ETV Bharat / jagte-raho

ଭାରତର ଏକମାତ୍ର ବିଚାରପତି, ଯାହାଙ୍କୁ ମିଳିଥିଲା ଫାଶୀ

ସ୍ବାଧୀନ ଭାରତର ଏକମାତ୍ର ବିଚାରପତି ଉପେନ୍ଦ୍ରନାଥ ରାଜଖୋୱା । ଯାହାଙ୍କୁ ମିଳିଥିଲା ଫାଶୀ । ଆସନ୍ତୁ ଜାଣିବା କେବେ ଓ କାହିଁକି ତାଙ୍କୁ ଏହି ଫାଶୀ ଦିଆଯାଇଥିଲା । ଅଧିକ ପଢନ୍ତୁ...

upendra nath rajkhowa
ଭାରତର ଏକମାତ୍ର ବିଚାରପତି, ଯାହାଙ୍କୁ ମିଳିଥିଲା ଫାଶୀ
author img

By

Published : Jun 15, 2020, 8:25 AM IST

ନୂଆଦିଲ୍ଲୀ: ସେଦିନ ଥିଲା 1976 ମସିହା ଫେବୃଆରୀ 14 ତାରିଖ । ଚାରିଆଡେ ପ୍ରେମୀଯୁଗଳ ଭାଲେଣ୍ଟାଇନ ଡେ ପାଳନ କରୁଥିବାବେଳେ ସ୍ବାଧୀନ ଭାରତର ଇତିହାସରେ ଯୋଡିହୋଇଥିଲା ଆଉ ଏକ କଳାଫର୍ଦ୍ଦ । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ସେଦିନ ମିଳିଥିଲା ଫାଶୀର ଫନ୍ଦା ।

ହଁ ଆଜ୍ଞା, ଆପଣ ଠିକ୍‌ ପଢିଲେ । ଦିନେ ନ୍ୟାୟ ଅନ୍ୟାୟର ତରାଜୁ ମାପୁଥିବା ଅବସରପ୍ରାପ୍ତ ବିଚାରପତି ଉପେନ୍ଦ୍ରନାଥ ରାଜଖୋୱାଙ୍କୁ ନିଜ ପତ୍ନୀ ଓ 3 ଝିଅଙ୍କ ହତ୍ୟା କରିଥିବା ଦୋଷରେ ଫାଶୀଖୁଣ୍ଟରେ ଝୁଲିବାକୁ ପଡିଥିଲା । ଆସାମ ଧୁବୁରୀର ଜିଲ୍ଲା ଦୌରା ଜଜ୍‌ ଭାବେ ଅବସରନେଇଥିବା ରାଜଖୋୱାଙ୍କୁ ଏପରି ଜଘନ୍ୟ ହତ୍ୟାକାଣ୍ଡ ପାଇଁ ଫାଶୀ ଦିଆଯାଇଥିଲା ।

ତଥ୍ୟ ପ୍ରମାଣକୁ ଭିତ୍ତି କରି ନିମ୍ନ ଅଦାଲତ ତାଙ୍କୁ ଫାଶୀ ଦଣ୍ଡାଦେଶ କରିଥିବାବେଳେ ସେ ହାଇକୋର୍ଟ, ସୁପ୍ରିମକୋର୍ଟ ଏପରିକି ରାଷ୍ଟ୍ରପତିଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ତେବେ ସବୁଠୁ ନିରାଶ ହେବା ପରେ ତାଙ୍କୁ ଫେବୃଆରୀ 14 ତାରିଖରେ ହିଁ ଫାଶୀ ଦିଆଯାଇଥିଲା । ତେବେ ନ୍ୟାୟର ପ୍ରତୀକ ସାଜିଥିବା ନ୍ୟାୟଧିଶ ଏପରି କେବେ କଲେ, କିପରି କଲେ ଓ କାହିଁକି କଲେ ଆସନ୍ତୁ ଜାଣିବା ।

କେବେ ହୋଇଥିଲା ଏପରି ଜଘନ୍ୟ କାଣ୍ଡ ?

ଉପେନ୍ଦ୍ରନାଥ ରାଜଖୋୱାଙ୍କ ପରିବାର କହିଲେ ତାଙ୍କ ପତ୍ନୀ ପୁତୁଲୀ ରାଜଖୋୱା, ବଡଝିଅ ଲିନୁ, ମଝିଆ ଝିଅ ଲୁନା ଓ ସାନ ଝିଅ ରୂପାଲୀ । ରାଜଖୋୱାଙ୍କ ଘର ଗୌହାଟୀରେ ହୋଇଥିବାବେଳେ ବିଚାରପତି ଲାଗି ତାଙ୍କର ବିଭିନ୍ନ ସ୍ଥାନକୁ ବଦଳି ହୁଏ । ଏହି ପରିପ୍ରେକ୍ଷୀରେ 1969 ମସିହାରେ ତାଙ୍କର ଧୁବୁରୀକୁ ବଦଳି ହୋଇଥିଲା । ସେଠାରେ ସେ ସରକାରୀ ବଙ୍ଗଳାରେ ରହୁଥିବାବେଳେ ପତ୍ନୀ ଓ ବଡଝିଅ ଗୌହାଟୀରେ ଏବଂ ସାନ ଦୁଇ ଝିଅ ଜଣେ ସମ୍ପର୍କୀୟଙ୍କ ଘରେ ରହି ପଢାପଢି କରୁଥିଲେ ।

1970 ମସିହା ଫେବୃଆରୀ ମାସରେ ସେ ଅବସର ନେବାକୁ ଥିବାବେଳେ କିଛିଦିନ ପରିବାର ସହ ଏକାଠୀ ବିତାଇବାକୁ ଚାହିଁଥିଲେ । ସେଥିଲାଗି ସମସ୍ତ ପରିବାରକୁ ଧୁବୁରୀ ଡାକିଦେଇଥିଲେ । ଏହାସହ ଧୁବୁରୀରେ ସରସ୍ବତୀ ପୂଜା ବେଶ ଧୂମଧାମରେ ପାଳନ କରାଯାଉଥିବାରୁ ପରିବାର ମଧ୍ୟ ଏହି ମଉକାରେ ପୂଜା ଦେଖିବେ ବୋଲି ଆସିଯାଇଥିଲେ । ପୂଜାରେ ଖୁବ୍‌ ବୁଲିବା ପରେ ସାନ ଦୁଇଝିଅ ନିଜ ପଢା ପାଇଁ ସେଠାରୁ ଚାଲିଯାଇଥିଲେ । ପରେ ଫେବୃଆରୀ 10 ତାରିଖ ସନ୍ଧ୍ୟାରେ ବଙ୍ଗଳାରେ ଥିବା ସମସ୍ତ କର୍ମଚାରୀଙ୍କୁ ଘରକୁ ବିଦା କରି ନିଜ ପତ୍ନୀ ଓ ବଡଝିଅ ସହ ପୂଜା ବୁଲିବାକୁ ଯାଇଥିଲେ । ତେବେ ତାପରଦିନ ଅର୍ଥାତ ଫେବୃଆରୀ 11 ତାରିଖରେ ତାଙ୍କର ପତ୍ନୀ ଓ ବଡଝିଅ ଆଉ ଦେଖିବାକୁ ମିଳିନଥିଲେ । ତାଙ୍କୁ କିଛି ସମ୍ପର୍କୀୟ ଏବାବଦରେ ପଚାରିବାରୁ ସେମାନେ ଭୋରରୁ କିଛି ଜରୁରୀ କାମରେ ଚାଲିଯାଇଛନ୍ତି ବୋଲି କହିଥିଲେ ।

ଏହାର କିଛି ଦିନ ପରେ ସାନ ଦୁଇ ଝିଅଙ୍କୁ ନିଜ ପାଖକୁ ଡାକିଥିଲେ । ତେବେ ସେମାନଙ୍କୁ ଫେବୃଆରୀ 25 ତାରିଖରେ ସମସ୍ତେ ଦେଖିଥିବାବେଳେ ଫେବୃଆରୀ 26 ତାରିଖରୁ ଦୁଇ ଝିଅଙ୍କୁ କେହି ଦେଖିବାକୁ ପାଇନଥିଲେ । ଏହାର କିଛି ଦିନ ପରେ ରାଜଖୋୱା ସେ ବଙ୍ଗଳା ଛାଡି ଚାଲିଯାଇଥିଲେ ।

କେଉଁଆଡେ ଯାଇଥିଲେ ପତ୍ନୀ ଓ 3 ଝିଅ ?

ଅବସରନେବାର କିଛି ଦିନ ପରେ ବଙ୍ଗଳାରେ ଥିବା କର୍ମଚାରୀଙ୍କୁ ଡାକି ରାଜଖୋୱା ରୋଷେଇ ଘର ଓ ଗାଧୁଆ ଘର ପଛପଟେ ଥିବା ଦୁଇଟି ବଡ ଗଛକୁ କାଟିବା ସହ ସେଠାରେ ଦୁଇଟି ବଡଗାତ କରିଥିଲେ । ତେବେ ଏହା କାହିଁକି କରାଯାଉଛି ପଚାରିବାରୁ ଏଥିରେ କିଛି ଭଲ ଗଛ ଲାଗିବ, ଏହାପରେ ଯେ ଏଠି ରହିବାକୁ ଆସିବ ସେ ମନେପକାଇବ ବୋଲି ରାଜଖୋୱା କହୁଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଗୋଟିଏ ଗାତ ଫେବୃଆରୀ 11 ଓ ଅନ୍ୟଟି ଫେବୃଆରୀ 26ରେ ପୋତାହୋଇଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଗାତରେ କଣ ପୋତା ହୋଇଥିଲା ତାହା ପୋଲିସର ତଦନ୍ତ ପରେ ଜଣାପଡିଥିଲା । ଏଠାରୁ 4 ଜଣଙ୍କ କଙ୍କାଳ ଜବତ କରାଯାଇଥିଲା ।

କାହିଁକି କରିଥିଲେ ହତ୍ୟା ?

ରାଜଖୋୱାଙ୍କୁ ତାଙ୍କର ପତ୍ନୀ ଓ 3 ଝିଅଙ୍କୁ ମାରିଥିବାର ଦୋଷରେ ଫାଶୀ ଦିଆଯାଇଥିଲେ ବି କାହିଁକି ସେ ଏପରି କାଣ୍ଡ ଘଟିଥିଲେ ତାହା ଆଜି ବି ଅଜଣା । ରାଜଖୋୱା କେବେ ବି କାହିଁକି ସେମାନଙ୍କୁ ମାରିଥିଲେ କହିଲେ ନାହିଁ ।

କିପରି ଧରାପଡିଥିଲେ ?

ସରକାରୀ ବଙ୍ଗଳା ଛାଡିବା ପରେ ରାଜଖୋୱା ନିଜ ଘରକୁ ନଯାଇ ବିଭିନ୍ନ ହୋଟେଲରେ ନାମ ବଦଳାଇ ରହିବାକୁ ଲାଗିଲେ । ଏପଟେ ଭଉଣୀ ଓ 3 ଭାଣିଜୀଙ୍କ ଖବର ନପାଇ ରାଜଖୋୱାଙ୍କ ଶାଳକ(ଯେକି ବଡ ପୋଲିସ ଅଫିସର ଥିଲେ) ଭିଣୋଇ ସହ ସମ୍ପର୍କ କରିବାକୁ ଚେଷ୍ଟା କଲେ ମଧ୍ୟ ସମ୍ଭବ ହୋଇନଥିଲା । ତେବେ ଅଚାନକ ଦିନେ ରାଜଖୋୱା ତାଙ୍କର ଜଣେ ବିଶ୍ବସ୍ତ କର୍ମଚାରୀଙ୍କ ଘରେ ପହଞ୍ଚିବା ସହ ସେ ଏଠାରେ ଏକ ହୋଟେଲରେ ରହୁଛନ୍ତି । ଏକଥା କାହାକୁ ନକହିବାକୁ କହିଥିଲେ । ତେବେ ସେ କର୍ମଚାରୀ ଜଣଙ୍କ ଏକଥା ତାଙ୍କ ଶାଳକକୁ କହିବାରୁ ସେ ହୋଟେଲକୁ ଯିବା ସହ ଜର୍ଜଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ।

ପ୍ରଥମେ ସେ କିଛି କହିବାକୁ ମନା କରିବା ପରେ ଏକ କାଗଜରେ ଲେଖି ଦେଇଥିଲେ ଯେ, ସେମାନେ ଆଉ ଦୁନିଆରେ ନାହାଁନ୍ତି । ତେବେ କିପରି ଏହା ହେଲା ପଚାରିବାରୁ ସେ ଲେଖିଥିଲେ, ଏକ ସନ୍ଧ୍ୟାରେ ତାଙ୍କର ପତ୍ନୀ ତଳେ ପଡିଯିବାରୁ ଗୁରୁତର ଆହତ ହୋଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ଦେଖି ବଡଝିଅ ଅତ୍ୟଧିକ ନିଦ ବଟିକା ଖାଇ ଶୋଇଯାଇଥିଲେ । ଫଳରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏହା ଜାଣିବା ପରେ ସାନ ଦୁଇ ଝିଅ ବ୍ରହ୍ମପୁତ୍ର ନଦୀକୁ ଡେଇଁ ପଡିଥିଲେ ବୋଲି ସେ କହିଥିଲେ ।

ତେବେ ଏହି କଥା ମାଜିଷ୍ଟ୍ରେଟଙ୍କ ସାମ୍ନାରେ କହିବାକୁ କୁହାଯିବାରୁ ସେ ଜାମା ବଦଳି ଆସୁଥିବା କହି ବାଥରୁମକୁ ଯାଇଥିଲେ । ସେଠାରେ ହିଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯିବା ପରେ ପରମୁହୂର୍ତ୍ତରେ ସେ 4 ଜଣଙ୍କ ମୃତଦେହ ବଙ୍ଗଳାରେ ଖୋଳାଯାଇଥିବା ଗାତରେ ପୋତା ଯାଇଛି ବୋଲି କହିଥିଲେ । ଯେଉଁଠାରୁ ପୋଲିସ 4ଟି କଙ୍କାଳ ଜବତ କରିଥିଲା ।

ଦୋଷୀ ସାବ୍ୟସ୍ତ ପରେ କଣ କରିଥିଲେ ରାଜଖୋୱା ?

ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ପରେ ରାଜଖୋୱା ହାଇକୋର୍ଟ ଓ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ହେଲେ ସେଠାରେ ନିମ୍ନ ଅଦାଲତର ରାୟକୁ କାୟମ ରଖିଥିଲେ ଅଦାଲତ । ପରେ ଏନେଇ ରାଷ୍ଟ୍ରପତିଙ୍କ ପାଖରେ ସେ କ୍ଷମା ଆବେଦନ ମଧ୍ୟ କରିଥିଲେ । ହେଲେ ରାଷ୍ଟ୍ରପତି ତାହା ଖାରଜ କରିଥିଲେ । ପରେ ତାଙ୍କୁ ଫାଶୀଖୁଣ୍ଟରେ ଝାଉଲାଯାଇଥିଲା ।

ସେପଟେ ବଙ୍ଗଳାରେ 4ଟି କଙ୍କାଳ ବାହାରିବା ପରେ ସେଠାରେ ଆଉ କୌଣସି ଜର୍ଜ ରହିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.