ETV Bharat / lifestyle

ଅଗଷ୍ଟରେ ଆଣ୍ଡ୍ରଏଡ ୟୁଜର୍ସଙ୍କୁ ଗୁଗଲର ‘ନିଅରବାଏ ସେୟାରିଂ’ ଗିଫ୍ଟ

author img

By

Published : Jul 20, 2020, 6:17 AM IST

ଖୁବଶୀଘ୍ର ଆପଲ ଏୟାରଡ୍ରପ ପରି ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ଫାଇଲ ସେୟାରିଂ ଆପ୍‌ ଲଞ୍ଚ କରିବାକୁ ଯାଉଛି ଗୁଗଲ । ଅଗଷ୍ଟରେ ଏହି ଲଞ୍ଚ ହେବାକୁ ଥିବା ନେଇ ରବିବାର ସ୍ପଷ୍ଟ କରିଛି କମ୍ପାନୀ । ଏହି ଆପ୍‌ର ନାମ ‘ନିଅରବାଏ ଶେୟାରିଂ’ ରଖାଯାଇଛି ।

google latest news, new app by google, nearby sharing app, new app for android users, latest technology news, ଗୁଗୁଲ ଲାଟେଷ୍ଟ ନ୍ୟୁଜ୍‌, ଗୁଗୁଲର ନୂଆ ଆପ୍‌, ନିଅରବାଏ ଶେୟାରିଂ ଆପ୍‌, ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ନୂଆ ଆପ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଅଗଷ୍ଟରେ ଆଣ୍ଡ୍ରଏଡ ୟୁଜର୍ସଙ୍କୁ ଗୁଗୁଲର ‘ନିଅରବାଏ ଶେୟାରିଂ’ ଗିଫ୍ଟ

ସାନ ଫ୍ରାନ୍ସିସ୍କୋ: ଖୁବଶୀଘ୍ର ଆପଲ ଏୟାରଡ୍ରପ ପରି ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ଫାଇଲ ସେୟାରିଂ ଆପ୍‌ ଲଞ୍ଚ କରିବାକୁ ଯାଉଛି ଗୁଗଲ । ଅଗଷ୍ଟରେ ଏହି ଲଞ୍ଚ ହେବାକୁ ଥିବା ନେଇ ରବିବାର ସ୍ପଷ୍ଟ କରିଛି କମ୍ପାନୀ । ଏହି ଆପ୍‌ର ନାମ ‘ନିଅରବାଏ ସେୟାରିଂ’ ରଖାଯାଇଛି । ଯାହା ବର୍ତ୍ତମାନ ବିଟା ଭର୍ସନରେ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ଲଞ୍ଚ କରାଯିବ । ତେବେ କେବଳ ଆଣ୍ଡ୍ରଏଡ 6 କିମ୍ବା ନୂଆ ଭର୍ସନରେ ହିଁ ଏହି ଆପ୍‌ କାର୍ଯ୍ୟକାରୀ ହେବା ନେଇ ଜଣା ପଡିଛି ।

ଏନେଇ ପ୍ରକାଶିତ ରିପୋର୍ଟ ମୁତାବକ ଏହି ଆପ୍‌ର ବ୍ୟବାହର ପାଇଁ ସର୍ବନିମ୍ନ ଓଏସ ଭର୍ସନ ଦରକାର । ତେବେ ଏହି ଆପ୍‌କୁ ବ୍ୟବହାର କରିବାକୁ ହେଲେ ୟୁଜର୍ସଙ୍କୁ ପ୍ଲେ ଷ୍ଟୋର ଅପଡେଟ ପ୍ୟାକେଜ ହିସାବରେ ଏହାକୁ ବ୍ୟବହାର କରିବାକୁ ହେବ । ଏହି ଆପ୍‌ ଦ୍ବାରା ଅତି ସହଜରେ ଓ ଅଳ୍ପ ସମୟ ମଧ୍ୟରେ ଫାଇଲ ସେୟାର କରାଯାଇପାରିବ । ପୂର୍ବରୁ ଆଇଓଏସ ୟୁଜର୍ସଙ୍କ ପାଇଁ ଏୟାରଡ୍ରପ ନାମକ ଫାଇଲ ସେୟାରିଂ ଆପ୍‌ ଗୁଗଲ ଲଞ୍ଚ କରିସାରିଛି । ଯାହାର ଆଣ୍ଡ୍ରଏଡ ଭର୍ସନ ହେଉଛି ନିଅରବାଏ ସେୟାରିଂ ଆପ୍‌ ।

ଏହା ପରିଚାଳିତ ହେବା ପାଇଁ ଉଭୟ ବ୍ଲୁଟୁଥ ଓ ୱାଇ-ଫାଇର ଆବଶ୍ୟକତା ରହିଛି । ଏହାଦ୍ବାରା ୟୁଜର୍ସ ନିଜ ଇଚ୍ଛା ମୁତାବକ ଫଟୋ, ଭିଡିଓ, ଲିଙ୍କ କିମ୍ବା ଅନ୍ୟ ଫାଇଲ ସହଜରେ ଶେୟାର କରିପାରିବେ । ତେବେ ସେୟାରିଂ ଆରମ୍ଭରେ ଅନ୍ୟ ଡିଭାଇସରେ ଏକ ନୋଟିଫିକେଶନ ଆସିବ । ଏଥିରେ କ୍ଲିକ କରିବା ଦ୍ବାରା ଡିଭାଇସ ଭିଜିବୁଲ ହେବା ସହ ଫାଇଲ ସେୟାରିଂ ଆରମ୍ଭ ହେବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.