ବେଜିଙ୍ଗ: ଗତ କିଛି ବର୍ଷ ମଧ୍ୟରେ ଭାରତ ବଜାରରେ ବେଶ ଆଦୃତ ଲାଭ କରିଛି OnePlus କମ୍ପାନୀର ସ୍ମାର୍ଟଫୋନ । ଏହାର କ୍ୟାମେରାର କଏଦ କରୁଥିବା ଆକର୍ଷଣୀୟ ଫଟୋ ପାଇଁ ଅଧିକାଂଶ ଯୁବପିଢି ଏହି କମ୍ପାନୀର ମୋବାଇଲ କିଣୁଥିବା ମଧ୍ୟ ନଜର ଆସୁଛି । ଭାରତୀୟ ବଜାରରେ ଚାହିଦା ବଢୁଥିବା ବେଳେ ଏବେ ଏହି ଚାଇନା କମ୍ପାନୀ ଆଉ ଏକ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ଯାହାର ମୂଲ୍ୟ ୨୦ ହଜାର ତଳେ ରହିବ ବୋଲି ଜଣାପଡ଼ିଛି ।
ଏଯାବତ୍ OnePlusର କୌଣସି ମୋବାଇଲ ଭାରତରେ ୨୦ ହଜାର ଟଙ୍କା ତଳେ ବିକ୍ରି ହୋଇନାହିଁ । ଏହି ମୋବାଇଲଟି ଚଳିତ ବର୍ଷ ଶେଷ ସୁଦ୍ଧା ଭାରତୀୟ ବଜାରରେ ପ୍ରବେଶ କରିବ ବୋଲି ଶୁଣିବାକୁ ମିଳୁଛି । ସେପଟେ ଏହି କମ୍ପାନୀର ଆଉ ଏକ ଫୋନ Nord 2 CE ଚଳିତ ଫେବୃଆରୀରରେ ଲଞ୍ଚ ହେବ । ୨୦ ହଜାର ତଳେ ରହିଥିବା ମୋବାଇଲ ଫିଚର ମଧ୍ୟ ଭଲ ରହିଛି । ଏଥିରେ ୯୦ Hz AMOLED ଡିସପ୍ଲେ ରହିଥିବା ବେଳେ Rear camera(ବ୍ୟାକ୍ କ୍ୟାମେରା) ୫୦MP ରହିଛି ।
ଏହି ମୋବାଇଲଟି ଲଞ୍ଚ ହେବା ପରେ ଏହା ଅଧିକ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଇଛି । କାରଣ ଏହାର ମୂଲ୍ୟ କମ୍ ରହିଥିବା ବେଳେ ଫିଚର ମଧ୍ୟ ଭଲ ରହିଛି । ଭାରତରେ Nord 3 ଲଞ୍ଚ ପରେ ଏହି ସ୍ମାର୍ଟଫୋନର ବଜାର ପ୍ରବେଶ ହେବ ବୋଲି ଜଣାପଡ଼ିଛି । OnePlus ୨୦୨୦ ମସିହା ଜୁଲାଇରେ ପ୍ରଥମ Nord model ଲଞ୍ଚ କରିଥିଲା । ଏହା କମ ମୂଲ୍ୟରେ ଗ୍ରାହକଙ୍କୁ ଭଲ ଫିଚର ଥିବା ମୋବାଇଲ ଭେଟିବା ପାଇଁ ଲକ୍ଷ୍ୟ ରଖିଛି ।
@ANI