ୱାଶିଂଟନ: ଗୁଗୁଲ ଏବେ ଗୁଗୁଲ ଲେନ୍ସରେ ଏକ ନୂଆ ଫିଚର ଜୋଡିଛି । ଯାହା ଦ୍ବାରା ୟୁଜରମାନେ ନିଜ ହାତ ଲେଖା ନୋଟକୁ ଫୋନରୁ କପି ପେଷ୍ଟ କରି ଲେନ୍ସ ସାହାଯ୍ୟରେ କମ୍ପ୍ୟୁଟରକୁ ଆଣିପାରିବେ । ଯଦି ଆପଣଙ୍କ ହାତ ଲେଖା ଅର୍ଥାତ ଆପଣଙ୍କ ଅକ୍ଷର ପରିସ୍କାର ଦେଖାଯାଉ ଥିବ ତେବେ ଏହା କାମ କରିବ ବୋଲି ଗୁଗୁଲ ତାହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛି ।
ଗୁଗୁଲ ଲେନ୍ସରେ ଏହି ନୂତନ ଫିଚର ପାଇବାକୁ ହେଲେ, ଆପଣଙ୍କୁ ଗୁଗୁଲ କ୍ରୋମର ଲାଟେଷ୍ଟ ଭର୍ସନ ସହ ଆଣ୍ଡ୍ରଏଡରେ ସ୍ୱତନ୍ତ୍ର ଗୁଗୁଲ୍ ଲେନ୍ସ ଆପ୍ କିମ୍ବା ଆଇଓଏସରେ ଗୁଗୁଲ୍ ଆପ୍ ଡାଉନଲୋଡ କରିବାକୁ ପଡିବ । ଆଉ ସମାନ ଉଭୟ ଗୁଗୁଲ ଆକାଉଣ୍ଟରେ ଆପଣଙ୍କୁ ଲଗଇନ କରିବାକୁ ପଡିବ ।