ମୁମ୍ବାଇ: ଡ୍ରଗ୍ସ କାରବାର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଦୁଇ ଅଭିଯୁକ୍ତଙ୍କ ଠାରୁ 6 ଲକ୍ଷ ଟଙ୍କାର 2ଶହ ଗ୍ରାମର ନିଷିଦ୍ଧ (ଏମଡି) ମେଫେଡ୍ରୋନ ଡ୍ରଗ୍ସ ଜବତ ହୋଇଥିବା ପୋଲିସ କହିଛି ।
ପୋଲିସ ସୂଚନା ମୁତାବକ ମଙ୍ଗଳବାର ପଶ୍ଚିମ ମୁମ୍ବାଇର ମେଟ୍ରୋପୋଲିଟେନ ମାଜିଷ୍ଟ୍ରେଟ କୋର୍ଟ ନିକଟରୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଛି । ଏନେଇ ଏକ ମାମଲା ରୁଜୁ କରି ପରବର୍ତ୍ତୀ ତଦନ୍ତ ଜାରି ରଖିଛି ପୋଲିସ ।
@ANI