ETV Bharat / jagte-raho

ଆହ୍ଲାବାଦ ବ୍ୟାଙ୍କରୁ 5 କୋଟି ଲୁଟିନେଲେ ଲୁଟେରା - ବ୍ୟାଙ୍କରୁ 5କୋଟି 97 ଲୁଟିଲେ ଦୁବୃତ୍ତ

ଆହ୍ଲାବାଦ ବ୍ୟାଙ୍କରେ ଡକାୟତି । ସୋନଭଦ୍ର ଜିଲ୍ଲା ଆହ୍ଲାବାଦ ବ୍ୟାଙ୍କରେ ଡକାୟତି ଘଟଣାର ତଦନ୍ତ କରୁଛି ପୋଲିସ । ଅଧିକ ସୂଚନା ପାଇଁ ପଢନ୍ତୁ...

Unidentified thieves loot Rs. 5.97 lakh from Allahabad bank in UP's Sonbhadra
ବ୍ୟାଙ୍କରୁ 5କୋଟି 97 ଲୁଟିଲେ ଦୁବୃତ୍ତ
author img

By

Published : Feb 25, 2020, 12:01 AM IST

ଲକ୍ଷ୍ନୌ: ଆହ୍ଲାବାଦ ବ୍ୟାଙ୍କରୁ ଲୁଟିନେଲେ 5 କୋଟି 97 ଲକ୍ଷ ଟଙ୍କା । ସୋନଭଦ୍ର ଜିଲ୍ଲା ଭାଗୋଭାସ (ଓୌହୁରୀ) ଆହ୍ଲାବାଦ ବ୍ୟାଙ୍କରେ ଘଟିଛି ଡକାୟତି ଘଟଣା । କିଛି ଲୁଟେରା ବ୍ୟାଙ୍କରେ ପଶି ଡକାୟତି କରିଥିବା କହିଛି ପୋଲିସ ।

ସୋନଭଦ୍ର ଜିଲ୍ଲା ଭାଗୋଭାସ ସ୍ଥିତ ଆହ୍ଲାବାଦ ବ୍ୟାଙ୍କର ପଛପଟ କାନ୍ଥ ଭାଙ୍ଗି ଡକାୟତ ବ୍ୟାଙ୍କରେ ପଶିଥିଲେ । ସେଠାରୁ 5 କୋଟି 97 ଲକ୍ଷ ଟଙ୍କା ନେଇଯାଇଥିବା ନେଇ ସୂଚନା ଦେଇଛନ୍ତି ସୋନଭଦ୍ର ଏସପି ଆଶିଷ ଶ୍ରୀବାସ୍ତବ ।

ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ବ୍ୟାଙ୍କ ଓ ଏହାର ଆଖପାଖର ସିସିଟିଭି ଫୁଟେଜ୍ କୁ ନେଇ ଯାଞ୍ଚ କରୁଥିବା କହିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.