ETV Bharat / lifestyle

ଏଣିକି ଟ୍ବିଟରରେ ରିପୋର୍ଟ କରିବା ହେବ ସହଜ - ଟ୍ବିଟର

ବ୍ୟକ୍ତିଗତ ମତାମତ ପୋଷଣ କରିବାର ଅନ୍ୟତମ ଉତ୍ତମ ମାଧ୍ୟମ ଟ୍ବିଟର । ତେବେ ନିଜ ୟୁଜର୍ସମାନଙ୍କ ପାଇଁ ଶୁକ୍ରବାର ଟ୍ବିଟର ରୋଲ କରିଛି ଏକ ନୂଆ ଫିଚର । ଯାହାର ଆଧାରରେ ଏବେ ୟୁଜର୍ସମାନେ ନିଜ ବ୍ୟକ୍ତିଗତ ତଥ୍ୟ ଲିକ କରୁଥିବା ଟ୍ବିଟ ବିରୁଦ୍ଧରେ ଅଭିଯୋଗ କରିପାରିବେ ବା ଏହାକୁ ରିପୋର୍ଟ କରି ପାରିବେ ।

ପ୍ରତୀକାତ୍ମକ ଫଟୋ
author img

By

Published : Mar 10, 2019, 3:44 PM IST

ନୂଆଦିଲ୍ଲୀ: ବ୍ୟକ୍ତିଗତ ମତାମତ ପୋଷଣ କରିବାର ଅନ୍ୟତମ ଉତ୍ତମ ମାଧ୍ୟମ ଟ୍ବିଟର । ଯେଉଁଠାରେ ନା ଥାଏ କୌଣସି ବାଧା ନା ଥାଏ ମତ ଦେବାର କୌଣସି ପ୍ରତିବନ୍ଧକ । ତେବେ ନିଜ ୟୁଜର୍ସମାନଙ୍କ ପାଇଁ ଶୁକ୍ରବାର ଟ୍ବିଟର ରୋଲ କରିଛି ଏକ ନୂଆ ଫିଚର । ଯାହାର ଆଧାରରେ ଏବେ ୟୁଜର୍ସମାନେ ନିଜ ବ୍ୟକ୍ତିଗତ ତଥ୍ୟ ଲିକ କରୁଥିବା ଟ୍ବିଟ ବିରୁଦ୍ଧରେ ଅଭିଯୋଗ କରିପାରିବେ ବା ଏହାକୁ ରିପୋର୍ଟ କରି ପାରିବେ ।

ପୂର୍ବରୁ ଏହି ଫିଚର ଲାଗୁ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ଏଥିରେ ଅଣାଯାଇଛି କିଛି ନୂଆ ପରିବର୍ତ୍ତନ । ଯେଉଁଥରେ ବର୍ତ୍ତମାନ ଜଣେ ୟୁଜର୍ସ ଟ୍ବିଟକୁ ରିପୋର୍ଟ କରି ଏଥିରେ ସେୟାର କରାଯାଇଥିବା ତଥ୍ୟକୁ ଖୋଲାଖୋଲି ଭାବେ ଦର୍ଶାଇ ପାରିବେ । ତେବେ ଏହା ସୋସିଆଲ ମିଡିଆରେ ବଢୁଥିବା ଅପରାଧକୁ ରୋକିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି ଟ୍ବିଟର ସିଇଓ ଜ୍ୟାକ୍‌ ଡୋର୍ସେ ।

ଏହି ନୂଆ ଫିଚର ଆସିବା ପରେ ୟୁଜର୍ସମାନେ ଏକ ନୂଆ ମେନ୍ୟୁ ପାଇ ପାରିବେ । ଯେଉଁଠିକୁ ଯାଇ ୟୁଜର୍ସମାନେ ନିଜ କମ୍ପ୍ଲେନ (ଅଭିଯୋଗ) ଦାଖଲ କରିପାରିବେ । ଏହି ମେନ୍ୟୁରେ ୟୁଜର୍ସମାନେ କଣ୍ଟାକ୍ଟ ନମ୍ବର, ଫିଜିକାଲ ଲୋକେସନ୍‌, ଫାଇନାନସିଆଲ ଇନଫର୍ମେସନ ଓ ପିକ୍‌ଚର୍ସ ଆଦିର ଅପ୍ସନ ପାଇପାରିବେ । ତେବେ ଏହି ଅପ୍ସନ ସବୁରେ ଆବଶ୍ୟକୀୟ ତଥ୍ୟ ଦେଇ ୟୁଜର୍ସମାନେ କମ୍ପ୍ଲେନ ଦାଖଲ କରିପାରିବେ ।

Intro:Body:

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ବାଲାକୋଟରେ ଏୟାର ଷ୍ଟ୍ରାଇକ କରି ପ୍ରତିଶୋଧ ନେଲା। ଏହା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ଅନେକ ସମୟରେ ତର୍କ ବିତର୍କ ମଧ୍ୟ ଦେଖିବାକୁ ମିଳିଲା। ତେବେ ପୁରା ଦୃଶ୍ୟପଟ୍ଟ ଯଦି ଦେଖିବା ପାକିସ୍ତାନ ଶାନ୍ତିର ବାତାବରଣ ଚାହୁଁଥିବା ନେଇ ମଧ୍ୟ ଚର୍ଚ୍ଚା ଧରିଲା। କାରଣ ୱିଙ୍ଗ କମାଣ୍ଡରଙ୍କୁ 48 ଘଣ୍ଟା ମଧ୍ୟରେ ବିନା ସର୍ତ୍ତରେ ଭାରତକୁ ଫେରାଇବା ଏକ ବଡ ଉଦାହରଣ କହିଲେ ଏଥିରେ ଅତ୍ୟୁକ୍ତି ହେବ ନାହିଁ।

ତେବେ ପୁଲୱାମା ଆକ୍ରମଣ ପରେ ଭାରତ ସପକ୍ଷରେ ବିଭିନ୍ନ ରାଷ୍ଟ୍ର ବାହାରି ପାକିସ୍ତାନକୁ କଡା ସମାଲୋଚନା କଲେ। ଏମିତିକି ବିଶ୍ୱ ସମୁଦାୟରେ ଏକ ଘରିକିଆ ହୋଇ ରହିବାକୁ ପଡିଲା ପାକିସ୍ତାନକୁ। ତେବେ ଧୀରେ ଧୀରେ ନିଜ ଭୁଲ ସୁଧାରିବାକୁ ପାକ ସରକାର ଏବେ ଗୋଡ କାଢିଛନ୍ତି। କିଛିଦିନ ତଳେ ଏ ଖବର ମିଳିଥିଲା ଯେ, ପାକ ଗୃହମନ୍ତ୍ରଣାଳୟ 44 ଜଣ ଆତଙ୍କୀଙ୍କୁ ଗିରଫ କରିଛି। ତେବେ ଏହାରି ମଧ୍ୟରେ ଆତଙ୍କବାଦୀ ସଂଗଠନ ଜୈସ-ଏ -ମହମ୍ମଦର ମୁଖ୍ୟ ମାସୁଦର ଭାଇ ମଧ୍ୟ ରହିଥିଲା।

ଆଉ ଏବେ ପାକ ସରକାରଙ୍କ ବଡ ନିଷ୍ପତ୍ତି ବୋଧହୁଏ, ଆତଙ୍କୀ ସଂଗଠନକୁ ଦୁର୍ବଳ କରିବ। ତେବେ ପାକ ପ୍ରଧାନମନ୍ତ୍ରୀ ଏକ ରାଲିରେ ଏକଥା କହିଛନ୍ତି ଯେ, "ଏଣିକି କୌଣସି ଆତଙ୍କୀ ସମୂହଙ୍କୁ ପାକର ଜମି ଦିଆଯିବ ନାହିଁ। ଏହାର ଅର୍ଥ କୌଣସି ଆତଙ୍କୀ ସଂଗଠନ ଅନ୍ୟ ଦେଶରେ ଆକ୍ରମଣ କରିବାକୁ ଯେଉଁ ରଣନୀତି ପ୍ରସ୍ତୁତ କରୁଛି, ସେଥିପାଇଁ ଏହି ଦେଶର ମାଟିକୁ ଆତଙ୍କବାଦୀ ସମୂହ ବ୍ୟବହାର କରିବେନି"।

ସେ ଆହୁରି ମଧ୍ୟ କହିଛନ୍ତି "ଲୋକଙ୍କ ସେବାରେ ଏ ସରକାର। ଏହି ଦେଶକୁ ଏକ ଶାନ୍ତିପୂର୍ଣ୍ଣ ଓ ସ୍ଥାୟୀ ଭାବେ ପରିଚିତ କରାଯିବ। ଏକ ନୂଆ ଯୁଗର ଆରମ୍ଭ ହେବ। କେବେବି ଆତଙ୍କୀ ସମୂହଙ୍କୁ ଅଶାନ୍ତି ବାତାବରଣ ଜନ୍ମ ଦେବାକୁ ସେ ଅନୁମତି ଦେବେନି ବୋଲି କହିଛନ୍ତି"।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.