ନୂଆଦିଲ୍ଲୀ: ଚାଇନାର ସ୍ମାର୍ଟଫୋନ୍ ନିର୍ମାତା OPPO ଭାରତରେ ଟ୍ରିପଲ୍ ରେୟାର କ୍ୟାମେରା ଏବଂ 90Hz ଡିସପ୍ଲେ ସହିତ ଏକ ନୂତନ ସ୍ମାର୍ଟଫୋନ୍ A53 ଭାରତରେ ଲଞ୍ଚ କରିଛି । ଏହାର ମୂଲ୍ୟ 12,990 ଟଙ୍କା ଠାରୁ ଆରମ୍ଭ ।
ଉପଭୋକ୍ତାମାନଙ୍କୁ ଶୀଘ୍ର ଏବଂ ସ୍ମୁଦର ଅନୁଭୂତି ଦେବା ପାଇଁ ଡିଜାଇନ୍ ହୋଇଥିବା ସ୍ମାର୍ଟଫୋନ୍ OPPO A 53 ର ଫିଚର ବିଷୟରେ OPPO ଟ୍ୱିଟ୍ କରିଛି ।
- ଅଗଷ୍ଟ 25 ରୁ ଏହି ସ୍ମାର୍ଟ ଫୋନ ବିକ୍ରି କରିବା ଆରମ୍ଭ ହେବ
- 12,990 ଟଙ୍କା ମୂଲ୍ୟର ଏହି ଫୋନରେ ଷ୍ଟୋରେଜରେ GB+64GB ଉପଲବ୍ଧ ରହିଛି
- 6GB+128GB ଭେରିଏଣ୍ଟ ଥିବା ଫୋନର ମୂଲ୍ୟ 15,490 ଟଙ୍କା
- ଏହାର 3ଟି ରଙ୍ଗରେ ଉପଲବ୍ଧ- ଇଲେକ୍ଟ୍ରି ବ୍ଲାକ ବା କଳା, ଫୈରୀ ହ୍ବାଇଟ ବା ଧଳା, ଫ୍ୟାନ୍ସି ବ୍ଲୁ ବା ନୀଳ
- 6.5 ଇଞ୍ଚ ପଞ୍ଚ ହୋଲ-ଡିସପ୍ଲେ
- 5000mAh ବ୍ୟାଟେରୀ
- 18W ଫାଷ୍ଟ ଚାର୍ଜିଂ
- 6.5 ଇଞ୍ଚ HD+ ଡିସପ୍ଲେ ସାଙ୍ଗକୁ 1600x720 ପିକ୍ସେଲ ରିଜଲ୍ୟୁସନ ଏବଂ 20:9 ଆସପେକ୍ଟ ରେସିଓ
- ଅକ୍ଟା-କୋର କ୍ବାଲକମ ସ୍ନାପଡ୍ରାଗନ 460 ପ୍ରସେସର
କମ୍ପାନୀ କହିଛି ଯେ ଗ୍ରାହକମାନେ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡରେ 5 ପ୍ରତିଶତ କ୍ୟାସବ୍ୟାକ୍ ପାଇପାରିବେ । 6 ମାସ ପର୍ଯ୍ୟନ୍ତ ନୋ-କଷ୍ଟ ଇଏମଆଇ ବିକଳ୍ପ ସହିତ ଜିରୋ ଡାଉନ୍ ପେମେଣ୍ଟ ଫାଇନାନ୍ସ ସ୍କିମ୍ ସହିତ ଗ୍ରାହକମାନେ ଏହାକୁ କିଣିପାରିବେ ।