

Oppo A52ର 8GB RAM ଭାରିଅଣ୍ଟ ଭାରତରେ ହେଲା ଲଞ୍ଚ

author img

By

Published : Aug 9, 2020, 6:59 AM IST

ହାଇଦ୍ରାବାଦ: ଚୀନ ର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Oppo ଏହାର ପପୁଲାର ସ୍ମାର୍ଟଫୋନ A52 କୁ 8GB RAM ଭାରିଆଣ୍ଟରେ ଲଞ୍ଚ କରିଛି। ଏହାପୂର୍ବରୁ ଚଳିତ ବର୍ଷ ଜୁନ ମାସରେ କମ୍ପାନୀ 6GB RAM ସହିତ ଏହି ଫୋନ ଲଞ୍ଚ କରିଥିଲା। Oppo A52 ର 8GB RAM ଭାରିଆଣ୍ଟ Amazon Prime Day Sale 2020ରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି । ଆସନ୍ତୁ ଜାଣିବା ଏହି ଫୋନର ଫିଚର ବିଷୟରେ ।

ଦର ଏବଂ ଅଫର

ଏହାର ଦର ବିଷୟରେ କହିବାକୁ ଗଲେ, Oppo A52 ର 8GB RAM ଭାରିଆଣ୍ଟର ମୂଲ୍ୟ 18,990 ଟଙ୍କା ଥିବାବେଳେ ଏହାର 6GB RAM ଭାରିଆଣ୍ଟର ମୂଲ୍ୟ 16,990 ଟଙ୍କା ରହିଛି । ତେବେ ଫୋନ ମୂଲ୍ୟରେ 2000 ଟଙ୍କାର ପାର୍ଥକ୍ୟ ଅଛି । ଏହି ଦୁଇଟି ଫୋନ ଷ୍ଟ୍ରିମ ହ୍ବାଇଟ ଏବଂ ଟ୍ବିବଲାଇଟ ବ୍ଲାଙ୍କ ରଙ୍ଗରେ ଉପଲବ୍ଧ । Oppo A52 ଉପରେ କିଛି ଅଫର ମଧ୍ୟ ଦିଆଯାଉଛି । ବିନା ମୂଲ୍ୟରେ EMI ସହିତ ଏହି ଫୋନ ଆମାଜନରୁ କ୍ରୟ କରାଯାଇପାରିବ । ଏହା ବ୍ୟତୀତ ଏକସେଞ୍ଜ ଅଫରଗୁଡ଼ିକର ମଧ୍ୟ ଲାଭ ଉଠାଯାଇପାରିବ । HDFC ବ୍ୟାଙ୍କ କାର୍ଡ ଗ୍ରାହକମାନେ ମଧ୍ୟ ଏହି ଫୋନ କ୍ରୟ ଉପରେ ତୁରନ୍ତ 10 ପ୍ରତିଶତ ଡିସକାଉଣ୍ଟ ମଧ୍ୟ ପାଇପାରିବେ ।

ଡିସପ୍ଲେ ଓ ପ୍ରୋସେସର

Oppo A52ରେ 6.52 ଇଞ୍ଚ ଫୁଲ HD ପ୍ଲସ ଡିସପ୍ଲେ ରହିଛି । କାର୍ଯ୍ୟଦକ୍ଷତା ପାଇଁ, ଏହି ଫୋନରେ କ୍ୱାଲକମ ସ୍ନାପଡ୍ରାଗନ 665 ପ୍ରୋସେସର ରହିଛି । ଏହି ଫୋନ ଆଣ୍ଡ୍ରଏଡ 10ରେ କାମ କରିଥାଏ । ପାଓ୍ବାର ପାଇଁ, 18W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ଏହାର 5000mAh ବ୍ୟାଟେରୀ ରହଛି ।

କ୍ୟାମେରା

ଫଟୋଗ୍ରାଫି ପାଇଁ, ଏହାର ପଛରେ ଏକ କ୍ୱାଡ ରିୟର କ୍ୟାମେରା ସେଟଅପ ରହିଛି, ଯେଉଁଥିରେ 12MP ପ୍ରାଇମେରୀ କ୍ୟାମେରା, 8MP ଅଲ୍ଟ୍ରାୱାଇଡ ଆଙ୍ଗେଲ କ୍ୟାମେରା, 2MP ଅନ୍ୟ ଦୁଇଟି ଲେନ୍ସ ଉପଲବ୍ଧ। ସମାନ ଫୋନରେ ସେଲଫି ପାଇଁ 8MP ଫ୍ରଣ୍ଟ କ୍ୟାମେରା ରହିଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.