ETV Bharat / jagte-raho

ଏନକାଉଣ୍ଟରରେ ମୁନ୍ନା ଆହତ, 3ଟି ବୋମା ଜବତ - cuttack

ସୋମବାର ବିଳମ୍ୱିତ ରାତିରେ କଟକ ବିଶ୍ୱଗୁରୁ ଲ କଲେଜରେ ମୁନ୍ନା ଲୁଚିଥିବା ଖବର ପାଇ କଟକ ମାଲଗୋଦାମ ଥାନା ଅଧିକାରୀ ତାଙ୍କର ଏକ ଟିମ ସହ ସେଠାରେ ପହଁଞ୍ଚି ଏନକାଉଣ୍ଟର କରିଥିଲେ । ଆହତ ମୁନ୍ନା କଟକ ଏସ୍‌ସିବି ମେଡିକାଲ କଲେଜରେ ଚିକିତ୍ସିତ ହେଉଛି ।

ଫଟୋ ସୌଜନ୍ୟ: ସମ୍ୱାଦଦାତା, କଟକ
author img

By

Published : Mar 19, 2019, 12:21 PM IST

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ କୁମାର ସ୍ୱାଇଁ ଓରଫ ମୁନ୍ନା ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି । ସୋମବାର ବିଳମ୍ୱିତ ରାତିରେ କଟକ ବିଶ୍ୱଗୁରୁ ଲ କଲେଜରେ ମୁନ୍ନା ଲୁଚିଥିବା ଖବର ପାଇ କଟକ ମାଲଗୋଦାମ ଥାନା ଅଧିକାରୀ ତାଙ୍କର ଏକ ଟିମ ସହ ସେଠାରେ ପହଁଞ୍ଚି ଏନକାଉଣ୍ଟର କରିଥିଲେ । ଆହତ ମୁନ୍ନା କଟକ ଏସ୍‌ସିବି ମେଡିକାଲ କଲେଜରେ ଚିକିତ୍ସିତ ହେଉଛି ।

ସୋମବାର ରାତି ପ୍ରାୟ 1.30 ସମୟରେ ମାଲଗୋଦାମ ଥାନା ଅଧିକାରୀ ରବି ନାରାୟଣ ଭଞ୍ଜ ଖବର ପାଇଥିଲେ ଯେ ମୋଷ୍ଟ ୱାଣ୍ଟେଡ ମୁନ୍ନା ବିଶ୍ୱଗୁରୁ ଲ' କଲେଜରେ ଲୁଚିଛି । ତେଣୁ ତାଙ୍କର ଏକ ଟିମକୁ ନେଇ ଥାନା ଅଧିକାରୀ ସେଠାରେ ପହଁଞ୍ଚିଥିଲେ । ସେଠାରେ ପହଞ୍ଚି ସେ ଦେଖିଥିଲେ ଯେ ଏକ ପାଣିଟାଙ୍କି ପାଖରେ ମୁନ୍ନା ଲୁଚିଥିଲା । ତାକୁ ଆଇଆଇସି ଓ ଟିମ ଚାରି ପଟୁ ଘେରି ନେଇଥିଲେ କହିଥିଲେ । କିନ୍ତୁ ମୁନ୍ନା ତାଙ୍କ ଉପରକୁ ଏକ ବୋମାମାଡ କରିଥିଲା ଓ ଏଥିରେ ତିନିଜଣ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଏହାପରେ ମୁନ୍ନାକୁ ଚେତାବନୀ ଦେବା ପାଇଁ ଥାନା ଅଧିକାରୀ ଫାଙ୍କା ଗୁଳିଚଳନା କରିଥିଲେ । କିନ୍ତୁ ଏଥର ମଧ୍ୟ ମୁନ୍ନା ପୁଣି ଏକ ବୋମାମାଡ କରିଥିଲା । ନିଜର ଓ ନିଜ ଟିମର ସୁରକ୍ଷା ପାଇଁ ଆଇଆଇସି ଭଞ୍ଜ ବାଧ୍ୟ ହୋଇ ମୁନ୍ନା ଉପରକୁ ଗୁଳି ଚଳାଇଥିଲେ ଯାହା ମୁନ୍ନାର ବାମ ଗୋଡରେ ବାଜିଥିଲା ଓ ଅପରାଧୀ ମୁନ୍ନା ସେଠାରେ ପଡିଯାଇଥିଲା ।

ଏହାପରେ ତା'ଠାରୁ ସମସ୍ତ ବୋମା ଜବତ କରିଥିଲା ପୋଲିସ ଓ ଆହତ ମୁନ୍ନାକୁ ତୁରନ୍ତ ଏସ୍‌ସିବି ମେଡିକାଲ କଲେଜରେ ଭର୍ତ୍ତି କରିଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ସ୍ଲଗ- ଟ୍ରକ ଟାୟାର ବଦଳାଉଥିବା ବେଳେ ଶ୍ରମିକଙ୍କ ହାତ କଟିଲା।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ
ତା- 17/03/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟ୍ରକର ଟାୟାର ବଦଳାଉଥିବା ବେଳେ ଜଣେ ଶ୍ରମିକଙ୍କ ହାତ କଟିଯାଇଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ, ସୋର ବଜାର ନିକଟସ୍ଥ ବରଫକଳ ଛକରେ ଟ୍ରକ ଟାୟାର ପମ୍ପଚର ହୋଇଯାଇଥିଲା। ଟ୍ରକରେ କାମ କରୁଥିବା ନୀଳଗିରି ବାଘମରା ଅଞ୍ଚଳର ଶ୍ରମିକ ଅତୁଲ ସିଂ ଟାୟାର ବଦଳାଇବା ପାଇଁ ଟ୍ରକରୁ ଓହ୍ଲାଇଥିଲେ। ଅତୁଲ ଟାୟାର ଖୋଲୁଥିବା ବେଳେ ହଠାତ ଟାୟାର ଫାଟି ଯାଇଥିଲା। ଏଥିରେ ଲାଗିଥିବା ଏକ ରିଂ ଅତୁଳଙ୍କ ହାତରେ ବାଜିଥିଲା। ଏହି ଦୁର୍ଘଟଣାରେ ଅତୁଲଙ୍କ ଡାହାଣ ହାତଟି କଟି ଯାଇ ରାସ୍ତା ଉପରେ ପଡିଥିଲା। ପାଖରେ ଥିବା ଦୋକାନୀମାନେ ଅତୁଲଙ୍କୁ ତୁରନ୍ତ ସୋର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଅତୁଲଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.