ETV Bharat / jagte-raho

ବାଣୀବିହାରରେ ବିଭତ୍ସ ହତ୍ୟାକାଣ୍ଡ, ସନ୍ଦିଗ୍ଧ ଫେରାର

author img

By

Published : Nov 6, 2020, 8:35 AM IST

ବାଣୀବିହାରରେ ବିଭତ୍ସ ହତ୍ୟାକାଣ୍ଡ । ସନ୍ଦିଗ୍ଧ ଫେରାର । ପୋଲିସର ତଦନ୍ତ ଜାରି । ବସଷ୍ଟାଣ୍ଡ, ରେଲୱେ ଷ୍ଟେସନରେ ଛାନଭିନ୍‌ । ଅଧିକ ପଢନ୍ତୁ...

ବାଣୀବିହାରରେ ବିଭତ୍ସ ହତ୍ୟାକାଣ୍ଡ, ସନ୍ଦିଗ୍ଧ ଫେରାର
ବାଣୀବିହାରରେ ବିଭତ୍ସ ହତ୍ୟାକାଣ୍ଡ, ସନ୍ଦିଗ୍ଧ ଫେରାର

ଭୁବନେଶ୍ବର: ରାଜଧାନୀରେ ରକ୍ତଜୁଡୁବୁଡୁ ମୃତଦେହ । ବାଣୀବିହାର ଉତ୍କଳ ୟୁନିଭରସିଟି କ୍ୟାମ୍ପସ ଭିଏସଏସ ନଗର ଗେଟ ପାଖରେ ଘଟିଛି ଘଟଣା । ଏକ ନିର୍ମାଣଧୀନ କୋଠାର ଶ୍ରମିକ ଗୁଜୁର ସିଂକୁ କେହି ବିଭତ୍ସ ହତ୍ୟା କରିଛି । ବେକକୁ ଧାରୁଆ ଛୁରିରେ କାଟି ରକ୍ତାକ୍ତ କରିଥିବା ଦେଖିବାକୁ ମିଳିଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତବ୍ୟକ୍ତି ଜଣଙ୍କ କାହା ସହିତ ବସି ମଦ୍ୟପାନ କରୁଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡୁଛି । ଯାହାର ଫାଇଦା ନେଇ କେହି ଏପରି କାଣ୍ଡ ଭିଆଇଥିବା କୁହାଯାଉଛି ।

ତେବେ ଅନ୍ୟଜଣେ ଶ୍ରମିକ ଏପରି କାଣ୍ଡ ଭିଆଇଥିବା 6 ଜଣ ପ୍ରତ୍ୟେକ୍ଷଦର୍ଶୀ ପୋଲିସକୁ ସୂଚନା ଦେଇଛନ୍ତି । ହେଲେ ସେ ଏବେ ଫେରାର ଥିବା ଜଣାପଡିଛି ।

ଗୁଜୁର ଜଣେ ଶ୍ରମିକ ଥିବାବେଳେ ପୂର୍ବ ଶତୃତାକୁ କେନ୍ଦ୍ର କରି ଅନ୍ୟ ଜଣେ ଶ୍ରମିକ ଏପରି କରିଥିବା କୁହାଯାଉଛି । ଫେରାର ଥିବା ଶ୍ରମିକ ଜଣଙ୍କ ସକାଳ ସମୟରେ ଏକ ଧାରୁଆ ଛୁରି କିଣିଥିବା କିଛି ଶ୍ରମିକ ଦେଖିଥିଲେ ।

ପୋଲିସ ଏସମସ୍ତ ଘଟଣା ନେଇ କେହି ଯୋଜନା ମୁତାବକ ହତ୍ୟା କରିଥିବା ଅନୁମାନ କରୁଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତନାଘନା ଚଳାଇଛନ୍ତି । ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ ଛାନଭିନ ଜାରି ରଖିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.