ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଭାରତୀୟ ବଜାରରେ ମିଳବ ଗୁଗୁଲର ନୂଆ ସ୍ମାର୍ଟଫୋନ ‘ପିକ୍ସଲ 4 ଏ’। ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟରେ ଏହି ଉପଲବ୍ଧ ହେବ । ଭାରତୀୟ ମାର୍କେଟରେ ଲଞ୍ଚର କେଇ ଦିନ ପୂର୍ବରୁ ଫୋନର ଦାମ ଘୋଷଣା କରିବ ବୋଲି ଗୁଗୁଲ କହିଛି ।
ବର୍ତ୍ତମାନ ଏହା ଆମେରିକାର ଗୁଗୁଲ୍ ଷ୍ଟୋର୍ ଏବଂ ଗୁଗୁଲ୍ ଫାଇରେ ପ୍ରି ଅର୍ଡର ପାଇଁ ଉପଲବ୍ଧ ଅଛି । ଏହା ଅଗଷ୍ଟ 20 ରେ ଗ୍ରାହକଙ୍କ ପାଇଁ ଗୁଗୁଲ୍ ଷ୍ଟୋର୍ , ବେଷ୍ଟ ବାଏ .କମ, ଆମାଜନ ଏବଂ ଅନ୍ୟାନ ୟୁଏସ କ୍ୟାକିଅର , ଯେପରିକି ଗୁଗୁଲ୍ ଫାଇ, ୟୁଏସ ସେଲୁଲାର୍ ଏବଂ ଭେରିଜନରେ ମାଧ୍ୟମରେ ମିଳିବ । ଏ ନେଇ କମ୍ପାନୀ ନିଜ ବିବୃତ୍ତିରେ କହିଛି ।
ତେବେ ଜାଣନ୍ତୁ ଗୁଗୁଲ ପିକ୍ସଲ 4 ଏର ଫିଚର ..
- ଗୁଗୁଲ ‘ପିକ୍ସଲ 4 ଏ’ ରେ 5.8 ଇଞ୍ଚର OLED ଡିସପ୍ଲେ , ଏହା ସାମାନ୍ୟ ବ୍ଲାକ ରଙ୍ଗରେ ଆସିବ ।
- f/ 2.0 ସହ 8 ଏମପି କ୍ୟାମେରା ସେନ୍ସର
- 6 ଜିବି ରାମ ଓ 128 ଜିବି ଇଣ୍ଟରନାଲ ମେମୋରୀ
- କ୍ବାଲକମ ସ୍ନାପଡ୍ରାଗନ 730 ଜି ମୋବାଇଲ ପ୍ରୋସେସର
- 3140 ଏମସଏଏଚ ବ୍ୟାଟେରୀ
- ଡିଭାଇସ ସିକ୍ୟୁରିଟି ପାଇଁ ଟାଇଟନ ଏମ ସିକ୍ୟୁରିଟି ମଡେଲ