ETV Bharat / jagte-raho

ଦୁଇ ବର୍ଷ ଶିଶୁକୁ ବି ଛାଡିଲାନି ମାନବ ରୂପୀ ପିଶାଚ! - neighbour

ବିହାର ଗୟା ଜିଲ୍ଲାର ଜଣେ ଦୁଇ ବର୍ଷ ଶିଶୁ କନ୍ୟାର। ମିଳିଥିବା ସୂଚନାନୁସାରେ ନିଜ ଘର ବାହାରେ ଖେଳୁଥିବାବେଳେ ଉକ୍ତ ଶିଶୁ କନ୍ୟାକୁ ତାହାର ପଡୋଶୀ ଦୁଷ୍କର୍ମ କରିଛି।

author img

By

Published : Feb 9, 2019, 9:01 AM IST

Updated : Feb 9, 2019, 9:18 AM IST

ଏହାକୁ କଣ କୁହାଯିବ? ପାଗଳାମୀ, ନିର୍ଦ୍ଦୟତା, କ୍ରୂରତା, ନିଷ୍ଠରତା ନା ମାନସିକ ବିକାରଗ୍ରସ୍ତ। ଧରାପୃଷ୍ଠକୁ ଆସିବାର ମାତ୍ର ଦୁଇ ବର୍ଷ ହୋଇଛି। ଭଲ ଭାବେ ଦୁନିଆ ମଧ୍ୟ ଦେଖିନାହିଁ। କିନ୍ତୁ ଏବେ ସେ ସଂଗ୍ରାମ କରୁଛି ନିଜ ଜୀବନ ବଞ୍ଚାଇବା ପାଇଁ।

ଏହି କାହାଣୀ ହେଉଛି ବିହାର ଗୟା ଜିଲ୍ଲାର ଜଣେ ଦୁଇ ବର୍ଷ ଶିଶୁ କନ୍ୟାର। ମିଳିଥିବା ସୂଚନାନୁସାରେ ନିଜ ଘର ବାହାରେ ଖେଳୁଥିବାବେଳେ ଉକ୍ତ ଶିଶୁ କନ୍ୟାକୁ ତାହାର ପଡୋଶୀ ଦୁଷ୍କର୍ମ କରିଛି। ଏନେଇ ପୋଲିସରେ ଅଭିଯୋଗ ହେବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ପୋସ୍କୋ ଆକ୍ଟ ଅଧୀନରେ ଅଭିଯୁକ୍ତ ନାମରେ ଏକ କେସ ରୁଜୁ ହୋଇଛି।

ପୋଲିସ ସୂଚନାନୁସାରେ ପିଲାଟି ଘର ବାହାରେ ଖେଳୁଥିବାବେଳେ ତାହାର ପରିବାର ଘର ଭିତରେ ଥିଲେ। ଏହି ସମୟରେ ଅଭିଯୁକ୍ତ ମଇଳା ଫିଙ୍ଗିବାକୁ ବାହାରକୁ ଆସିଥିବାବେଳେ ପିଲାଟିକୁ ଏକା ଦେଖି ନିଜ ଘରକୁ ନେଇଯାଇ ଦୁଷ୍କର୍ମ କରିଥିଲା। କଷ୍ଟ ହେବାରୁ ଛୋଟ ପିଲାଟି ଜୋରରେ କାନ୍ଦିବା ସହ ଚିତ୍କାର କରିଥିଲା। ଶିଶୁଟିର ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ଲୋକ ଅଭିଯୁକ୍ତର ଘର ଭିତରକୁ ଦୌଡି ଯାଇଥିଲେ। ଏହାସହ ପିଲାଟିକୁ ଅଭିଯୁକ୍ତ କବଳରୁ ବଞ୍ଚାଇଥିଲେ।

ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ସହ ଶିଶୁଟିକୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଯାଇଥିଲେ। ଏହାସହ ପୋଲିସ ଆସିବା ଆଗରୁ ଉତ୍ତ୍ୟକ୍ତ ପରିବାର ଓ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ପ୍ରବଳ ମାଡ ମାରିଥିଲେ। କେତେକ ଲୋକେ ପୋଲିସ ଷ୍ଟେସନ ଉପରକୁ ପଥର ମାଡ କରିବା ସହ ନ୍ୟାୟ ପାଇଁ ଦାବି କରିଥିଲେ। ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଏବେ ସେ ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଛି।

undefined

ଦେଶରେ ଦୁଷ୍କର୍ମ ଅଭିଯୋଗ ଦିନକୁ ଦିନ ବଢିବାରେ ଲାଗିଥିବାବେଳେ ଏପରି ଘଟଣା ମାନବିକତା ଉପରେ ଏକ ବିରାଟ ପ୍ରଶ୍ନ ଉଠାଇଛି। ଯୁବତୀ ଓ ମହିଳାଙ୍କ ପାଇଁ ପରିସ୍ଥିତି କଷ୍ଟକର ହୋଇପଡିଥିବାବେଳେ ଏବେ ଶିଶୁ କନ୍ୟା ମଧ୍ୟ ସୁରକ୍ଷିତ ନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ ମାଆଟିଏ ଶିଶୁ କନ୍ୟା ଜନ୍ମ କରିବା ମାତ୍ରେ ଦଶ ଥର ଭାବିବାକୁ ବାଧ୍ୟ ହେଉଛି ଯେ ନିଜ ଝିଅ ସୁରକ୍ଷିତ ରହିବ ନା ନାହିଁ। ଏହାକୁ ମାନସିକ ବିକାରଗ୍ରସ୍ତ ଛଡା ଆଉ କିଛି କୁହାଯାଇପାରିବ ନାହିଁ।

Last Updated : Feb 9, 2019, 9:18 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.