ETV Bharat / lifestyle

ଫେସବୁକ ନ୍ୟୁଜ ଫିଡରେ ଲାଗିବ ଲେବଲ - facebook news feed

ଫେସବୁକରେ ପୋଷ୍ଟ ହେଉଥିବା ବିଷୟବସ୍ତୁଗୁଡିକର ସ୍ପଷ୍ଟୀକରଣ ପାଇଁ ଏବେ ନିର୍ଦ୍ଧିଷ୍ଟ ପୋଷ୍ଟଗୁଡିକୁ ଲେବଲ କରିବା ଦିଗରେ କାର୍ଯ୍ୟ କରୁଛି ଫେସବୁକ । ଅଧିକ ପଢନ୍ତୁ...

ଫେସବୁକ ନ୍ୟୁଜ ଫିଡରେ ଲାଗିବ ଲେବଲ
ଫେସବୁକ ନ୍ୟୁଜ ଫିଡରେ ଲାଗିବ ଲେବଲ
author img

By

Published : Apr 10, 2021, 7:15 AM IST

ସାନ ଫ୍ରାନସିସ୍କୋ: ଅନେକ ସମୟରେ ଫେସବୁକ ଭଳି ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଅନେକ ଗୁଜବ ବା ଫେକ ନ୍ୟୁଜ ଆସିଥାଏ । ବେଳେବେଳେ ସୋସିଆଲ ମିଡିଆରେ ପୋଷ୍ଟ ହେଉଥିବା ବ୍ୟଙ୍ଗ ବିଷୟବସ୍ତୁ ମଧ୍ୟ ବାସ୍ତବିକ ହେବା ଭଳି ଭ୍ରମିତ କରିଥାଏ । ଯେଉଁଥିପାଇଁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେଉଥିବା ସତ୍ୟ ଖବରକୁ ନେଇ ବ୍ୟବହାରୀକାରୀମାନେ ଦ୍ବନ୍ଦରେ ପଡିଥାନ୍ତି । ଏଣୁ ଯେପରି ସମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଦ୍ବନ୍ଦରେ ନ ପଡନ୍ତି, ସେନେଇ ଫେସବୁକ ଏବେ ନିର୍ଦ୍ଦିଷ୍ଟ ପୋଷ୍ଟଗୁଡିକୁ ଲେବଲ ବା ବର୍ଗୀକରଣ କରିବାକୁ ଯୋଜନା କରୁଛି ।

ଏହି ପ୍ରସଙ୍ଗରେ ସବୁଠୁ ବଡ ସୋସିଆଲ ନେଟୱାର୍କିଂ ସଂସ୍ଥା କହିଛନ୍ତି, ଲୋକମାନେ ଦେଖୁଥିବା ଫେସବୁକ ପୃଷ୍ଠାଗୁଡିକ ବିଷୟରେ ସେମାନଙ୍କ ଅଧିକ ବିଷୟବସ୍ତୁ ଦେବାପାଇଁ ଆମେରିକାରେ ଏକ ଉପାୟ ଉପରେ ପରୀକ୍ଷା ଆରମ୍ଭ ହୋଇଛି । ଆମେ ଧୀରେ ଧୀରେ ନ୍ୟୁଜ ଫିଡରେ ଥିବା ସମସ୍ତ ପବ୍ଲିକ ଅଫିସିଆଲ, ଫ୍ୟାନପେଜ ଏବଂ ବ୍ୟଙ୍ଗ ପେଜରେ ଲେବଲ ପ୍ରୟୋଗ କରିବାକୁ ଆରମ୍ଭ କରିବୁ । ଯଦ୍ବାରା ପୋଷ୍ଟଟି କେଉଁଠୁ ଆସିଛି ତାହା ବ୍ୟବହାରକାରୀମାନେ ସ୍ପଷ୍ଟ ହୋଇପାରିବେ ।

ଏକ ରିପୋର୍ଟ ମୁତାବକ ଫେସବୁକ ନିଜ ଫିଡରେ ପୋଷ୍ଟଗୁଡିକର ବିଷୟବସ୍ତୁକୁ ଆହୁରି ସ୍ପଷ୍ଟ କରିବାକୁ କାର୍ଯ୍ୟ କରୁଛି । ଏହା ମିଡିଆ ଆଉଟଲେଟସଗୁଡିକୁ ଲେବଲ କରିବା ଆରମ୍ଭ କରିଛି । ଫେସବୁକ କମ୍ପାନୀ ଅନୁଯାୟୀ, ଏହି ମିଡିଆ ଆଉଟଲେଟଗୁଡିକରେ ଲେବଲ ରହିବା ନିହାତି ଆବଶ୍ୟକ । କାରଣ ଏକ ଗଣମାଧ୍ୟମ ସଙ୍ଗଠନର ପ୍ରଭାବକୁ ରାଜ୍ୟର ରଣନୈତିକ ପୃଷ୍ଠପୋଷକତାର ଆଧାରରେ ବିଚାର କରାଯାଏ । ଏଣୁ ଲୋକମାନେ ଜାଣିବା ଉଚିତ ଯେ ସେମାନେ ପଢୁଥିବା ଖବର ଏକ ପ୍ରକାଶନରୁ ଆସୁଛି ଯାହା ସରକାରୀ କଳ ଦ୍ବାରା ମଧ୍ୟ ପ୍ରଭାବିତ ହୋଇଥାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.