କଟକ: 4 ରାତିରେ 4 ଟି ସ୍ଥାନରେ ଲୁଟ କରି ଚାଞ୍ଚଲ୍ୟ ଖେଳାଇଥିବା କୁଖ୍ୟାତ ଡକାୟତ ଅନୀଲ ଦାସ ଓରଫ ଘାଣ୍ଟୁଆ ଓ ତାର 7 ସହଯୋଗୀ ଗିରଫ । ଏମାନଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଏହି ଲୁଟ ପାଟରେ ଘାଣ୍ଟୁଆର ପରିବାର ଓ ତାର ସହଯୋଗୀ ସାମିଲ ଥିବା କଟକ ଡିସିପି ସୂଚନା ଦେଇଛନ୍ତି।
ଚୌଦ୍ବାର ଜେଲରେ ଥିବାବେଳେ ଜେଲ ଭିତରୁ ବଟି ମାଗିବା ଏବଂ ବଟି ନ ମିଳିବାରୁ ପ୍ରତିଶୋଧ ନେବାକୁ ଯାଇ ସେ ଏଭଳି ଲୁଟ କରିଥିବା ଡିସିପି କହିଛନ୍ତି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ନଗଦ 2 ଲକ୍ଷ 56 ହଜାର 100 ଟଙ୍କା ସହ ପାଖାପାଖି 10 ଲକ୍ଷ ଟଙ୍କାର ଇଲୋକ୍ଟ୍ରୋନିକ ସାମଗ୍ରୀ ଜବତ କରିଛି।
ଗତ 31 ତାରିଖରେ ଲାଲାବାଗ ଥାନା କାଫଲା ବଜାର ମହାନ୍ତିପଡାର ଗହଣା ଦୋକାନରୁ ଲୁଟ ହୋଇଥିଲା । ସେହିଦିନ ରାତିରେ ସତୀଚଉରା ଆକ୍ସିସ ବ୍ୟାଙ୍କରୁ ବି ଡକାୟତ ହୋଇଥିଲା। ସେହିପରି ସହରର ବିଭିନ୍ନ ସ୍ଥାନରୁ ଲୁଟ ହୋଇଥିବାର ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ପୋଲିସ ଅନୀଲ ଓ ତାହାର ସହଯୋଗୀଙ୍କୁ ଗିରଫ କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ