ETV Bharat / lifestyle

ଖୁବଶୀଘ୍ର ଗୁଗୁଲ ମ୍ୟାପ-ସର୍ଚ୍ଚରେ ମିଳିବ ଟିକା କେନ୍ଦ୍ରର ସୂଚନା

author img

By

Published : Mar 13, 2021, 10:44 PM IST

ଗୁଗୁଲରେ ମିଳିବ କୋରୋନା ଭ୍ୟାକ୍ସିନ କେନ୍ଦ୍ରର ସୂଚନା । ବୃହତ୍ କୋଭିଡ ଟୀକାକରଣର ସଫଳ ରୂପାୟନ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହଯୋଗରେ ଗୁଗୁଲ ସର୍ଚ୍ଚରେ ଟିକା କେନ୍ଦ୍ରର ସମସ୍ତ ସୂଚନା ଯୋଗାଇବାକୁ ଚେଷ୍ଟା କରୁଛି ଗୁଗୁଲ ଇଣ୍ଡିଆ । ଅଧିକ ପଢନ୍ତୁ...

ଖୁବଶୀଘ୍ର ଗୁଗୁଲ ମ୍ୟାପ-ସର୍ଚ୍ଚରେ ମିଳିବ ଟିକା କେନ୍ଦ୍ରର ସୂଚନା
ଖୁବଶୀଘ୍ର ଗୁଗୁଲ ମ୍ୟାପ-ସର୍ଚ୍ଚରେ ମିଳିବ ଟିକା କେନ୍ଦ୍ରର ସୂଚନା

ନୂଆଦିଲ୍ଲୀ: ଖୁବଶୀଘ୍ର ଗୁଗୁଲରେ ମିଳିବ କୋରୋନା ଟିକା କେନ୍ଦ୍ରର ସୂଚନା । ଗୁଗୁଲ ଇଣ୍ଡିଆ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହଯୋଗରେ ଗୁଗୁଲ ସର୍ଚ୍ଚ, ମ୍ୟାପ୍ସ ଏବଂ ଆସିଷ୍ଟାଣ୍ଟରେ ଟୀକାକରଣ କେନ୍ଦ୍ରଗୁଡିକର ସମସ୍ତ ତଥ୍ୟକୁ ସଠିକ ରୂପେ ଉପସ୍ଥାପନ କରିବାକୁ କାର୍ଯ୍ୟ କରୁଛି ବୋଲି ଶୁକ୍ରାବର କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ସପ୍ତାହ ସୁଦ୍ଧା ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଏହି ତଥ୍ୟ ଉପସ୍ଥାପିତ ହେବା ନେଇ ଆଶାପୋଷଣ କରାଯାଇଥିବା ଜଣାପଡିଛି ।

ସ୍ବଦେଶୀ ଟୀକା କୋଭିସିଲ୍ଡ ଓ କୋଭାକ୍ସିନକୁ ମଞ୍ଜୁରୀ ମିଳିବା ପରଠୁ ଗତ ଜାନୁଆରୀ 16 ତାରିଖରୁ ସମଗ୍ର ବିଶ୍ବରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ସୁଦ୍ଧା ଦେଶର 2.6 କୋଟି ଲୋକଙ୍କୁ ଟିକା ଦିଆଯାଇଛି । ତେବେ ଏବେ ମଧ୍ୟ କୋଭିଡ ମହାମାରୀର ପାର୍ଦୁଭାବ ଦେଶରେ ଜାରି ରହିଛି । ଏଣୁ ଏଭଳି ସମ୍ବେଦନଶୀଳ ସ୍ଥିତିରେ ଦେଶର ସ୍ବାସ୍ଥ୍ୟ ଏଜିନ୍ସିଗୁଡିକୁ ଯଥାସମ୍ଭବ ସହାୟତା କରିବାକୁ ଆମେ ବଦ୍ଧପରିକର ଅଟୁ ଏବଂ ଏହି ବିଶାଳ ଟୀକାକରଣ ପ୍ରକ୍ରିୟାର ସଫଳ ରୂପାୟନ ପାଇଁ ଆମେ ସମସ୍ତ ଚେଷ୍ଟା କରିବୁ ବୋଲି ଗୁଗୁଲ ଇଣ୍ଡିଆ ନିଜ ବିବୃତ୍ତି ଦେଇଛି । ଆହୁରିମଧ୍ୟ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରାପି୍ଡ ରିସ୍କ ରେସପନ୍ସ ଟିମ୍ ସହ ନିବିଡ ଭାବେ କାର୍ଯ୍ୟ କରୁଛି, ଯାହା ସୋସିଆଲ ମିଡିଆ ଟୁଲଗୁଡିକୁ ବ୍ୟବହାର କରି ଭୁଲ୍ ତଥ୍ୟ ଉପରେ ନଜର ରଖିଛି ଏବଂ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି କମ୍ପାନୀ କହିଛି । ଯେପରି ସରକାର ମହାମାରୀ ବିରୋଧୀ ଏହି ବୃହତ୍ ଟୀକାକରଣକୁ ସଫଳ କରିବା ପାଇଁ ଅନେକ ପ୍ରଚେଷ୍ଟା କରୁଛନ୍ତି, ଏଣୁ ଏହି ଟୀକାକରଣ ଏବଂ ଟିକା ସମ୍ବଳିତ ସମସ୍ତ ପ୍ରଶ୍ନର ତଥ୍ୟ ଲୋକଙ୍କ ପାଖରେ ଉପସ୍ଥାପିତ କରିବାକୁ ଗୁଗୁର ଇଣ୍ଡିଆ ମଧ୍ୟ ଉଦ୍ୟମ ଜାରି ରଖିଛି ।

ଟୀକାକରଣ ଡ୍ରାଇଭରେ ଏହି ବିଜ୍ଞାନ ଆଧାରିତ ତଥ୍ୟଗୁଡିକ ଗୁଗୁଲ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ବିଲ୍ ଆଣ୍ଡ ମେହିଣ୍ଡା ଗେଟସ୍ ଫାଉଣ୍ଡେସନ ସହ ଗୁଗୁଲ ଇଣ୍ଡିଆ କାର୍ଯ୍ୟ କରୁଥିବା କମ୍ପାନୀ ସୂଚନା ଦେଇଛି । ତେବେ ପ୍ରଥମ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବାର ସ୍ବଳ୍ପ ସମୟ ପରେ କମ୍ପାନୀ ଗୁଗୁଲ ସର୍ଚ୍ଚରେ ଜ୍ଞାନ ପ୍ୟାନେଲଗୁଡିକୁ ସ୍ଥାନିତ କରିଛି, ଯାହା ଟିକା ସମ୍ବନ୍ଧିତ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥାଏ । ଏହି ପ୍ୟାନେଲଟି ଦୁଇ ସ୍ବଦେଶୀ ଟିକା, ଏହାର ପ୍ରଭାବ, ସୁରକ୍ଷା, ବିତରଣ, ପାର୍ଶ୍ବ ପ୍ରତିକ୍ରିୟା ଏବଂ ଅନ୍ୟାନ୍ୟ ତଥ୍ୟ ପ୍ରଦାନ କରୁଛି । ଏଥିସହ ଏହିସବୁ ତଥ୍ୟ ଭାରତୀୟ ଭାଷା ତାମିଲ, ତେଲୁଗୁ, ମାଲାୟାଲାମ, କନ୍ନଡ, ମରାଠୀ, ଗୁଜୁରାତୀ, ବଙ୍ଗଳା ଏବଂ ହିନ୍ଦୀ ଭାଷାରେ ଉପଲବ୍ଧ ହେଉଛି । ତେବେ ଏ ସମସ୍ତ ସୂଚନା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ହିଁ ଦିଆଯାଇଥାଏ । ଏଣୁ ଖୁବଶୀଘ୍ର ଟିକା କେନ୍ଦ୍ର ସମ୍ବନ୍ଧିତ ସୂଚନା ଗୁଗୁଲ ଇଞ୍ଜିନରେ ଉପଲବ୍ଧ କରିବାକୁ କମ୍ପାନୀ ଉଦ୍ୟମ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.