ଭୁବନେଶ୍ବର: ଘରୋଇ କଳିର କରୁଣ ପରିଣତି । ନିଜ ଜନ୍ମକଲା ମା’କୁ ଛାଡିଲେନି ନୃଶଂସ ପୁଅ । ପିଟିପିଟି ମାରିଦେଲେ ଜନ୍ମକଲା ମା’କୁ । ଏୟାରଫିଲ୍ଡ ଥାନାର ସୁନ୍ଦରପଦା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି ।
ସୁନ୍ଦରପଦାର ଏକ ଆପାର୍ଟମେଣ୍ଟରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଛି । ମା’କୁ ନିଜ ଦୁଇ ନାବାଳକ ପୁଅ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଫଳରେ ମୃତଦେହ ଜବତ କରିବା ସହ ଦୁଇ ପୁଅକୁ ଅଟକ ରଖିଛି ପୋଲିସ । ଏହାସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ