ETV Bharat / jagte-raho

ବିଲରୁ ଚୋରା ବାଇକ୍ ପାର୍ଟ ଠାବ - ବିଲରୁ ଚୋରା ବାଇକ୍ ପାର୍ଟ ଠାବ

ବିଲରୁ ମିଳିଲା ଚୋରା ବାଇକ ପାର୍ଟ । ପୋଲିସ ଚୋରା ବାଇକ ପାର୍ଟ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । ବାଇକ ଚୋରଙ୍କୁ ତୁରନ୍ତ ଗିରଫ ନେଇ ଦାବୀ କଲେ ସ୍ଥାନୀୟ ବାସିନ୍ଦାଙ୍କ ।

Stolen  Bike part recovered
ବିଲରୁ ମିଳିଲା ଚୋରା ବାଇକ ପାର୍ଟ
author img

By

Published : Feb 19, 2020, 3:31 PM IST

ଯାଜପୁର: ବିଲରୁ ମିଳିଲା ଚୋରା ବାଇକ ପାର୍ଟ । ରସୁଲପୁର ବ୍ଲକ୍ ଲକ୍ଷ୍ମୀନଗର ବୁଢାପୋଖରୀ ନିକଟ ବିଲରୁ ସ୍ଥାନୀୟ ଲୋକଙ୍କ ଦ୍ବାରା ଠାବ କରିଛନ୍ତି ଚୋରା ବାଇକ ପାର୍ଟ । ବିଲରେ ତିନୋଟି ଚୋରୀ ବାଇକର ଯନ୍ତ୍ରାଂଶ ଗୁଡିକ ଏଣେ ତେଣେ ହୋଇ ପଡିଥିବା ଦେଖିବାକୁ ମିଳିଛି । ବାଇକ୍ ଗୁଡିକର 5ଗୋଟି ଟାୟାର ଗାଏବ୍ ଥିବା ବେଳେ ଦୁଇଟି ବାଇକର ବ୍ୟାଟେରୀ ନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ସେହିଭଳି ମିଳିଥିବା ପାର୍ଟସ ଓ ନମ୍ବର ପ୍ଲେଟରୁ ଦୁଇଟି ବାଇକରେ ଓଡିଶା ନମ୍ବର ଥିବା ବେଳେ ଅନ୍ୟଟିରେ ରହିଛି ଝାଡଖଣ୍ଡ ନମ୍ବର ।

ବିଲରୁ ମିଳିଲା ଚୋରା ବାଇକ ପାର୍ଟ

ଏନେଇ ଲୋକେ ଯାଜପୁର ରୋଡ ଥାନା ଅଧିକାରୀଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ପୋଲିସ୍ ପହଞ୍ଚି ବାଇକ୍ ପାର୍ଟ ଗୁଡିକୁ ଜବତ କରି ଥାନାକୁ ନେଇ ଘଟଣାର ଅନୁସନ୍ଧାନ କରୁଛି । ଧରାପଡିବା ଭୟରେ ଦୁର୍ବୃତ୍ତମାନେ ବାଇକ୍ ପାର୍ଟସ ଗୁଡିକ ଛାଡି ପଳାଇଛନ୍ତି । ଏନେଇ ଏକ ଚୋରି ର୍ୟାକେଟ କାମ କରୁଥିବା ସନ୍ଦେହ କରୁଛନ୍ତି ବାସିନ୍ଦା । ଚୋରୀ ର୍ୟାକେଟ ଠାବ କରିବା ପାଇଁ ଦାବୀ ଜଣାଇଛନ୍ତି ସ୍ଥାନୀୟ ଲୋକେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝାଙ୍କ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.