ETV Bharat / jagte-raho

ନାବାଳିକା ଗଣଦୁଷ୍କର୍ମ ଘଟଣା, ଗଣମାଧ୍ୟମ ସଂସ୍ଥା ଏମଡିଙ୍କୁ ମହିଳା କମିଶନଙ୍କ ନୋଟିସ - media house md

ରାଜଧାନୀର ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଏକ ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ମହିଳା କମିଶନର ନୋଟିସ କରାଯାଇଛି । ଅଧିକ ପଢନ୍ତୁ...

ନାବାଳିକା ଗଣଦୁଷ୍କର୍ମ ଘଟଣା
ନାବାଳିକା ଗଣଦୁଷ୍କର୍ମ ଘଟଣା
author img

By

Published : Sep 15, 2020, 12:11 PM IST

ଭୁବନେଶ୍ବର: ରାଜଧାନୀର ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଏକ ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ମହିଳା କମିଶନର ନୋଟିସ । ସପ୍ତାହେ ମଧ୍ୟରେ କମିଶନ ଆଗରେ ହାଜର ହେବାକୁ ଦିଆଯାଇଛି ନିର୍ଦ୍ଦେଶ ।

ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ବଢୁଛି ରହସ୍ୟ । ଏକ ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ମହିଳା କମିଶନଙ୍କ ନିକଟରେ ହାଜର ପାଇଁ ଦିଆଯାଇଛି ନୋଟିସ୍‌ ।

ଘଟଣାରେ କାହିଁକି ଚୁପ ଥିଲେ, କେଉଁ କାରଣରୁ ଏହି ଘଟଣାଟି ଚାପି ଦେବାକୁ ବସିଥିଲେ, ଘଟଣା ଘଟିଲା ପରେ ବି କଣ ପାଇଁ ସେ ଆଗକୁ ଆସିନଥିଲେ ବୋଲି ପ୍ରଶ୍ନରେ ନିଜର ପକ୍ଷ ରଖିବାକୁ ମହିଳା କମିଶନ ମିନତୀ ହେବେରା ନୋଟିସ ଜାରି କରିଛନ୍ତି ।

ପୂର୍ବରୁ ମହିଳା କମିଶନଙ୍କ ନିକଟରେ ପୀଡିତାଙ୍କ ଓକିଲ ଅଭିଯୋଗ କରିଥିଲେ । ଯାହାକୁ ନେଇ ନୋଟିସ କରାଯାଇଛି । ଅନ୍ୟପଟେ ଗତକାଲି ମହିଳା ଥାନାରେ ସମ୍ପୃକ୍ତ ଗଣମାଧ୍ୟମର ଇନପୁଟ ହେଡଙ୍କୁ ଦୀର୍ଘ 3 ଘଣ୍ଟା ଧରି ଜେରା କରାଯାଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.