ETV Bharat / jagte-raho

ଫେକ୍‌ ଆକାଉଣ୍ଟ୍‌ରୁ ଅଶ୍ଳୀଳ ପୋଷ୍ଟରେ ଯୁବକଙ୍କୁ ବଦନାମ, ଟେର ପାଉନି ପୋଲିସ

ରାଜଧାନୀ ଉପକଣ୍ଠରୁ ଆସିଛି ଏମିତି ଏକ ଚାଞ୍ଚଲ୍ୟ ଖବର । ଫେସ୍‌ବୁକରେ ଫେକ୍‌ ଆଇଡି ଖୋଲି ଜଣେ ଯୁବକଙ୍କ ବ୍ୟକ୍ତିଗତ ଜୀବନ ଓ ମହିଳା ବାନ୍ଧବୀଙ୍କ ଫଟୋ ପୋଷ୍ଟ କରାଯାଉଥିବା ଅଭିଯୋଗ ନେଇ ନେଇ ଥାନା ଦ୍ବାରସ୍ଥ ହୋଇଛନ୍ତି ପୀଡିତ ଯୁବକ ।

author img

By

Published : Apr 28, 2019, 11:47 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଭୁବନେଶ୍ବର: ଫେସ୍‌ବୁକ୍‌, ଫେକ୍‌ ଆକାଉଣ୍ଟ ଓ ବ୍ଲାକମେଲିଂର କାହାଣୀ ଏବେ ସୋସିଆଲ ମିଡିଆକୁ ବଦନାମ୍‌ କରୁଛି । ଏହାର ସାହାର ନେଇ ଅନ୍ୟର ଇଜ୍ଜତ ସହ ଖେଳ ଖେଳି ଉତ୍ପାତ କରୁଛନ୍ତି କିଛି ଅସାଧୁ ଶ୍ରେଣୀର ଯୁବଗୋଷ୍ଠୀ । ଏଭଳି କିଛି ଖବର ଉପରୁ ପର୍ଦ୍ଦାଫାଶ କରି ଏହା ଉପରେ ପୂର୍ଣ୍ଣଚ୍ଛେଦ ଟାଣିବା କମିଶନରେଟ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ରାଜଧାନୀ ଉପକଣ୍ଠରୁ ଆସିଛି ଏମିତି ଏକ ଚ୍ୟାଞ୍ଚଲ୍ୟକର ଖବର । ଫେସ୍‌ବୁକରେ ଫେକ୍‌ ଆଇଡି ଖୋଲି ଜଣେ ଯୁବକଙ୍କ ବ୍ୟକ୍ତିଗତ ଜୀବନ ଓ ମହିଳା ବାନ୍ଧବୀଙ୍କ ଫଟୋ ପୋଷ୍ଟ କରାଯାଉଥିବା ଅଭିଯୋଗ ନେଇ ନେଇ ଥାନା ଦ୍ବାରସ୍ଥ ହୋଇଛନ୍ତି ପୀଡିତ ଯୁବକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଯୁବକଙ୍କ ଅଭିଯୋଗ ଅନୁସାରେ ତାଙ୍କ ନାମରେ ଫେସ୍‌ବୁକ୍‌ରେ କେହି ଫେକ୍‌ ଆକାଉଣ୍ଟ ଖୋଲିବା ସହ ବ୍ଲାକମେଲିଂ କରିବା ଭଳି କାଣ୍ଡକାରନାମା କରୁଛି । ନିଜ ଗାର୍ଲଫ୍ରେଣ୍ଡଙ୍କ ଫଟୋକୁ ଏଡିଟ୍‌ କରି ପୋଷ୍ଟ କରି ବଦନାମ କରାଯାଉଛି । ଏହାସହ ଅଜଣା ନମ୍ବରରୁ ଦିନକୁ ଶହଶହ ଫୋନ୍‌ କଲ୍‌ ବି ଯୁବକଙ୍କ ଦୈନନ୍ଦିନ ଜୀବନରେ ପ୍ରଭାବ ପକାଉଛି । ଏନେଇ ପୋଲିସକୁ ଅବଗତ କରାଇଥିଲେ । କଟକ ସାଇବରସେଲ୍‌ରେ ଯୁବକ ଜଣକ ମେମୋ ନମ୍ବର ୨୭୮୦ ଓ କମ୍ପ୍ଲେନ ନମ୍ବର ୧୬୧୨/୧୮ ଅଭିଯୋଗ ପରେ ସୀମିତ ସମୟ ପାଇଁ ସମାଧନ ହୋଇଛି । ଫେକ୍‌ ଆକାଉଣ୍ଟ ପୋଲିସ ପକ୍ଷରୁ ବ୍ଲକ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ପୁଣି ଥରେ ଅନ୍ୟ ଏକ ଫେକ୍‌ ଆକାଉଣ୍ଟ ଖୋଲି ସମାନ ଧରଣର ହରକତ୍‌ କରିଛି ଅପରାଧୀ ।

ପୋଲିସ ଅପରାଧୀର ଟେର୍‌ ନପାଇ ଅନ୍ଧାରରେ ବାଡି ବୁଲାଉଥିବା ଭଳି ମନେ ହେଉଛି । ପୁଣି ଥରେ ସ୍ଥାୟୀ ପ୍ରତିକାର ପାଇଁ ଥାନା ଦ୍ବାରସ୍ଥ ହୋଇଛନ୍ତି ଯୁବକ । ଚତୁରତାର ସହ ଏହିଭଳି ସାଇବର ଅପରାଧ ଭିଆଉଥିବା ଅପରାଧୀଙ୍କୁ ଧରିବା କମିଶନରେଟ୍‌ ପୋଲିସ ଆଗରେ ଏକ ବଡ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.