ETV Bharat / jagte-raho

ଦୁର୍ବୃତ୍ତଙ୍କ ନଜରରେ ରାଜଧାନୀର ଦାମୀ କାର - Lootera

ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ । ରାତି ହେଲେ ମାତୁଛନ୍ତି କାର ଲୁଟେରା । ବିଭିନ୍ନ ଅଞ୍ଚଳରୁ ଚୋରି କରୁଛନ୍ତି ଦାମୀ କାର ।

ଡିଜାଇନ ଫଟୋ
author img

By

Published : Jun 11, 2019, 7:38 PM IST

ଭୁବନେଶ୍ବର: ରାଜଧାନୀରେ ଲୁଟେରାଙ୍କ ରାଜ । ଟାର୍ଗେଟରେ ଦାମୀ କାର । ରାତି ହେଲେ ଚାଲୁଛି ଲୁଟେରାଙ୍କ ରାଜୁତି । କାବୁ କରିବାକୁ ଫେଲ ମାରୁଛି କମିଶନରେଟ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ । ରାତି ହେଲେ ମାତୁଛନ୍ତି କାର ଲୁଟେରା । ବିଭିନ୍ନ ଅଞ୍ଚଳରୁ ଚୋରି କରୁଛନ୍ତି ଦାମୀ କାର । ରବିବାର ରାତିରେ ଖଣ୍ଡଗିରିର ଘାଟିକିଆ ଅଞ୍ଚଳରୁ ଜଣେ କାର ଚାଳକକୁ ମାରଣାସ୍ତ୍ର ଦେଖାଇ ଏକ ଇନୋଭା କାର ସହ ଚାଳକକୁ ଅପହରଣ କରିଥିଲେ କିଛି ଦୁର୍ବୃତ୍ତ । ତେବେ ଡ୍ରାଇଭର ଜଣଙ୍କ କୌଶଳ କ୍ରମେ ତାଙ୍କ ନିକଟରୁ ଖସି ଯାଇଥିବା ବେଳେ ଲୁଟେରା ମାନେ କାରକୁ ନେଇଯାଇଥିଲେ ।

ଏନେଇ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ସେହିପରି ପାହାଳ ଅଞ୍ଚଳରେ ମଧ୍ୟ ସମାନ ଘଟଣା ଘଟିଛି । କଟକରୁ ଭୁବନେଶ୍ବର ଆସୁଥିବା ଏକ କାରକୁ ଅଟକାଇ ଚାଳକକୁ ମାଡ ମାରିବା ସହ କାର ନେଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ ।

ତେବେ ଦିନକୁ ଦିନ ରାଜଧାନୀରେ କାର ଲୁଟ୍‌ ବଢୁଥିବାରୁ ଚିନ୍ତାରେ ଭୁବନେଶ୍ବରବାସୀ । ସେପଟେ ଲୁଟେରା ମାନେ ଭୁବନେଶ୍ବରର ନୁହଁନ୍ତି, ସେମାନେ କଟକ, ଢେଙ୍କାନାଳ ଓ ନୟାଗଡ ଅଞ୍ଚଳର ବୋଲି ପ୍ରଥମିକ ତଦନ୍ତରୁ ଜଣାପଡିଥିବା ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.