ETV Bharat / lifestyle

ବ୍ୟକ୍ତିଗତ ନେଣଦେଣ ରେକର୍ଡ ହଟାଇ ପାରିବେ ଗୁଗୁଲ ପେ ବ୍ୟବହାରକାରୀ - ଗୁଗୁଲ ପେର ବ୍ୟକ୍ତିଗତ ନେଣଦେଣ ଡିଲିଟ

ଗୁଗୁଲ ପେ ଇଣ୍ଡିଆ କମ୍ପାନୀ ନିଜ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମରେ ବ୍ୟବହାରକାରୀଙ୍କ ଟ୍ରାଞ୍ଜାକ୍ସନ ଡାଟାର ସୁରକ୍ଷା ପାଇଁ ଏକ ବିକଳ୍ପ ବିକଶିତ କରିଛି । ଅଧିକ ପଢନ୍ତୁ...

ବ୍ୟକ୍ତିଗତ ନେଣଦେଣ ରେକର୍ଡ ହଟାଇ ପାରିବେ ଗୁଗୁଲ ପେ ବ୍ୟବହାରକାରୀ

author img

By

Published : Mar 12, 2021, 10:38 PM IST

ନୂଆଦିଲ୍ଲୀ: ଗୁଗଲ ପେ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଗୁଗଲ ପେ ଇଣ୍ଡିଆ କମ୍ପାନୀ ନିଜ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମରେ ବ୍ୟବହାରକାରୀଙ୍କ ଟ୍ରାଞ୍ଜାକ୍ସନ ଡାଟାର ସୁରକ୍ଷା ପାଇଁ ଏକ ବିକଳ୍ପ ବିକଶିତ କରିଛି । ଯେଉଁଥିରେ ବ୍ୟବହାରକାରୀମାନେ ବ୍ୟକ୍ତିଗତ ଟ୍ରାଞ୍ଜାକ୍ସନ ଓ ଏହାର ଗତିବିଧି ରେକର୍ଡ ଦେଖିପାରିବେ ଏବଂ ଏହାକୁ ଡିଲିଟ୍ ମଧ୍ୟ କରିପାରିବେ । ଏ ସମ୍ପର୍କରେ ଗୁଗୁଲ ପେ ଟ୍ବିଟ୍ ଯୋଗେ ଜଣାଇଛି ।

ବ୍ୟବହାରକାରୀମାନେ account.google.com ବ୍ୟବହାର କରି ବ୍ୟକ୍ତିଗତ ଟ୍ରାଞ୍ଜାକ୍ସନ ଏବଂ କାର୍ଯ୍ୟକଳାପ ରେକର୍ଡକୁ ଡିଲିଟ୍ କରିପାରିବେ ଏବଂ ଦେଖିପାରିବେ । ଆସନ୍ତା ସପ୍ତାହରୁ ଗୁଗୁଲ ପେ ଆପ୍ ସେଟିଂସମୂହ ଉପଭୋକ୍ତାଙ୍କୁ ଆପ୍ ମଧ୍ୟରେ ଥିବା ବୈଶିଷ୍ଟଗୁଡିକୁ ବ୍ୟକ୍ତିଗତ କରିବା ପାଇଁ ସେମାନଙ୍କର ଦେୟ କାର୍ଯ୍ୟକଳାପ କିପରି ବ୍ୟବହୃତ ହେବ ତାହା ସ୍ଥିର କରିବାକୁ ନିୟନ୍ତ୍ରଣ କ୍ଷମତା ପ୍ରଦାନ କରିବ । ତେବେ ବ୍ୟବହାରକାରୀଙ୍କୁ ଗୁଗୁଲ ପେ ଆପର ପରବର୍ତ୍ତୀ ସଂସ୍କରଣକୁ ଅପଗ୍ରେଡ କରିବା ମାତ୍ରେ ସେମାନେ ନିୟନ୍ତ୍ରଣ ଅନ କିମ୍ବା ଅଫ୍ କରିବାକୁ ଚାହୁଁଛନ୍ତି କି ନାହିଁ, ତାହା ବାଛିବା ପାଇଁ କୁହାଯିବ ବୋଲି କମ୍ପାନୀର ଉପସଭାପତି(ଉତ୍ପାଦ) ଅମବାରିଶ କେଙ୍ଘେ ବିବୃ୍ତ୍ତି ଦେଇଛନ୍ତି । ଗୁଗୁଲ ପେ ମଧ୍ୟରେ ପର୍ସନାଲାଇଜେସନ ଟର୍ନ ଅନ କରିବା ବ୍ୟବହାରୀଙ୍କୁ ଏକ ଭଲ ଅନୁଭୂତି ପ୍ରଦାନ କରିବ । ଯେମିତିକି, ବ୍ୟବହାରକାରୀମାନେ ନିଜ ଗୁଗୁଲ ପେ କାର୍ଯ୍ୟକଳାପ ଆଧାରରେ ଅଧିକ ପ୍ରାସଙ୍ଗିକ ଅଫର ଏବଂ ପୁରସ୍କାର ପାଇପାରିବେ । ସେହିପରି ଏହି ସେଟିଂ ଅଫ୍ ହେବା ଦ୍ବାରା କେବଳ ପର୍ସନାଲାଇଜେସନ ବିନା ଗୁଗୁଲ୍ ପେ ଆଗଭଳି ଠିକ୍ ଭାବେ କାମ କରିବ ବୋଲି କେଙ୍ଘେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.