ETV Bharat / lifestyle

ହ୍ବାଟ୍ସଆପପ୍ରେମୀ ହୁଅନ୍ତୁ ସାବଧାନ, ଫେବୃୟାରୀ 1ରୁ ବନ୍ଦ ହେବ ସର୍ଭିସ !

author img

By

Published : Jan 20, 2020, 3:53 AM IST

ବର୍ତ୍ତମାନ ସମୟରେ ପ୍ରାୟ ସଭିଙ୍କ ପାଇଁ ଏହା ଏକ ପ୍ରାଇମେରି ମେସେଜିଂ ଆପରେ ପରିଣତ ହୋଇଛି ‘ହ୍ବାଟ୍ସଆପ’ । ହେଲେ ଆସନ୍ତା ଫେବୃଆରୀ 1 ତାରିଖରେ କିଛି ୟୁଜର୍ସଙ୍କ ପାଇଁ ବନ୍ଦ ହୋଇପାରେ ହ୍ବାଟ୍ସଆପ ସର୍ଭିସ । ତେବେ କେଉଁମାନେ ଏହି ତାଲିକାର ଅନ୍ତର୍ଭୁକ୍ତ ପଢନ୍ତୁ ...

whatsapp service to be closed, whatsapp latest news, latest technology news, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ଲାଟେଷ୍ଟ ହ୍ବାଟ୍ସଆପ ନ୍ୟୁଜ୍‌, ବନ୍ଦ ହେବ ହ୍ବାଟ୍ସଆପ ସର୍ଭିସ
ହ୍ବାଟ୍ସଆପପ୍ରେମୀ ହୁଅନ୍ତୁ ସାବଧାନ, ଫେବୃୟାରୀ 1ରୁ ବନ୍ଦ ହେବ ସର୍ଭିସ !

ହାଇଦ୍ରାବାଦ: ଫାଷ୍ଟେଷ୍ଟ ତଥା ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟ୍ସଆପ । ବର୍ତ୍ତମାନ ସମୟରେ ପ୍ରାୟ ସଭିଙ୍କ ପାଇଁ ଏହା ଏକ ପ୍ରାଇମେରି ମେସେଜିଂ ଆପରେ ପରିଣତ ହୋଇଛି କହିଲେ କିଛି ଭୁଲ ହେବ ନାହିଁ । ତେବେ ନୂଆବର୍ଷ ସହ କିଛି ହ୍ବାଟ୍ସଆପ ୟୁଜର୍ସଙ୍କ ପାଇଁ ଆସିଛି ଖରାପ ଖବର । ଆସନ୍ତା ଫେବୃଆରୀ 1 ତାରିଖରେ କିଛି ୟୁଜର୍ସଙ୍କ ପାଇଁ ବନ୍ଦ ହୋଇପାରେ ହ୍ବାଟ୍ସଆପ ସର୍ଭିସ । ତେବେ କେଉଁମାନେ ଏହି ତାଲିକାର ଅନ୍ତର୍ଭୁକ୍ତ ପଢନ୍ତୁ ...

କମ୍ପାନୀ 2019 ବର୍ଷ ଶେଷ ସୁଦ୍ଧା ହିଁ ଏନେଇ ନିଷ୍ପତ୍ତି ନେଇଥିଲା କି 2020 ଆରମ୍ଭରେ କିଛି ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ବନ୍ଦ ହେବ ହ୍ବାଟ୍ସଆପର ସର୍ଭିସ । କିଛି ନିର୍ଦ୍ଧାରିତ ଏଣ୍ଡ୍ରଏଡ ଭର୍ସନ ଓ ଆଇଓଏସ ଭର୍ସନ ପାଇଁ ଏହା କାର୍ଯ୍ୟକାରୀ ହେବା ନେଇ ସୂଚନା ରହିଛି । ଏହାଦ୍ବାରା ୟୁଜର୍ସ ନା ନୂଆ ଆକାଉଣ୍ଟ ଖୋଲିପାରିବେ ନା ନିଜ ପୁରୁଣା ଆକଉଣ୍ଟକୁ ଭେରିଫାଏ କରିପାରିବେ ।

ଏହି ଘୋଷଣା ଅନୁଯାୟୀ ଏଣ୍ଡ୍ରଏଡ ଭର୍ସନ 2.3.7 ଓ ଏହାର ପୁରୁଣା ଭର୍ସନରେ ପ୍ରଥମେ ହ୍ବାଟ୍ସଆପ ବନ୍ଦ ହେବ । ଏଥିସହ ଆଇଓଏସ 8 ଓ ପୁରୁଣା ଭର୍ସନରେ ଚାଲୁଥିବା ଆଇଫୋନ ଗୁଡିକରେ ମଧ୍ୟ ହ୍ବାଟ୍ସଆପ ସର୍ଭିସ ବନ୍ଦ ହେବ । ସେହିପରି ୱିଣ୍ଡୋଜ ୟୁଜର୍ସଙ୍କ ପାଇଁ ମଧ୍ୟ ବର୍ଷ ନୈରାଶ୍ୟଜନକ ରହିବ । କାରଣ ସେମାନଙ୍କ ଫୋନରେ ମଧ୍ୟ ହ୍ବାଟ୍ସଆପ ସର୍ଭିସ ବନ୍ଦ ହୋଇସାରିଛି । 31 ଡିସେମ୍ବର, 2019ରୁ ଏହି ସର୍ଭିସକୁ ବନ୍ଦ କରିଦିଆଯାଇଥିବା କମ୍ପାନୀ ଘୋଷଣା କରିଥିଲା ।

ତେବେ ଏଥିରୁ ବଞ୍ଚିବାକୁ ହେଲେ ୟୁଜର୍ସଙ୍କ ପାଖରେ ବର୍ତ୍ତମାନ ରହିଛି ମାତ୍ର ଗୋଟିଏ ଅପ୍ସନ । ଏବେ ବି ସ୍ମାର୍ଟଫୋନ ୟୁଜର୍ସ ଲାଟେଷ୍ଟ ଓଏସକୁ ଡାଉନଲୋଡ କରିପାରିବେ । ଏହାଦ୍ବାରା 1 ଫେବୃଆରୀ ପରେ ବି ୟୁଜର୍ସ ନିଜ ପୁରୁଣା ଫୋନରେ ହ୍ବାଟ୍ସଆପକୁ ବ୍ୟବହାର କରିପାରିବେ ।

ନିଜ ସ୍ମାର୍ଟଫୋନର ଭର୍ସନ ଜାଣିବାକୁ ଚାହୁଁଥିଲେ ଫଲୋ କରନ୍ତୁ କିଛି ସହଜ ଷ୍ଟେପ୍ସ :

ଯଦି ଆପଣ ଏଣ୍ଡ୍ରଏଡ ସ୍ମାର୍ଟଫୋନ ବ୍ୟବହାର କରୁଥାଆନ୍ତି ତେବେ ସେଟିଂରେ ଥିବା ‘ABOUT PHONE’ ଅପ୍ସନକୁ ଯାଆନ୍ତୁ । ସେଠାରେ ଥିବା ସଫ୍ଟଓୟାର ଇନଫୋ (Software Info) ରେ କ୍ଲିକ କଲେ ନିଜ ଫୋନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଆପଣ ପାଇପାରିବେ । ସେହିପରି ଆଇଫୋନ ବ୍ୟବହାରକାରୀ ସେଟିଂକୁ ଯାଇ ସଫ୍ଟଓୟାର ଅପଡେଟ ଅପ୍ସନରେ କ୍ଲିକ କରନ୍ତୁ । ଏହାଦ୍ବାରା ଆପଣ ନିଜ ଫୋନର ଭର୍ସନ ଜାଣିପାରିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.