ETV Bharat / lifestyle

Covid Detection App: ମହାମାରୀକୁ ଚିହ୍ନିବ ମୋବାଇଲ ଆପ୍‌

author img

By

Published : Feb 4, 2022, 2:09 PM IST

ଏଣିକି ଆପଣ କୋଭିଡ଼ ପଜିଟିଭ ଅଛନ୍ତି କି ନାହିଁ ଟେଷ୍ଟ ଲାଗି କୌଣସି ମେଡିଲାକୁ ଯିବାକୁ ପଡିବ ନାହିଁ । ଆପଣ ଘରେ ରହି ନିଜ ସ୍ମାର୍ଟଫୋନ ଜରିଆରେ ଏହା ସମ୍ପର୍କରେ ଜାଣିପାରିବେ । ଅଧିକ ପଢନ୍ତୁ

Covid detection App: ମହାମାରୀକୁ ଚିହ୍ନିବ ମୋବାଇଲ ଆପ୍‌

ୱାଶିଂଟନ: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ହେବା ସହିତ ଗୋଟିଏ ପରେ ଗୋଟିଏ ନୂଆ କଥା ସାମନାକୁ ଆସିଛି । ଯାହାକି ସାଧାରଣ ଲୋକଙ୍କୁ ଚକିତ କରୁଛି । ଏହି ଖବରଟି ମଧ୍ୟ ଠିକ ସେହିପରି । କୋଭିଡ଼ ମହାମାରୀକୁ ଏଣିକି ଚିହ୍ନିବ ସ୍ମାର୍ଟଫୋନର ଏକ ଆପ୍ଲିକେସନ । ଆମେରିକା ବୈଜ୍ଞାନିକ ଏହି ଆପ୍‌କୁ ତିଆରି କରିଥିବା ବେଳେ ଏହା SARS-CoV-2 ଭାଇରସକୁ ଚିହ୍ନିପାରିବ ବୋଲି ଜଣାପଡ଼ିଛି ।

କାଲିଫର୍ଣ୍ଣିଆ ୟୁନଭର୍ସିଟିର ଗବେଷକମାନେ ଏହି ଆପ୍‌କୁ ବିକଶିତ କରିଛନ୍ତି । ଯାହାକି ଘରେ ବସି ଲୋକମାନେ କୋଭିଡ଼ ହୋଇଛି କି ନାହିଁ ଜାଣିପାରିବେ । ଏହା SARS-CoV-2 ଭାରିଏଣ୍ଟ ଚିହ୍ନିପାରିବ । ରାସାୟନିକ ପ୍ରତିକ୍ରିୟା ମାପିବା ପାଇଁ ଆପ୍ ସ୍ମାର୍ଟଫୋନର କ୍ୟାମେରା ବ୍ୟବହାର କରେ ଏବଂ 25 ମିନିଟରେ ଏକ ଫଳାଫଳ ଦେଇଥାଏ । ସର୍ବଭାରତୀୟ ସ୍ତରରେ ଗୋଟିଏ ପରେ ଗୋଟିଏ ମହାମାରୀର ଭାରିଏଣ୍ଟ ଚିହ୍ନଟ ହେଉଥିବାରୁ ଏହାର ପରୀକ୍ଷା ଏବଂ ଚିହ୍ନଟ ଜରୁରୀ ହୋଇପଡ଼ିଛି । ଏଥିଲାଗି ଏଭଲି ଆପକୁ ବିକଶତି କରାଯାଇଛି ବୋଲି ୟୁସି ସାଣ୍ଟା ବାର୍ବାରାର ମୁଖ୍ୟ ଲେଖକ ମାଇକେଲ ମହାନ୍ କହିଛନ୍ତି ।

ଏହା ବି ପଢନ୍ତୁ: ଅଗଷ୍ଟରେ ଉତ୍‌କ୍ଷେପଣ ହେବ ଚନ୍ଦ୍ରଯାନ-୩

ସେ ଆହୁରି କହିଛନ୍ତି ଯେ ବିଶ୍ବର ପ୍ରାୟ ଅର୍ଦ୍ଧେକ ଲୋକଙ୍କର ସ୍ମାର୍ଟଫୋନ୍ ଅଛି । ଏହି ଆପ୍‌ ଦ୍ବାରା ଲୋକମାନେ ଲାଭବାନ ହୋଇପାରିବେ । ଆପ ମାଧ୍ୟମରେ ଏହି କୋଭିଡ଼ ପଜିଟିଭ ଚିହ୍ନଟକୁ smaRT-LAMP ବୋଲି କୁହାଯାଉଛି । ଏହି ପଦ୍ଧତିରେ ସ୍ମାର୍ଟ ଫୋନ ସହିତ ଏକ ଡାଇଗ୍ନୋଷ୍ଟିକ କିଟ୍‌ ଆବଶ୍ୟକ । ପ୍ରଥମେ ଜଣେ ବ୍ୟକ୍ତିଙ୍କ ଲାଳ(Saliva)କୁ ସଂଗ୍ରହ କରି ଏହାକୁ ସ୍ମାର୍ଟଫୋନ କ୍ୟାମେରା ଦ୍ବାରା ପରୀକ୍ଷଣ କରାଯାଉଛି । ଏଥିରେ ଏକ ଡାଇଗ୍ନୋଷ୍ଟିକ କିଟ୍‌ର ଆବଶ୍ୟକ ରହିଛି ।

କୋଭିଡ଼ ପଜିଟିଭ ଚିହ୍ନଟ ପାଇଁ PCR ଟେଷ୍ଟ କରିବା ସମୟରେ ଏହା ଅଧିକ ସମୟ ଲାଗିବା ସହିତ ବ୍ୟୟବହୁଳ ଏବଂ ଯେକୌଣସି ସ୍ଥାନରେ ପରୀକ୍ଷା ପାଇଁ ଅନୁକୂଳ ନୁହେଁ । କିନ୍ତୁ ଏହି smaRT-LAMP ଆପଣ ଘରେ ରହି ମଧ୍ୟ କରିପାରିବେ । ତେବେ ଗବେଷକଙ୍କ କହିବାନୁସାରେ ସେମାନେ ପ୍ରାୟ ୫୦୦ ଥର ଉଦ୍ୟମ କରିବା ପରେ କୋଭିଡ଼-୧୯ ଭାଇରସକୁ ପ୍ରଥମେ ଚିହ୍ନିପାରିଥିଲେ । ମାତ୍ର ଥଣ୍ଡାର ଭାଇରସ ପ୍ରଥମେ ଉଦ୍ୟମରେ ହିଁ ଚିହ୍ନଟ ହୋଇଥିଲା ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.